ହେଡଲାଇନସ୍:

ଯୁବତୀଙ୍କ ଗଲାକାଟି ହତ୍ୟା: ଘଟଣା ସ୍ଥଳରେ ପୋଲିସର କଡାକଡି ଯାଞ୍ଚ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ :-ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଜର୍ଜଗଡ଼ ଗ୍ରାମର ଜଣେ ଯୁବତୀଙ୍କ ମୃତଦେହ ଆଜି ଗ୍ରାମ ନିକଟରୁ ପ୍ରବାହିତ ହେଉଥିବା ଝରଣା ନିକଟରେ ପଡିଥିବା ଦେଖିବାକୁ ମିଳିଛି । ପ୍ରାପ୍ତ ସୂଚନା ଅନୁସାରେ ମୃତ ଯୁବତୀ ଓ ତାଙ୍କର ଭଉଣୀ ଝରଣା କୁ ଗାଧୋଇବା ପାଇଁ ଯାଇଥିଲେ । ମୃତ ଯୁବତୀ ଗୋଟିଏ ବାଲ୍ଟି ରେ ପାଣି ନେଇ ଶୌଚ ପାଇଁ ଯାଇଥିବା ବେଳେ କେହି ଜଣେ ତାର ଗଲାକାଟି ହତ୍ୟା କରିଥିବା ଭଳି ଜଣା ପଡୁଛି । ମୃତ ଯୁବତୀ ଙ୍କର ଭଉଣୀ ହାତରେ ମଧ୍ୟ ଆଘାତ ଲାଗିଛି । ପ୍ରାପ୍ତ ସୂଚନା ଅନୁସାରେ ମୃତ ଯୁବତୀ ଙ୍କର ଭଉଣୀ ମୁତ ଯୁବତୀ ର ଚିକ୍ରାର ଶୁଣି ଘଟନା ସ୍ଥଳକୁ ପହଂଛି ବଡ଼ ଭଉଣୀ କୁ ଛଡ଼ାଇବାର ପ୍ରୟାସ କରୁଥିବା ବେଳେ ତାଙ୍କର ହାତରେ ଆଘାତ ଲାଗିଥିଲା । ଘଟଣାର ଖବର ପାଇବା ପରେ ପାଇକମାଲ ଥାନା ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ବଢ଼େଇ ଘଟଣା ସ୍ଥଳକୁ ପହଂଛି ତତ୍ପରତା ର ସହିତ ଅନୁସନ୍ଧାନ ଜାରି ରଖିଛନ୍ତି । ତେବେ ସାଇଣ୍ଟିଫିକ ଟିମ ଓ ଅନୁସନ୍ଧାନୀ କୁକୁର ଘଟଣା ସ୍ଥଳକୁ ପହଂଚିବା ପରେ ଆଉ କିଛି ତଥ୍ୟ ବାହାରିବ ବୋଲି ଜଣା ପଡ଼ିଛି ।

0
0
0
s2sdefault