ହେଡଲାଇନସ୍:

ଡବଲ ମର୍ଡର ଘଟଣା ଘଟାଇ ହତ୍ୟାକାରୀର ଆତ୍ମସମର୍ପଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

Baripada/ Dillip Mohanty : ମୟୁରଭଞ୍ଜ ଜିଲ୍ଲା ଜାମଦା ଥାନା ମଧୁପୁର ଗ୍ରାମରେ ଡବଲ ମର୍ଡର ! ଡାହାଣୀ ସନ୍ଦେହରେ ହତ୍ୟା ! ହତ୍ୟାକାରୀ  ଶ୍ୟାମ ବାସକେ ଜାମଦା ଥାନାରେ ଆତ୍ମସମର୍ପଣ !ମଧୁପୁର ଗ୍ରାମର ଶ୍ୟାମ ବାସକେ ଗୁଣି ଗାରେଡି କରି ତାଙ୍କ ସ୍ତ୍ରୀ ର ପାଞ୍ଚ ଥର ଗର୍ଭ ନଷ୍ଟ କରିବା ସନ୍ଦେହରେ ଗ୍ରାମର ତିନି ଜଣ ମହିଳାଙ୍କୁ ଆକ୍ରମଣ କରିଥିଲେ ! ପଡୋଶୀ ଦୁଇ ଜଣ ମହିଳାଙ୍କୁ କୁରାଢ଼ୀରେ ହତ୍ୟା କରିଥିବା ବେଳେ ନିଜ ସାନ ମା ଙ୍କୁ ତୀରରେ ମାରିଥିଲେ ! ତେବେ ଘଟଣାସ୍ଥଳରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତୀରମାଡ ହୋଇଥିବା ସାନ ମା ଆହତ ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ! ତେବେ ଘଟଣାସ୍ଥଳକୁ ପୋଲିସ ପହଞ୍ଚି ତନା ଘନା ଆରମ୍ଭ କରିଛି ! ସେପଟେ ହତ୍ୟାକାରୀ ଘଟଣା ଘଟାଇବା ପରେ ଜାମଦା ଥାନାରେ ଆତ୍ମସମର୍ପଣ କରିଛି ! ମୃତକ ମହିଳାମାନେ ହେଉଛନ୍ତି ଗ୍ରାମର କାର୍ମି ମୁର୍ମୁ  ଓ ସୂର୍ଯ୍ୟ ହେମ୍ବ୍ରମ !  ଆହତ ସାନ ମା ହେଲେ ଜବା ବାସକେ !

0
0
0
s2sdefault