ହେଡଲାଇନସ୍:

ଭାଇ ସାଜିଲା ଭଗାରୀ : ବୃଦ୍ଧ ଦମ୍ପତିଙ୍କୁ ମାରିଦେଲା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି)  – ମୟୁରଭଞ ଜିଲା ବାରିପଦା ସଦର ଥାନା ଅନ୍ତର୍ଗତ ରଜାବସା ଗ୍ରାମ ପଞ୍ଚାୟତର କୁକୁଡାଯୋଡି ଗ୍ରାମରେ ଗତ କାଲି ରାତ୍ରୀରେ ବୃଦ୍ଧ ଦମ୍ପତିଙ୍କୁ ଅତି ବିଭତ୍ସ  ଭାବେ ଏହି ଦୁବୃତ୍ତ ହତ୍ୟା କରିଅଛି । ଆଜି ସକାଳୁ ଖବର ପାଇ ପୋଲିସ ଦୁଇ ଜଣଙ୍କର ରକ୍ତ ଜୁଡୁବୁଡୁ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ନିମନ୍ତେ ପଠାଇଛି । ମିଳିଥିବା ସୂଚନା ଅନୁଯାଇ ଗତକାଲି ରାତ୍ରୀରେ ସ୍ୱାମୀ ପୂନ୍ନ ହେମ୍ବ୍ରମ (୬୫) ଓ ତାଙ୍କ ସ୍ତ୍ରୀ ସିଙ୍ଗ ହେମ୍ବ୍ରମ (୫୫) ନିଜ ଘରେ ଖାଇ ସାରିବା ପରେ ଶୋଇଥିଲେ । ଆଜି ସକାଳୁ ଗ୍ରାମବାସୀ ମାନେ ତାଙ୍କ ଘର ରାସ୍ତା ଦେଇ ଯାଉଥିବା ବେଳେ ରକ୍ତ ଜୁଡୁବୁଡୁ ହୋଇ ମୃତ ଅବସ୍ଥାରେ ରାସ୍ତାରେ ପୂନ୍ନ ହେମ୍ବ୍ରମ ଓ ତାଙ୍କ ସ୍ତ୍ରୀ ସିଙ୍ଗ ହେମ୍ବ୍ରମ ଖଟ ଉପରେ ମରି ପଡିଥିବାର ଦେଖିବାକୁ ପାଇ ସଂଙ୍ଗେ ସଂଙ୍ଗେ ସଦର ଥାନାକୁ ଖବର ଜଣାଇଥିଲେ । ଖବର ପାଇ ପୋଲିସ ଫୋରେନ୍ସିକ ଟିମ ସହିତ ଘଟଣା ସ୍ଥଳରେ ପହଞ୍ଚô ତଦନ୍ତ ଆରମ୍ଭ କରିଥିଲା । ଦୁର୍ବୁତ୍ତ  ଗତକାଲି ବିଳମ୍ବିତ ରାତ୍ରୀରେ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିଲା । ଅନ୍ୟପଟେ ମୃତ ଦମ୍ପତିଙ୍କ ଝିଅମାନଙ୍କର ବାହାଘର ହୋଇଯାଇଥିବା ବେଳେ ପୁଅ ବାହାର ରାଜ୍ୟରେ ରହି କାମ କରୁଥିବା ବେଳେ ଗତକାଲି ଅନ୍ୟ ଏକ ଗ୍ରାମ ଶଶୁର ଘରକୁ ଫେରିଥିଲା । ଖବର ପାଇ ଆଜି ସକାଳେ ଘରେ ଆସି ପହଂଚିଥିଲେ  । ତାଙ୍କ ପରିବାର ସହ କାହାର ଶତ୍ରୁତା ନ ଥିବା ବେଳେ କାହା ସହିତ ପାରିବାରିକ ବିବାଦ ନ ଥିବାର ସେ କହିଥିଲେ । ହେଲେ ଏପରି ଏକ ଦବଲ ମଡର ଘଟଣା ପୋଲିସ ପାଇଁ ଏକ ଚ୍ୟାଲେଞ ଥିବା ବେଳେ ଖୁବ ଶୀଘ୍ର ପୋଲିସ ତଦନ୍ତ କରି ଅଭିଯୁକ୍ତକୁ  ଧରିବାରେ ସଫଳ ହୋଇଅଛି । ଅଭିଯୁକ୍ତ ଜଣକ ମୃତ ପୂନ୍ନ ହେମ୍ବ୍ରମ ର ଭାଇ ରଥ ହେମ୍ବ୍ରମ । ଏ ବାବଦରେ ଥାନାରେ ୮୬/୧୮ ରେ ଏକ ମାମଲା ରୁଜୁ କାରାଯାଇ ଅଭିଯୁକ୍ତ ରଥ ହେମ୍ବ୍ରମଙ୍କୁ ଗିରଫ କରାଯାଇଅଛି । ଏହା ଏକ ଗୁଣି ଗାରେଡି ସନେ୍ଦହ ହତ୍ୟାକାଣ୍ଡ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଅଛି । 

 

 

0
0
0
s2sdefault