ଭେଣ୍ଡି ଗଛରେ ଝୁଲି ଜୀବନ ଦେଲା : ଆତ୍ମହତ୍ୟା ନ ହତ୍ୟା |

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଡୁବୁରୀ (ସନାତନ ମହାନ୍ତ) :  ବୁଧବାର ସକାଳୁ ସକାଳୁ କଳିଙ୍ଗନଗର ପୋଲିସ୍ ଦାନଗଦୀ ବ୍ଲକ୍ ନଡିଆଭଙ୍ଗା ଗ୍ରା:ପ ଧମଣାଗାଡିଆ(ଝେମଟାହୁଡି)ର ଭାଲୁହୁଡିରୁ ଏକ ଯୁବକର ମୃତ ଦେହ ଉଦ୍ଧାର କରିଛି । ମୃତ ଯୁବକ ଘର ସୁକିନ୍ଦା ଥାନା ଅନ୍ତର୍ଗତ ପାଟପୁର ଗ୍ରାମର ଉଦୟଭାନୁ ମହାନ୍ତଙ୍କ ସାନପୁଅ ପିତାମ୍ବର ମହାନ୍ତ(ଭେଣ୍ଡି)୨୨ ବୋଲି ଜଣାପଡିିଛି । ଘର ଲୋକଙ୍କ କହିବା ଅନୁସାରେ ସେ ଅତି ସରଳ ପିଲା , ତା’ର ଶତୃତା କେହିଥିବାର ଯାଣି ନାହାନ୍ତି । ଉଦୟଭାନୁ ଯଖପୁରା ତେଲିବାହାଳି ଗ୍ରାମର OR04-H - 8397ନମ୍ବର ଡମ୍ଫରଗାଡି ଚଲାଉଥିଲା । ଗତ ରବିବାର ରାତି ଭୁଷଣ ପ୍ଲାଣ୍ଟରେ  ଗାଡି ଖାଲି କରି ଘରକୁ ଡୁବୁରୀ ଗଞ୍ଜାପଡା ରାସ୍ତାଦେଇ ଘରକୁ ଫେରୁଥିଲା । ଡୁବୁରୀ ଠାରୁ ୫କି.ମି ଦୁର ଝେମଟାହୁଡିର  ରାସ୍ତାଠାରୁ ୧୦୦ ମିଟର ଦୁରତାରେ ଭାଲୁ ହୁଡିରେ ଏକ ଗଛରେ ତା’ର ଶବ ଗଛରେ ଝୁଲୁଥିଲା । ରବିବାର ଉଦୟଭାନୁ ଘରେ ନ ପହଁଚି ସେହି ହୁଡି ରାସ୍ତାରେ ତା’ର ଡମ୍ଫରଟି ଛିଡାହୋଇଥିବା ଦେଖି ପାଖ ଗାଁ ଲୋକ ତାଙ୍କ ଘରକୁ ଖବର ଦେଇଥିଲେ । ଘରଲୋକ ଆସି ତାକୁ ଖୋଜା ଖୋଜି କରିଥିଳେ ଓ ମାଲିକକୁ ଖବର ଦେଲେ । ସୋମବାର ମାଲିକ ସଂଦ୍ଧ୍ୟାବେଳେ ଆସି ଗାଡି ନେଇଗଲା । ଘରଲୋକ ସୋମବାର ମୋବାଇଲ୍ ଯୋଗେ ଯୋଗାଯୋଗ କରିବାରୁ ମୋବାଇଲ୍ ସୁଇଜ୍ ଅଫ୍ ଦେଖାଇଲା ତା’ର ସମସ୍ତ ସାଙ୍ଗସାଥିଙ୍କୁ ଯୋଗାଯୋଗ କରିବାରୁ ତା’ର କୌଣସି ସନ୍ଧାନ ଦେଇପାରିଳେ ନାହିଁ । ସନ୍ଦେହରେ  ମଙ୍ଗଳବାର ଘରଲୋକ ପାଖଗାଁର ଲୋକଙ୍କୁ ଡାକି ହୁଡିରେ ଆଡିକରି ଖୋଜିବା ଆରମ୍ଭ କଲେ ସଂଦ୍ଧ୍ୟା ପର୍ଯ୍ୟନ୍ତ କିଛି ପାଇଲେ ନାହିଁ । ପୁଣି ଆଜି ସକାଳୁ ଗାଁ ଲୋକଙ୍କୁ ନେଇ ଗାଡିଛିଡାହୋଇଥିବା ସ୍ଥାନରୁ ହୁଡିକୁ ଚଢୁଥିବା ସମୟରେ ଏକ ଗଛରେ ଝୁଲନ୍ତାଥିବା ଅବସ୍ଥାରେ ଦେଖିବାକୁ ପାଇଲେ । 

0
0
0
s2sdefault