ହେଡଲାଇନସ୍:

ସାମ୍ବାଦିକ ସୁବାଷ ଚନ୍ଦ୍ର ପଣ୍ଡାଙ୍କ ଅକାଳ ବିୟୋଗରେ ପ୍ରେସ ୟୁନିୟନ ମର୍ମାହତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାୟଗଡରୁ ସରୋଜ କୁମାର ସାହୁ :  ରାୟଗଡର ସମୟ ଖବର କାଗଜର ସାମ୍ବାଦିକ ସୁବାଷ ଚନ୍ଦ୍ର ପଣ୍ଡାଙ୍କର ୪୬ ବର୍ଷ ବୟସରେ ଗତ ଶନିବାର ୨୨/୦୯/୨୦୧୮ ରାତ୍ର ୧୨ ଘଣ୍ଟା ସମୟରେ ରାୟଗଡ ଡ଼ାକ୍ତରଖାନା ରେ ପରଲୋକ ଘଟିଛି। ସେ ବିଗତ କିଛି ଦିନ ହେଲା ଦେହ ଅସୁସ୍ଥ ଯୋଗୁଁ ଭୁବନେଶ୍ୱର ଠାରେ ଥିବା ଏମ୍ସ ଡାକ୍ତରଖାନାରେ ଚିକିସ୍ଚିତ୍ ହୋଇ ରାୟଗଡ ଫେରିଥିଲେ ଓ ଗତକାଲି ରାତ୍ରରେ ଦେହ ବହୁତ ଖରାପ ହେବାରୁ ପରିବାର ଲୋକେ ରାୟଗଡ ଡ଼ାକ୍ତରଖାନା ନେଇଥିଲେ ଏବଂ ସେଠାରେ ଡାକ୍ତର ତାଙ୍କର ମୃତ୍ୟୁ ହୋଇଯାଇଥିବା ଘୋଷଣା କରିଥିଲେ। ସ୍ୱର୍ଗତ ପଣ୍ଡା ନକ୍ଷତ୍ର ନିଉଜ ଓ ଜି କଳିଙ୍ଗ ରେ ମଧ୍ୟ ସାମ୍ବାଦିକତା କରିଥିଲେ। ସ୍ବର୍ଗତ ପଣ୍ଡା ପ୍ରେସ ୟୁନିୟନ ରାୟଗଡ ର ସଦସ୍ୟ ଥିଲେ ଓ ରାଜ୍ୟ ଉତ୍କଳ ସାମ୍ବାଦିକ ସଂଘ ର ରାୟଗଡ ଜିଲ୍ଲା ଶାଖାର ସଭାପତି ମଧ୍ୟ ଥିଲେ। ଏ ଭଳି ଜଣେ ଯୁବ ପ୍ରତିଭା ଙ୍କୁ ହରେଇ ରାୟଗଡ ଜିଲ୍ଲା ସାମ୍ବାଦିକ ଅତ୍ୟନ୍ତ ମ୍ରିୟମାଣ। ପୁରୀ ସ୍ୱର୍ଗଦ୍ୱାର ଠାରେ ସ୍ବର୍ଗତ ପଣ୍ଡା ଙ୍କ ଅନ୍ତିମ ସଂସ୍କାର କରାଗଲା ସେଥିରେ ରାଜ୍ୟ ଉତ୍କଳ ସାମ୍ବାଦିକ ସଂଘ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସ୍ବର୍ଗତ ପଣ୍ଡାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ମୃତ୍ୟୁ ବେଳକୁ ପାଖରେ ସ୍ତ୍ରୀ, ଝିଅ, ମାଆ, ଭାଇ ଓ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ। ପ୍ରେସ ୟୁନିୟନ ରାୟଗଡ ଓ ଉତ୍କଳ ସାମ୍ବାଦିକ ସଂଘ ଜିଲ୍ଲା ଶାଖାର ସମସ୍ତ ସଦସ୍ୟ ସ୍ବର୍ଗତ ପଣ୍ଡାଙ୍କ ଅମର ଆତ୍ମାର ସଦଗତି କାମନା କରୁଛୁ।

 
0
0
0
s2sdefault