ହେଡଲାଇନସ୍:

ନିଶା ଦେଇ ଯାତ୍ରୀଙ୍କୁ ଲୁଟିଲେ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଟିଟିଲାଗଡ଼ (ସୁନୀଲ ବେହେରା) : ନିଶା ଦେଇ ଟ୍ରେନରେ ଯାତ୍ରୀଙ୍କଠାରୁ ଲୁଟ୍ ହୋଇଥିବା ଅଭିଯୋଗ ଆସିଛି | ଅଭିଯୋଗ ଆସିଛି ଟିଟିଲାଗଡ଼ରୁ | ନିଶାସକ୍ତ ଅବସ୍ଥାରେ ଦୁଇ ଯାତ୍ରୀଙ୍କୁ ଉଦ୍ଧାର କରିଛି ଟିଟିଲାଗଡ ଜିଆର୍ପି ପୋଲିସ | ଦୁଇ ଯାତ୍ରୀ କଣ୍ଟାବାଞ୍ଜି ଅଞ୍ଚଳର ବୋଲି ଜଣାପଡିଛି | ଅସୁସ୍ଥା ଅବସ୍ଥାରେ ଦୁହିଁଙ୍କୁ ଟିଟିଲାଗଡ ହସପିଟାଲରେ ଭର୍ତ୍ତି କରାଯାଇଛି | ବିଶାଖାପଟନମ୍ ଷ୍ଟେସନରୁ ଲୁଟ୍ ନେଇ ଅଭିଯୋଗ | ତେବେ ଦୁଇ ଯାତ୍ରୀ ବିଶାଖାପଟନମ୍ ଷ୍ଟେସନରୁ ଗତ ରାତିରେ ଟିଟିଲାଗଡ଼ ଅଭିମୁଖେ ବାହାରିଥିଲେ | ତାଙ୍କ ସହିତ କିଛି ଅଜଣା ବ୍ୟକ୍ତି ମଧ୍ୟ ଟ୍ରେନରେ ଚଢ଼ିଥିଲେ | ଅଜଣା ବ୍ୟକ୍ତିମାନେ ଦୁଇ ଯାତ୍ରୀଙ୍କୁ ପାନୀୟରେ ମିଶାଇ କିଛି ନିଶା ଦ୍ରବ୍ୟ ଦେଇଥିଲେ | ନିଶା ଦ୍ରବ୍ୟ ପିଇଲା ପରେ ଦୁଇ ଯାତ୍ରୀ ସୋଇଯାଇଥିଲେ | ତେବେ ସକାଳେ ସେହି ଦୁଇ ଯାତ୍ରୀ ନାଉଥିବାରୁ ତାଙ୍କର ଜଣେ ସହଯୋଗୀ ଟିଟିଲାଗଡ଼ ଜିଆରପି ପୋଲିସକୁ ଖବର ଦେଇଥିଲେ | ଟିଟିଲାଗଡ଼ ଜିଆରପି ପୋଲିସ ଦୁହିଁଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ | ତେବେ ଦୁହିଁଙ୍କ ଅବସ୍ଥା ଏବେ ଠିକ ଥିବା ଜଣାପଡିଛି | ତେବେ ଯାତ୍ରୀଙ୍କ ଠାରୁ ୫ହଜାର ଟଙ୍କା ଓ ମୋବାଇଲ ଲୁଟ ହୋଇଥିବା କହିଛନ୍ତି ଯାତ୍ରୀ |

0
0
0
s2sdefault