ହେଡଲାଇନସ୍:

ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନରେ ମଲାଘର ଭୋଜି ବାସି କଖାରୁ ଘାଣ୍ଟ : ପିଲାମାନେ ଖାଇ ଅସୁସ୍ଥ, ଜିଲ୍ଲାପାଳଙ୍କ ପାଖେ ଗୁହାରି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାଲେଶ୍ୱର,(ଉଜ୍ଜ୍ୱଳ କର) : ବାଲିଆପାଳ ବ୍ଲକ ବଳରାମପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ଇଟାପଟୁଆ ଗ୍ରାମରେ ଥିବା ଇଟାପଟୁଆ ପ୍ରାଇମେରୀ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଅନ୍ତେଷ୍ଟି କ୍ରୀୟାରେ ରନ୍ଧା ହୋଇଥିବା ଖାଦ୍ୟକୁ ସ୍କୁଲ ପିଲାଙ୍କ ମାଧ୍ୟାହ୍ନ ଭୋଜନରେ ଖାଇବାକୁ ଦିଆଯିବାକୁ ନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଖବରରୁ ଜଣା ପଡିଛି ଯେ ଉକ୍ତ ଗ୍ରାମର ଗତ ତା୨୪.୮.୧୮ରିଖ ଶୁକ୍ରବାର ବିଦ୍ୟାଳୟର ଅନତି ଦୂରରେ ଥିବା ସ୍ୱର୍ଗତ ପ୍ରହ୍ଲାଦ ଚନ୍ଦ୍ର ଦତ୍ତଙ୍କ ସ୍ତ୍ରୀଙ୍କର ଦେହାନ୍ତ ପରେ ଅନ୍ତେଷ୍ଟି କ୍ରୀୟା ହୋଇଥିଲା । ଶୁକ୍ରବାର ଅନ୍ତେଷ୍ଟି କ୍ରୀୟାରେ ରନ୍ଧା ହୋଇଥିବା କଖାରୁ ଘାଣ୍ଟକୁ ପରଦିନ ଅର୍ଥାତ୍ ତା୨୫.୮.୧୮ରିଖ ଶନିବାର ଦିନ ମାଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଖାଇବାକୁ ଦିଆଯାଇଥିଲା । ଏହା ପରେ କିଛି ପିଲାଙ୍କୁ ବାନ୍ତି ହେବା ସଙ୍ଗେ ସଙ୍ଗେ କିଛି ପିଲାଙ୍କୁ ଜ୍ୱର ମଧ୍ୟ ହୋଇଥିଲା । ପିଲାଙ୍କୁ ପାଖରୁ ଜାଣିବା ପରେ ସ୍କୁଲର ପ୍ରଧାନ ଶିକ୍ଷକ ସୁଶାନ୍ତ ରାଉଳଙ୍କୁ ଅଭିଭାବକମାନେ ଜଣାଇଥିଲେ । ମାତ୍ର ପ୍ରଧାନ ଶିକ୍ଷକ ଘଟଣାର ଗୁରୁତ୍ୱ ଦେଇନଥିଲେ । ଏହାପରେ ଅଭିଭାବକ ତଥା ଗ୍ରାମବାସୀମାନେ ବାଲିଆପାଳ ବି.ଇ.ଓ ଙ୍କୁ ଜଣାଇଥିଲେ । ବି.ଇ.ଓ ଘଟଣା ବିଷୟରେ କୌଣସି ତଦନ୍ତ କଲେ ନାହିଁ କିମ୍ବା ଆବଶ୍ୟକ ପଦକ୍ଷେପ ନେଲେ ନାହିଁ । ଶେଷରେ ଗ୍ରାମବାସୀ ଜିଲ୍ଲାପାଳଙ୍କଠାରେ ଅଭିଯୋଗ କରିଥିଲେ । ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଜିଲ୍ଲାପାଳ ଉଚିତ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବେ ବୋଲି ଅଭିଭାବକମାନେ ଆଶା ପ୍ରକାଶ କରିଛନ୍ତି । ମନୋରଞ୍ଜନ ଜେନା, ଚୈତନ୍ୟ ଜେନା, ଜୟନ୍ତ ଜେନା, ସୁଦର୍ଶନ ଜେନା, ଗୀତାରାଣୀ ଜେନା, ଚକ୍ରଧର ଜେନା, ଜ୍ୟୋଷ୍ଣାରାଣୀ ଜେନା, ରବିନ୍ଦ୍ର ଜେନାଙ୍କ ସମେତ ବହୁ ଗ୍ରାମବାସୀ ଓ ଅଭିଭାବକମାନେ ଅଭିଯୋଗ କରିଛନ୍ତି ।

0
0
0
s2sdefault