ହେଡଲାଇନସ୍:

ଅଭିଯୋଗ  ଯଦି ସତ, ତେବେ ସତରେ ଭାରି ରଂଗୀଲା ଏଇ ଜେଲର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଦ୍ରକ(ସତ୍ୟ ଭୂଷଣ  ସ୍ୱାମୀ ) :   ଭଦ୍ରକ ଜେଲ ଏଵେ ବିଵାଦ ଘେରରେ । ଅନ୍ତେଵାସୀଙ୍କ ପାଇଁ ନୁହେଁ ଦାୟୀତ୍ଵରେ ଥିବା ଜେଲର ନିଜେ ଵିଵାଦିତ ହୋଇ ପଡୁଛନ୍ତି । ପୂର୍ବରୁ ବହୁ ଜେଲର ବିବାଦ ଘେରକୁ ଆସିଵା ପରେ ଗିରଫ ହୋଇଛନ୍ତି , ଚାକିରିରୁ ତଡା ଖାଇଛନ୍ତି ଓ ନିଲମ୍ବନ ମଧ୍ୟ ହୋଇଛନ୍ତି । ଏପରି ଅବସ୍ଥାରେ ଏଵେ ନୂଆ କରି ଆସିଥିବା ଯୁବ ଜେଲର ଚିନ୍ମୟ ପତ୍ର  ନିଜ ପତ୍ନୀଙ୍କୁ ପ୍ରତାରିତ କରିଥିବା ଅଭିଯୋଗ ପରେ ବିବାଦୀୟ ହୋଇ ପଡିଛନ୍ତି । ୨୦୧୭ ରେ ଫେସବୁକ  ମାଧ୍ୟମରେ ପ୍ରେମ କରି ବିଵାହ କରିଥିଲେ । ମାତ୍ର କିଛି ଦିନ ପରେ ଜାଣିବାକୁ ପାଇଲେ କି ତାଙ୍କ ସ୍ବାମୀ ଚିନ୍ମୟ  ବିଵାହିତ । ପୂର୍ବରୁ ପତ୍ନୀ ସମେତ ୨ଟି ସନ୍ତାନ ଅଛନ୍ତି । କରଞ୍ଜିଆ ଜେଲରେ ଜେଲର   ଥିବାଵେଳେ ଏହି ଘଟଣା ଘଟିଛି । ଏହାପରେ ପରିବାର ମଧ୍ୟରେ ଅସନ୍ତୋଷ ଵୃଦ୍ଦି ହୋଇ ମାମଲା ଥାନାକୁ ଆସିଛି । ଜେଲରଙ୍କ ଦ୍ବିତୀୟ ପତ୍ନୀ ଗ୍ଲେଜିଆ ପାତ୍ର ଭଦ୍ରକ ଟାଉନ ଥାନାରେ ଅଭିଯୋଗ କରିବା ପରେ ଘଟଣା ସାମନାକୁ ଆସିଛି। ଟାଉନ ପୁଲିସ ଏହି ଘଟଣାର ପ୍ରାଥମିକ ତଦନ୍ତ ପରେ ୨୨୫/୨୦୧୮ ରେ ଏକ ମାମଲା ରୁଜୁ କରି ଦଫା - 489(A}/494/495/406/417/506 IPC ରୁଜୁ କରି ଅଧିକ ତଦନ୍ତ ଚଳାଇଛି ।। ତେବେ ବର୍ତ୍ତମାନ ଜେଲର ପାତ୍ର ଦିଲ୍ଲୀ ଯାଇଥିବା ଜଣା ପଡିଛି ।।

0
0
0
s2sdefault