ହେଡଲାଇନସ୍:

ବାଲି ମାଫିଆ ଗିରଫ- ଜାମିନ ନାମଞ୍ଜୁର  ହେବାରୁ ଜେଲ ଗଲା ଅଭିଯୁକ୍ତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର /ଶାସକ ପ୍ରଶାସକ- ବରଗଡ ଜିଲ୍ଲା ପଦ୍ମପୁର ଥାନାରେ ବହୁ ଅପରାଧିକ ମାମଲା ଥିବା ତଥା ଅଂଚଳର କୁଖ୍ୟାତ ବାଲି ମାଫିଆ ଶେଷରେ ପଦ୍ମପୁର ପୋଲିସ ହାତରେ ଗିରଫ ହୋଇ ଜେଲ ଯିବା ଘଟଣା ଚର୍ଚ୍ଚା ଜୋର ଧରିଛି  । ପୋଲିସଠାରୁ ମିଳିଥିବା ବିସ୍ତୃତ ବିବରଣୀ ଅନୁଯାୟୀ, ପଦ୍ମପୁର ଉପଖଣ୍ଡର ବିଭିନ୍ନ ବାଲିଘାଟରୁ ବାଲିଚୋରି କରିବା ସହିତ ବିଭିନ୍ନ ସମୟରେ ଲୋକଙ୍କୁ ଧମକଚମକ ଓ ମାଡପିଟ କରି ଏହି କାରବାର ଚଲାଇଥିବା ବାଲି ମାଫିଆ ଏବେ ପୋଲିସ ହାତରେ ପଡିଛି  । ଗତ ତା୧୮.୦୯.୧୮ରେ ପଦଦ୍ମପୁରର ଜି. ଶ୍ରୀନିବାସଙ୍କୁ ମୋବାଇଲ ନଂ ୭୮୯୪୯୯୧୧୧୪ରୁ  କେହି ଜଣେ ଅଜଣା ବ୍ୟକ୍ତି ଅଶ୍ଲିଳ ଭାଷାରେ ଗାଲିଗୁଲଜ କରିବା ସହିତ ଜୀବନରେ ମାରି ଦେବାକୁ ଧମକ ଦେଇଥିବା ପଦ୍ମପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା  । ଏହାକୁ ଭିତ୍ତି କରି ପଦ୍ମପୁର ପୋଲିସ ତଦନ୍ତ କରି ମୋବାଇଲ ନମ୍ବରକୁ ଟ୍ରାକ କରି ଦୁଇ ଜଣ ଯୁବକକୁ ଅଟକ ରଖିଥିଲେ ଏବଂ ସେମାନଙ୍କ ବୟାନ ଆଧାରରେ ଏହି ଘଟଣାର ମୁଖ୍ୟ ଆସାମୀ  ସେକ ମହମ୍ମଦ ୱାଜିଦ ଓରଫ ଛୁଟକାର ପ୍ରରୋଚନାରେ ପଡି ସେମାନେ ଏହି ଧମକ ଦେଇଥିବା ପ୍ରକାଶ କରିଥିଲେ  । ଏହା ପରେ ପୋଲିସ ମୁଖ୍ୟ ଆସାମୀ  ଛୁଟକାର ଘର, ଜଗଦଲପୁର ଓ ଲଖମରା ଅଂଚଳର ବାଲି ଖାଦାନ ଓ ବିଭିନ୍ନ ସମ୍ପର୍କୀୟଙ୍କ ଘରେ ଚଢାଉ କରି ମଧ୍ୟାନ୍ନରେ କେସ ନଂ ୧୬୬/୧୮, ଦଫା ୨୯୪ ଓ ୫୦୬ ଧାରାରେ ଛୁଟକାକୁ ଗିରଫ କରି କୋର୍ଟ ·ଲାଣ କରିଥିଲା  । ସେଠାରେ ଆସାମୀର ଜାମିନ ନାମଂଜୁର ହେବାରୁ ତାକୁ ପଦ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଥିଲା  । ଏହି ପେସାଦାର ଅପରାଧି ତଥା ବାଲି ମାଫିଆ ନାମରେ ସୋହେଲା, ପଦ୍ମପୁର, ବୁଡେନ, ଜଗଦଲପୁର ଓ ଗାଇସିଲାଟ ଥାନାରେ ଅନେକ ଗୁଡିଏ ଅପରାଧିକ ମାମଲା ରହିଥିବା ପୋଲିସ ସୁତ୍ରରୁ ଜଣା ପଡିଛି ଏବଂ ପଦ୍ମପୁର ପୋଲିସ ଅପରାଧି ଛୁଟକାକୁ ଗିରଫ କରି କୋର୍ଟ ·ଲାଣ କରିଥିବାରୁ ସମଗ୍ର ପଦ୍ମପୁର ଅଂଚଳରେ ଆଶ୍ୱସ୍ତି ପ୍ରକାଶ ପାଇବା ସହିତ ପୋଲିସ ଉପରେ ଭରସାରେ ମଧ୍ୟ ବୃଦ୍ଧି ଘଟିଛି  ।

0
0
0
s2sdefault