ହେଡଲାଇନସ୍:

ଝରଣା ରେ ସ୍ନାନ କରୁଥିବା ବେଳେ ବୁଡିଯାଇ ଯୁବକ ଙ୍କର ମୃତ୍ୟୁ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ :- ବରଗଡ଼ ଜିଲ୍ଲା ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଙ୍କର ମନ୍ଦିର ନିକଟରେ ପ୍ରବାହିତ ହେଉଥିବା ଝରଣାରେ ଗାଧୋଇବା ପାଇଁ ସମସ୍ତଙ୍କର ପ୍ରବଳ ଇଛା ହୋଇଥାଏ । ଏହି ଝରଣାରେ ଗାଧୋଇବା ପାଇଁ ଅନେକ ସୁନ୍ଦର ସ୍ଥାନ ରହିଛି । ଆଜି ଦିପହର ପ୍ରାୟ 12 ଘଣ୍ଟା ସମୟରେ ବରଗଡ଼ ନିକତସ୍ତ ଚକୁଳିଫାର୍ମ ଅଞ୍ଚଳରୁ କିଛି ଯାତ୍ରୀ ଆସିଥିଲେ । ସେମାନେ ସମସ୍ତେ ଭୀମ ଧାର ଜଳପ୍ରପାତ ରେ ଗାଧୋଇବା ପାଇଁ ଯାଇଥିବା ବେଳେ ସେମାନଙ୍କ ଭିତରୁ ଶ୍ରୀରାମ ବାସନ ସେଠି ନାମକ ଜଣେ ପ୍ରାୟ 18 ବର୍ଷୀୟ ଯୁବକ ଭୀମଧାର ତଳେ ସ୍ନାନ କରୁଥିବା ବେଳେ ପଥର ଭିତରେ ଫସି ଯାଇଥିଲେ । ଏହି ଦୃଶ୍ୟ ଦେଖି ତାଙ୍କର ପରିବାର ଲୋକେ ଯୁବକ ଙ୍କୁ ଉଦ୍ଧାର ଜରିବା ପାଇଁ ଚିତ୍କାର କରିଥିଲେ । ଖବର ପାଇ ମନ୍ଦିର କର୍ମଚାରୀ ଓ ସ୍ବେଚ୍ଛାସେବି ମାନେ ଭିମଧାର ଆଡକୁ ଦୌଡ଼ି ଥିଲେ । ଏହା ସହିତ ମନ୍ଦିର କାର୍ୟ୍ଯ ନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ତୁରନ୍ତ ପାଇକମାଲ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ର କର୍ମଚାରୀ ମାନେ ଅତି କଷ୍ଟରେ ଫସି ରହିଥିବା ଯୁବକ ଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପାଇକମାଲ ଡାକ୍ତରଖାନା କୁ ଆଣିଥିଲେ । ଯୁବକର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା କାରଣରୁ ପାଇକମାଲ ରୁ ତାଙ୍କୁ ପଦ୍ମପୁର ଉପାଖଣ୍ଡ ଚିକିତ୍ସାଳୟ କୁ ରେଫର କରି ଦିଆ ଯାଇଥିଲା । ପଦ୍ମପୁର ରେ ଡାକ୍ତର ଶ୍ରୀରାମ କୁ ମୃତ ଘୋଷଣା କରିଥିଲେ । ଯୁବକ ର ମୃତ୍ୟୁ ଖବର ପାଇ ପାଇକମାଲ ପୋଲିସ ପଦ୍ମପୁର ଡାକ୍ତରଖାନା କୁ ପହଂଛି ସାରିଛି । ଆଗକୁ ନିୟମ ମୁତାବକ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପାଇକମାଲ ଥାନା ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ବଢ଼େଇ କହିଛନ୍ତି । ଯୁବକ ଙ୍କର ମୃତ୍ୟୁ ରେ ଶୋକ ବ୍ୟକ୍ତ କରିଛନ୍ତି ମନ୍ଦିର କାର୍ୟ୍ଯ ନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ।।

0
0
0
s2sdefault