ହେଡଲାଇନସ୍:

ମନଇଚ୍ଛା ବିଦ୍ୟୁତ  କାଟ୍, ସୁନ୍ଦରଗଡ଼ବାସୀ ହନ୍ତସନ୍ତ : ଯନ୍ତ୍ରୀ ବାବୁ ବିନ୍ଦାସ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୁନ୍ଦରଗଡ଼/ହୋରଚାନ୍ଦ ଦେହୁରୀଆ :  - ଘନଘନ ବିଦ୍ୟୁତ କାଟ ଚାଲିଛି ସୁନ୍ଦରଗଡରେ | ଲୋକମାନେ ହନ୍ତସନ୍ତ ହେଉଥିବା ବେଳେ ବଣ୍ଟନ କମ୍ପାନୀ ୱେସ୍କୋ ନାହିରେ ତେଲ ମାରି ଶୋଇଛି |  ସହରବାସୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ  । ଦିନରେ  ୧୦ରୁ ୧୫  ଲାଇନ ଯାଉଛି | ହେଲେ ବିଦ୍ୟୁତ ଯନ୍ତ୍ରୀଙ୍କୁ ଫୋନେ କଲେ ଫୋନ ଉଠୁନି | ଅଫିସ ରେ ନରହି କୁଆଡେ ଯାଉଛନ୍ତି କି କୋଉଠି କନେକ୍ସନ ଦେଉଛନ୍ତି କେଜାଣି, ଦରକାର ବେଳେ ଖୋଜିଲେ ବାବୁ ମିଳୁ ନାହାନ୍ତି |  ବାବୁ ବୋଧେ ଗୁରୁତ୍ୱପୂର୍ଣ କନେକ୍ସନରେ ବ୍ୟସ୍ତ ରହୁଛନ୍ତି | ସାଧାରଣଜନତାଙ୍କ ଅଭିଯୋଗ ଶୁଣିବାକୁ ବିଭାଗୀୟ ଅଧିକାରୀଙ୍କ ପାଖରେ ସମୟ ନାହିଁ  । କିନ୍ତୁ ଯନ୍ତ୍ରୀଙ୍କ ମନଇଚ୍ଛା କାରବାର ଓ ବିଭାଗରେ ଥିବା କନିଷ୍ଠ  ଅଧିକାରୀଙ୍କୁ ଯନ୍ତ୍ରୀଙ୍କ ନାହିଁ ଆଖି,| ଏପରି  ଅବସ୍ଥାରେ ଚାଲିଛି ସୁନ୍ଦରଗଡ଼ ୱେସ୍କୋ କାର୍ଯ୍ୟାଳୟ, ଗ୍ରାମାଂଚଳର କଥା ନକହିବା ଆହୁରି ଭଲ । ମାସମାସ ଧରି ବିଦ୍ୟୁତ କାଟ ହେଉଛି, ଏହା ଉପରେ ଉଚ୍ଚ ବିଭାଗରେ ଅଧିକାରୀ ନଜର ପକାଇବାକୁ ଦାବି  ।

0
0
0
s2sdefault