ହେଡଲାଇନସ୍:

ପୁଣି ଲଜ୍ଜ୍ୟା : ବଡ଼ବିଲରେ ଯୁବତୀଙ୍କୁ ଏକୁଟିଆ ଦେଖି କଲେ ଦୁଷ୍କର୍ମ , ଦୁଇଜଣ ଗିରଫ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଡ଼ବିଲ : ବଡ଼ବିଲରେ ପୁଣି ଲଜ୍ଜା। ଘରେ ଏକୁଟିଆ ଥିବାର ସୁଯୋଗ ନେଇ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ। ବଡ଼ବିଲ ଚଟେଇ ହଟିଂ ଅଞ୍ଚଳରେ ଘଟିଛି ଏହି ଲଜ୍ଜାଜନକ ଘଟଣା। ଏ ନେଇ ଗତକାଲି ରାତିରେ ବଡ଼ବିଲ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତତ୍ପରତା ପ୍ରକାଶ କରି ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ଭୋଲା ବାହାଦୂର ଓ ତାର ସହଯୋଗୀ ରାଜେଶ ଗୋପକୁ ଗିରଫ କରିଛି। ଅଭିଯୋଗ ଅନୁଯାୟୀ, ଚମ୍ପୁଆ ଅଞ୍ଚଳର ଏହି ୧୯ ବର୍ଷୀୟା ପୀଡିତା ଯୁବତୀ ଜଣକ ଚଟେଇ ହଟିଂ ସ୍ଥିତ ନିଜ ଭଉଣୀ ଓ ଭିଣୋଇଙ୍କ ଘରେ ରହୁଥିଲେ। ଗତକାଲି ଭଉଣୀ ଓ ଭିଣୋଇ ଡାକ୍ତରଖାନା ଯାଇଥିବା ସମୟରେ ଯୁବତୀ ଜଣକ ଘରେ ଏକୁଟିଆ ଥିଲେ। ଏହାର ସୁଯୋଗ ନେଇ ଦିନ ପ୍ରାୟ ଦେଢଟା ସମୟରେ ମୁଖ୍ୟ ଅଭିଯୁକ୍ତ ଭୋଳା ବାହାଦୂର, ତାର ସହଯୋଗୀ ରାଜେଶ ଗୋପକୁ ନେଇ ସେଠାକୁ ଯାଇଥିଲେ। ଭୋଳା ଘରକୁ ପଶିବା ପରେ ସହଯୋଗୀ ରାଜେଶ ଘରର କବାଟ ବନ୍ଦ କରିଦେଇ ଥିଲା। ଘର ଭିତରେ ଭୋଳା ବଳପୂର୍ବକ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ ବୋଲି ପୋଲିସ ତଦନ୍ତରୁ ଜଣା ପଡ଼ିଛି। ଆଜି ପୀଡିତା ଓ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରା ଯାଇଛି। ବଡ଼ବିଲ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

 

0
0
0
s2sdefault