ଝୁରୁଛି ଲୁହଭିଜା ଚାରୋଟି ନୟନ, କୁଆଡେ ଗଲା  ରଂକୁଣି ରତନ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପୋଲିସର ମନମୁଖି କାମକୁ ନେଇ ଲୁଥୁରବନ୍ଧ ଗ୍ରାମର ଲୋକ ଅସନ୍ତୋଷ 

ଟିଟିଲାଗଡ଼/ ସୁନୀଲ ବେହେରା  . ଟିଟିଲାଗଡ଼ ଥାନା ଅର୍ନ୍ତଗତ ଲୁଥୁରବନ୍ଧ ଗ୍ରାମରେ ଗତ ୨୭ ତାରିଖରୁ  ଜଣେ ଦିବ୍ୟାଂଗ ବାଳକ ଦୁଲେଶ୍ ବାଗ (୧୫)ନିଖୋଜ ହୋଇଯାଇଛି ।  ପିତା ଗୁପ୍ତ ବାଗ ମାଁ ଲତା ବାଗଙ୍କ ଏକ ମାତ୍ର ସନ୍ତାନ ଦୁଲେଶ୍ ବାଗ ଦିବ୍ୟାଂଗ ବାଲକ ଗୋଟିଏ ଗରିବ ଶ୍ରେଣୀର ପରିବାର ସେ କେସିଙ୍ଗା ଯାଇ କୁଲି ମଜୁରୀ କରି ତାଙ୍କ ପରିବାର ବହୁତ କଷ୍ଟରେ  ବିତାଉ ଥିଲେ । ହଟାତ ତାଙ୍କ ଆଗରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ତାଙ୍କ ଦିବ୍ୟାଂଗ ପୁଅ ଦୁଲେଶ୍ ନିଖୋଜ | ଏଇ ଖବର ପାଇବା ପରେ ବାପାମା ପାଦତଳୁ ମାଟି ଖସି ଯାଇଛି, ନିରୀହ ଲୁହ ଭିଜା ଚାରୋଟି ଆଖି ଏବେ ସେମାନଙ୍କ ଗଣ୍ଠିଧନକୁ ଝୁରୁଛନ୍ତି  ? ହେଲେ ପୋଲିସର ଭୂମିକାକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି | 

ବଲାଙ୍ଗିର ଏବଂ କଲାହାଣ୍ଡି ଜିଲ୍ଲାର ସୀମାନ୍ତ ବତି ଏହି ଗାଁରୁ ଜଣେ ଦିବ୍ୟାଂଗ ବାଳକ ଦୁଲେଶ୍ ବାଗ ନିଖୋଜ ହୋଇଥିବା ନେଇ ପରିବାର ଲୋକେ ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ଲୁଥୁରବନ୍ଧ ଗାଁର ଟିକେରାମ ବାଗ ବୁଲେଶକୁ ରାତିରେ ଘରୁ ସୋଇବାପାଇଁ ଡ଼ାକିନେଇଥିଲା । ହେଲେ ଆଉ ଦୁଲେଶ୍ ଘରକୁ ଫେରିନଥିଲା । ପରିବାର ଲୋକେ ଖୋଜାଖୋଜି କରିବା ସହ ଟିକେରାମ ବାଗକୁ ପଚାରିଥିଲେ । ହେଲେ ଟିକେରାମ ବାଗରୁ କୈାଣସି ସନ୍ତୋଷ ଜନକ ଉତ୍ତର ପାଇନଥିଲେ । ଫଳରେ ଟିକେରାମ ଦୁଲେଶ୍କୁ ଅପହରଣ କରିଥିବା ନେଇ ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଥିଲେ । ଟିଟିଲାଗଡ଼ ଥାନାରେ ଦୁଲେଶ୍ ଅପହରଣ ହେବା ନେଇ ମାମଲା ଦାଏର କରାଯିବା ପରେ ପୋଲିସ ଅଭିଯୁକ୍ତ କୁ ଥାନାକୁ ଆଣି ପଚରାଉଚରା କରିଥିଲେ  । ପାଞ୍ଚ ଦିନ ଭିତରେ ନିଖୋଜ ଦିବ୍ୟାଂଗ ଦୁଲେଶ୍ କୁ ଆଣିଦେବାକୁ ପୋଲିସ ଆଗରେ ଟିକେରାମ କହିଥିଲା । ହେଲେ ପାଞ୍ଚ ଦିନ ଯାଇ ଏକ ମାସ ବିତିବାକୁ ଲାଗିଲାଣି । ନିଖୋଜ ଦୁଲେଶ୍  ର ଖୋଜ ଖବର ଏଯାଏଁ ମିଲିପାରିନାହିଁ । ଏହି ଘଟଣାରେ ଟିଟିଲାଗଡ଼ ପୋଲିସର କାର୍ଯ୍ୟ କଳାପ ବି ସନେ୍ଦହ ଘେରରକୁ ଆସିଛି । ଅଭିଯୁକ୍ତକୁ ନେଇ ଏକ କାହାଣି କରି ମାମଲାକୁ ଚପାଇଦେବାକୁ ଉଦ୍ୟମ କରିଛି । ଟିଟିଲାଗଡ଼ ଥାନା ଅଧିକାରୀ ବିଜୟ ନନ୍ଦ କରକରା କହିବା କଥା ।  ଯେ, ଦୁଲେଶ୍   ନିଜ  ଇଚ୍ଚାରେ  ସେ କେଉଁ  ଆଡେ  ଚାଲିଯାଇଛି । ଅଭିଯୁକ୍ତ  ଘଟଣା  ଦିନ  ଟିଟିଲାଗଡ  ଜିଆରପି  ପୋଲିସ  ପାଖରେ  ପହଂଚି  ବି ଦୁଲେଶ୍   ବାଗ  ବିଷୟରେ  ଅଭିଯୋଗ  କରିଛି । ଏପରିକି  ସବୁ  ଆଡେ  ଖୋଜା  ଖୋଜି  କରିବା  ପରେ  ରାଉରକେଲା  ଅଂଚଳରେ ରହିଥୀବା  ଜାଣିବାକୁ  ପାଇଛି  ବୋଲି  ପୋଲିସ  କହିଛି । ତେବେ  ବାସ୍ତାବରେ  କିନ୍ତୁ  ଏସବୁ  ମନଗଢା  କଥା ।  ସାମ୍ବଦିକ ଏନେଇ   ଟିଟିଲାଗଡ  ଜିଆରପି  ଥାନାକୁ  ଯାଇ ଘଟଣା  ଦିନ  କଣ  ଅଭିଯୋଗ  ରହିଛି  ତାହା  ଜାଣିବାକୁ  ଉଦ୍ୟମ  କରିଥିଲା । ହେଲେ  ଏମିତି  କୈାଣସି   ଅଭିଯୋଗ  ବା  କିଏ  ଅପହରଣ  ହୋଇଥିବା  ବା  କେଉଁଆଡେ  ଚାଲିଯାଇଥିବା  ଅଭିଯୋଗ  କିଛି  ଆସିନଥିବା  ଜିଆରପି  ଥାନା  ଅଧିକାରୀ ମୋହନ  ନାଏକ କହିଛନ୍ତି । କିନ୍ତୁ  ଏନେଇ  ଟିଟିଲାଗଡ  ପୋଲିସ  କ୍ୟାମେରା  ଆଗରେ  କିଛି  କହିବାକୁ   ରାଜି  ନୁହନ୍ତି । ରୋକ  ଠୋକ  ମନା  କରିଦେଇଛନ୍ତି  ଟିଟିଲାଗଡ  ପୋଲିସ  ଏହି  ଘଟଣା  ଉପରେ   ନିଜ  ପ୍ରତିକ୍ରୀୟା  ବା  ମତାମତ  ଦେବାକୁ ରାଜି ନୁହନ୍ତି । ଯେ,ଅଭିଯୁକ୍ତ ଟିକେରାମ ବାଗକୁ ପାଂଚ ଦିନ ସମୟ ଦିଆଯାଇଥିଲା । ଏହି ସମୟ ମଧ୍ୟରେ ସେ ଟିଟିଲାଗଡ଼ ଜିଆରପି ଠୁନେଇ ସମ୍ବଲପୁର,ରାଉରକେଲା ପଯ୍ୟନ୍ତ ଖୋଜିବାକୁ ଯାଇଥିଲା । ହେଲେ ରାଉକେଲାର ଏକ ମନ୍ଦିରରେ ଦୁଲେଶ୍ ଭୋଗ ଖାଇଥିବା । ଟିଟିଲାଗଡ଼ ଥାନା ଅଧିକାରୀ ବିଜୟ ନନ୍ଦ କରକରା କହିଛନ୍ତି । ଏପରିକି ନିଖୋଜ ଦୁଲେଶ୍ ରାଉରକେଲା,ସମ୍ବଲପୁର ରେ ଦେଖାଯାଇଥିବା କହିଛି । କିନ୍ତୁ ଏଯାଏଁ ଉଦ୍ଧାର କରିବା ତ ଦୂରର କଥା ତାର ପତା ବି ପାଇ ନାହିଁ । ଜଣେ ଅଭିଯୁକ୍ତର କଥାକୁ ଗୁରୁତ୍ୱ ଦେଇ ପୋଲିସ ବି ମନଗଚ୍ଛା କାହାଣି କହିବା ଘଟଣାକୁ ନେଇ ସାଧାରଣରେ ପୋଲିସର କାର୍ଯ୍ୟକଳାପକୁ ନେଇ ପ୍ରଶ୍ନବାଚୀ ସୃୁଷ୍ଟି ହୋଇଛି । ପୋଲିସର ମନମୁଖି କାମକୁ ନେଇ ଗାଁ ଲୋକେ ବି ଅସନ୍ତୋଷ  ପ୍ରକାଶ କରି ଟିଟିଲାଗଡ଼ ସହରରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଥାନା ଘେରାଓ କରିଥିଲେ । ନିଖୋଜ ଦିବ୍ୟାଂଗ ବୁଲେଶକୁ  ଉଦ୍ଧାର କରିବା ପାଇଁ ଦାବୀ କରିଥିଲେ । ଏପରିକି ବୁଲେଶର  ଅପହରଣ କରାଯାଇଥିବାର ଅନେକ ପ୍ରମାଣ ଥିବା ବେଳେ ଅଭିଯୁକ୍ତ ନିଜେ ବି ପୋଲିସ ଆଗରେ ବୁଲେଶକୁ   କେସିଙ୍ଗା ରେଲଷ୍ଟେସନ ନେଇଥିବା କଥା ସ୍ୱୀକାର କରିଥିଲା । ତଥାପି ନିଖୋଜ କିନ୍ତୁ ଅଭିଯୁକ୍ତ ଟିକେରାମ ବାଗଙ୍କ ବାପାଙ୍କ ଭଉଣି ନିଜ ନନା ସାମ୍ବାଦିକ ଆଗରେ ପ୍ରକାଶ କରି କହିଥିଲା ଯେ ମୋର ଭଣଜା ଟିକେବାଗ ମୋତେ କହିଲା ଯେ ଛୁଟି ଜାଣିଛୁ କେସିଙ୍ଗା ଗାଁରେ ଦୁଇ ଜଣ ମଟସାଇକଲରେ ଆସିଥିଲେ ମୁଁ ଦୁଲେଶ୍ କୁ ତାଙ୍କ ହାତରେ ବିକ୍ରି କରିଦେଇଛି । ହେଲେ ମୋତେ ଜଣା ନାହିଁ କେତେ ଟଙ୍କା ଆଣିଛି ମୁଁ କହିପାରିବି ନାହି କିନ୍ତୁ ବିକ୍ରି କରିଥିବା କଥା ଟା ସତ ବୋଲି ଆମ ଆଗରେ ପ୍ରକାଶ କରିଛନ୍ତି ।  ଦୁଲେଶର   ପତା  କିମ୍ବା  ଖୋଜ  ଖବର  ପୋଲିସ  ନପାଇବା  କୁ  ନେଇ  ତିବ୍ର  ଅସନ୍ତୋଷ  ପ୍ରକାଶ  କରିଥିଲେ  ଗାଁ  ଲୋକେ । ଥାନାଅଧିକାରୀ  ଜାଣିଶୁଣି   ଘଟଣାକୁ  ଚପାଇବାକୁ  ଉଦ୍ୟମ କରିଥିବା ଅଭିଯୋଗ  କରିଥିଲେ । ଏପରିକି  ଏବେ ଦୁଲେଶ୍  କେଉଁଠି ଅଛି, କେମିତି  ଅଛି  ତାହାକୁ ନେଇ ସନ୍ଦେହରେ  ଗାଁ  ଲୋକେ  ଅଛନ୍ତି । ଅପର ପକ୍ଷରେ ପୋଲିସ  ଅଭିଯୁକ୍ତ କୁ ଆଣି ଗିରପ ଦର୍ଶାଇ କୋର୍ଟ ଚାଲାଣ କରିବା ପରେ ସେ ଏବେ ଜାମିନରେ ରହିଥିବାରୁ ଦୁଲେଶ୍ର  ଉଦ୍ଧାର ହେବା ନେଇ ସନେ୍ଦହରେ ରହିଛନ୍ତି ଗାଁ ଲୋକେ ଏବେ ପ୍ରଶ୍ନ ଉଠୁଛି ଯେ ବାସ୍ତବରେ ଏହି ଘଟଣାକୁ ନେଇ ଟିଟିଲାଗଡ଼ ପୋଲିସ କିଛି ତଦନ୍ତ କରିଛି ନା ନାହିଁ । ନା ଏମେତି ମନଗଢା କଥା କହି ଲୋକଙ୍କୁ ଭୁଅାଁ ବୁଲାଇବାରେ କଣ ସ୍ୱାର୍ଥ ସାଧନ ହୋଉଛି । ନା ଏହା ପର୍ଦା ପଛରେ କିଛି କାରନାମା ରହିଛି । ଏସବୁ କଥା ଏବେ ହାଟରୁ ଯାଇ  ଦାଣ୍ଡରେ ଗଡୁଛି । ଦେଖିବାର କଥା ଆଗକୁ କଣ ହେଉଛି ।  

0
0
0
s2sdefault