ହେଡଲାଇନସ୍:

କୁଜଙ୍ଗ କୋର୍ଟରେ ଆତ୍ମସମର୍ପଣ କଲେ ମହିମା ମିଶ୍ର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରାଦୀପ : ପାରାଦୀପ ଓଡିଶା ଷ୍ଟିଭେଡୋର୍ସ ଲିମିଟେଡ୍ର ମାଲିକ ମହିମାନନ୍ଦ ମିଶ୍ର କୁଜଙ୍ଗର ପ୍ରଥମ ଶ୍ରେଣୀ ଅଦାଲତରେ ଆତ୍ମସମର୍ପଣ କରିଛନ୍ତି । ପରେ କୋର୍ଟ ତାଙ୍କୁ ପୁଣି ଥରେ ସମାଗୋଳ ଉପକାରାଗାରାକୁ ପଠାଇଦେଇଛନ୍ତି । ପୂର୍ବ ଘଟଣା ୨୬.୧୦.୨୦୧୬ ପାରାଦୀପ ସିିିୱେଜ ସିପିଙ୍ଗ କମ୍ପାନୀର ଜେନେରାଲ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁଙ୍କ ହତ୍ୟା ଘଟଣାରେ ଛନ୍ଦିହୋଇ ଗରିଫ ଥିବା ମହିମା ମିଶ୍ର ଗତ କିଛିଦିନ ତଳେ ରାଜ୍ୟ ଉଚ୍ଚ ନ୍ୟାୟଳୟରୁ ସର୍ତ୍ତ ମୂଳକ ଜାମିନିରେ ଆସିଥିଲେ । ହେଲେ ଶ୍ରୀ ମିଶ୍ରଙ୍କର ସର୍ତ୍ତମୂଳକ ଜାମିନିକୁ ରାଜ୍ୟ ସରକାର ଦେଶର ଉଚ୍ଚତମ ନ୍ୟାୟଳୟରେ ଚ୍ୟାଲେଞ୍ଚ କରିଥିଲେ । ଗତକାଲି ଉଚ୍ଚତମ ନ୍ୟାୟଳୟର ଦୁଇଜଣିଆ ଖଣ୍ଡପିଠ ଏହାର ବିଚାରକରି ଜାମିନକୁ  ଖାରଜ୍ କରିଥିଲେ । ଦେଶର ଉଚ୍ଚତମ ନ୍ୟାୟଳୟର ବିଚାର ଓ ରାଜ୍ୟର ଉଚ୍ଚ ନ୍ୟାୟଳୟର ଆଦେଶ ତଥା ନିର୍ଦ୍ଦେଶକୁ ସମ୍ମାନ ଜଣାଇ ଆଜି କୁଜଙ୍ଗ କୋର୍ଟରେ ଆତ୍ମ ସମର୍ପଣ କରିଥିଲେ । ପ୍ରକାଶ ଥାଉକି କିଛି ଦିନ ତଳେ ଏହି ଘଟଣାରେ ପାରାଦୀପ କଂଗ୍ରେସ ନେତା ବାପି ସାର୍ଖେଲଙ୍କ ରାଜ୍ୟ ଉଚ୍ଚନ୍ୟାୟଳୟ ଦ୍ୱାରା ବେଲକୁ ଦେଶର ଉଚ୍ଚତମ ନ୍ୟାୟଳୟ କାଏମ୍ ରଖିଥିଲେ ।  

 

0
0
0
s2sdefault