ହେଡଲାଇନସ୍:

 କାମ କରୁଥିଲେ ନା... ଯୁବତୀ ବଦଳାଇ ପ୍ରେମ କରୁଥିଲେ !!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସତରେ ଭାରି ରଂଗୀଲା ନାଗର   ଏଇ ଜେଲର ପ୍ରବର: ପ୍ରଥମ ସ୍ତ୍ରୀ ଥାଉ ଥାଉ ଦ୍ଵିତୀୟ....ଏବେ ତୃତୀୟ 

ବଡ଼ବିଲ /ଚିତ୍ତ ରଞ୍ଜନ କର :ଦିନ ଯେତେ ଗଡୁଛି, ଅଭିଯୋଗ ସେତିକି ବଢୁଛି | ପଦାକୁ ଆସୁଛି ରସିକିଆ ଜେଲରଙ୍କ ରଂଗୀଲା କାରନାମା | ଭଦ୍ରକ ଥାନାରେ ଜଣେ ଯୁବତୀ ଗ୍ଲେଜ଼ୀଆ ନିଜକୁ ସମ୍ପୃକ୍ତ ଜେଲରଙ୍କ ଦ୍ଵିତୀୟ ପତ୍ନୀ ବୋଲି ଦାବି କରିବା ପରେ ଏବେ ବଡ଼ବିଲ ଥାନାରେ ଆଉ ଜଣେ ଯୁବତୀ ଆଣିଛନ୍ତି ଗୁରୁତର ଅଭିଯୋଗ ...ପ୍ରେମ ଆଉ ପ୍ରତାରଣାର | ଭଦ୍ରକ ମାମଲା ଫେସବୁକରୁ ପ୍ରେମ ହୋଇଥିବା ବେଳେ ଏବେ ବଡ଼ବିଲ ମାମଲା ମିସକଲରୁ ! ଥାନାରେ ଅଭିଯୋଗ ହୋଇଥିବା ଖବର ଜଣାପଡିବା ପରେ ଏବେ ରଙ୍ଗିଲା ଜେଲରଙ୍କ ବିରୁଦ୍ଧରେ ବଡ଼ବିଲ ଥାନାରେ ଯୁବତୀଙ୍କ ଏତଲାକୁ ନେଇ ସହରରେ ଚର୍ଚ୍ଚା | ଲୋକ  କଥା ହେଉଛନ୍ତି ଏ ରଂଗୀଲା ଜେଲର କାମ କରୁଥିଲେ ନା ଗୋଟିଏ ପରେ ଗୋଟିଏ ଯୁବତୀ ବଦଳାଇ ପ୍ରେମ କରୁଥିଲେ !

ଭଦ୍ରକ ସବ୍ ଜେଲ୍‌ର ଜେଲର ଥିବା ରଂଗୀଲା ଚିନ୍ମୟ ପାତ୍ରଙ୍କ ବିରୋଧରେ ବୁଧବାର ଦିନ ମହିଳା କମିଶନଙ୍କ ନିକଟରେ ଫେରାଦ ହୋଇଥିବା ଯୁବତୀ ଆଜି ବଡବିଲ ଥାନାରେ ଅସଦାଚରଣ ଅଭିଯୋଗ କରି ଏକ ଲିଖିତ ଏତଲା ଦାୟର କରିଛନ୍ତି । ଦୁଇଦୁଇ ଜଣ ଯୁବତୀ ଅସଦାଚରଣ ଅଭିଯୋଗ ଆଣିବାପରେ ଜେଲ୍ ବିଭାଗ ଚିନ୍ମୟ ପାତ୍ରଙ୍କୁ ଭଦ୍ରକରୁ କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁରକୁ ବଦଳି କରିଛନ୍ତି । ଆଜି ବଡବିଲ ଥାନାରେ ଅଭିଯୋଗ କରିଥିବା ଯୁବତୀ ଏହି ବଦଳି ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏହା ଯଥେଷ୍ଟ ନୁହେଁ, ତାଙ୍କୁ ଅବିଳମ୍ବେ ଚାକିରୀରୁ ବହିଷ୍କାର କରିବା ଉଚିତ। ସୂଚନାଯୋଗ୍ୟ ଯେ, ଗତ ରବିବାର ଦିନ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇର ଜଣେ ଯୁବତୀ ଭଦ୍ରକ ଥାନାରେ ଜେଲର ଚିନ୍ମୟଙ୍କ ବିରୋଧରେ ଅସଦାଚରଣ, ଠକେଇ ଓ ବ୍ଲାକମେଲିଂର ଅଭିଯୋଗ ଆଣିଥିଲେ । ଗତକାଲି ବଡବିଲର ଏହି ପିଡ଼ିତା ଯୁବତୀ ମହିଳା କମିଶନରେ ଅସଦାଚରଣର ଅଭିଯୋଗ ଆଣିଥିଲେ |

0
0
0
s2sdefault