ହେଡଲାଇନସ୍:

ସ୍ୱାମୀ-ସ୍ତ୍ରୀ କଳହ: ରଶି ଲଗାଇ ଆତ୍ମହତ୍ୟା କଲେ ସ୍ୱାମୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଶବ ସତ୍କାର ବେଳେ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଲା ପୋଲିସ।

କାମାକ୍ଷାନଗର/ ରିତେଶ ବ୍ରହ୍ମା:-ସ୍ୱାମୀ ସ୍ତ୍ରୀ କଳହର କରୁଣ ପରିଣତି। ସ୍ବାମି ରଶି ଲଗାଇ ଆତ୍ମହତ୍ୟା କଲେ। ପରାବାର ଲୋକେ ବ୍ୟବଛେଦ ନକରାଇ ଶବ ଶତ୍କାର ବେଳେ ଶବ ଜବତ କଲା ପୋଲିସ । ଘଟଣା ଘଟିଛି ଢେଙ୍କାନଳ ଜିଲ୍ଲା କାମାକ୍ଷାନଗର ଥାନା ବଡମୁକ୍ତାପଶି ଗ୍ରାମରେ। ସୁଚନା ମୁତାବକ ଗତ କାଲି ଗୁରୁତର ଗ୍ରାମର ଶ୍ରୀକାନ୍ତ ପାତ୍ର ଓ ତାଙ୍କ ସ୍ତ୍ରୀ ଉଭୟଙ୍କ ମଧ୍ୟରେ ଝଗଡା ଲାଗିଥିଲା। ଝଗଡା ଏତେ ତିବ୍ରତର ଥିଲା ଯେ ସ୍ବାମି ରଶି ଲଗାଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ। ପରିବର ଲୋକେ ଉଦ୍ଧାର କରି ତୁରନ୍ତ ମଠକରଗୋଳା ଗୋଷ୍ଠିସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ବ୍ୟବଛେଦ ପାଇଁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଦେଇଥିଲେ। କୁନ୍ତୁ ପରିବାିର ଲୋକେ ପୋଲିସ ଭୟରେ କାମାକ୍ଷାନଗର ମେଡିକାଲକୁ ନେବା ପରିବର୍ତେ ଶବ ଶତ୍କାର ପାଇଁ ସ୍ମସାନକୁ ନେଇଯାଇଥିଲେ। ଖବରପାଇ କାମାକ୍ଷାନଗର ପୋଲିସ ସ୍ମସାନରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଛେଦ ପାଇଁ କାମାକ୍ଷାନଗର ମେଡିକାଲକୁ ପଠାଇ ଅଧିକ ତଦନ୍ତ ଯାରି ରଖିଛି।

0
0
0
s2sdefault