ହେଡଲାଇନସ୍:

କେଜେ ଇସ୍ପାତର ମନମାନୀ ବିରୋଧରେ ଛଟେଇ କର୍ମଚାରୀଙ୍କ ଧାରଣା

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଯାଜପୁରରୁ ସୁବାଷ ଚନ୍ଦ୍ର ନାୟକ (ଶାସକ ପ୍ରଶାସକ) : ଗତ ୨୦୧୬ ମେ ମାସ ୪ ତାରିଖରେ ୧୩ଜଣ କର୍ମଚାରୀ ଙ୍କୁ କେଜେ ଇସ୍ପାତ କର୍ତ୍ତୂପକ୍ଷ ବେଆଇନ ଭାବେ ଛଟେଇ କରିଛନ୍ତି । ଛଟେଇ ଶ୍ରମିକଙ୍କ ପୁନଃ ନିଯୁକ୍ତିଦାବୀ କରି ସମସ୍ତ ଛଟେଇ କର୍ମୀ ସେତେବେଳେ ଆନ୍ଦୋଳନକୁ ଓହ୍ଲାଇଥିଲେ । କଳିଙ୍ଗନଗର ମଜଦୁର ୟୁନିୟନ ପୁନଃ ସମର୍ଥନ ଦେବାପରେ ଆନ୍ଦୋଳନ  ଉଗ୍ରରୂପ ନେଇଥିଲା |  ପ୍ରଶାସନ ଏହାର ସମାଧାନ ପାଇଁ କୌଣସି ପଦକ୍ଷେପ ନେଇ ନଥିଲେ । କାରଖାନା କର୍ତ୍ତୁପକ୍ଷ  ଏବଂ ନିଜ ନିଜ ଜିଦରେ ଅଟଳ ରହିବାରୁ ପ୍ରଶାସନର ଉଦ୍ୟମ ବିଫଳ ହୋଇଥିଲା | ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଲା ଛଟେଇ କର୍ମଚାରୀଙ୍କ ପ୍ରାପ୍ୟ ନ ଦେଇ କାରଖାନା କର୍ତ୍ତୁପକ୍ଷ ଚୁପ ହୋଇବସିବା ଘଟଣା ଶ୍ରମିକଙ୍କ ଅସନ୍ତୋଷର କାରଣ ପାଲଟିଛି । କଳିଙ୍ଗନଗର ଶିଳ୍ପାଞ୍ଚଳରେ କେଜେ ଇସ୍ପାତ ଶ୍ରମିକମାନଙ୍କୁ ପୁନଃନିଯୁକ୍ତି ମିଳୁନି | ଫଳରେ ଛଟେଇ କର୍ମଚାରୀ ମାନଙ୍କର ଆନ୍ଦୋଳନ ଉଗ୍ରରୂପ ଧାରଣ କରିବା ଆଶଙ୍କା ଦେଖାଦେଇଛି | କାରଣ ଗତ ୨ ବର୍ଷ ପୁର୍ବେ ସଂପୁର୍ଣ୍ଣ ବନ୍ଦଥିବା ଏହି କାରଖାନା ଟି ପୁଣି ଉତ୍ପାଦନ ଆରମ୍ଭ କରିଛି । ଯାହାକି ପୁରୁଣା ଶ୍ରମିକ ମାନଙ୍କୁ ପୁନଃ ନିଯୁକ୍ତି ନ ଦେଇ ନୁଆ ଶ୍ରମିକ ମାନଙ୍କୁ ନିଯୁକ୍ତି ବିରୋଧରେ ଛଟେଇ ଶ୍ରମିକମାନେ ଧାରଣାରେ ବସିଛନ୍ତି । ଏ ସଂପର୍କରେ ଜିଲ୍ଲା ପ୍ରଶାସନ ଠାରେ ଆରମ୍ଭ କରି ଯାଜପୁର ରୋଡ଼ ଶ୍ରମ ଅଧିକାରୀଙ୍କ ଠାରେ ଅଭିଯୋଗ କରିଥିଲେ ମଧ୍ୟ ଫଳଶୂନ୍ୟ । ଦୀର୍ଘ ୮ ବର୍ଷରୁ ଉଦ୍ଧ୍ୱ କାଳ  ଧରି କାର୍ଯ୍ୟ କରି ଆସୁଥିବା କର୍ମଚାରୀଙ୍କ ଭବିଷ୍ୟତ ଅନ୍ଧାର  ଭିତରକୁ ଠେଲିହୋଇ ଯାଇଛି ପ୍ରଶାସନ ନୀରବ ରହିବା ଘଟଣା ଏଠି ପ୍ରଶ୍ନବାଚୀ ପାଲଟିଛି । ଯଦି ଏହାର କିଛି ଆସୁ ସମାଧାନ ଯଥା ଶିଘ୍ର କରା ନଯାଏ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବା ସହିତ କେଜେ ଇସ୍ପାତକୁ ତାଲା ପକେଇବେ ବୋଲି ଧାରଣାକାରି ମାନେ ପ୍ରକାଶ କରିଛନ୍ତି ।      

 

0
0
0
s2sdefault