ହେଡଲାଇନସ୍:

ମୁଖ୍ୟମନ୍ତ୍ରୀ ମହୋଦୟ :  ମା’କୁ ସମ୍ମାନର ମାନେ କଣ ଏଇଆ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜେଡି  ଜିଲ୍ଲା ସାଧାରଣ ସମ୍ପାଦକ ଦ୍ୱାରା ମହିଳା ନିର୍ଯ୍ୟାତିତା ଅଭିଯୋଗ 

ଥାନାରେ ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ, ନ୍ୟାୟ ପାଇଁ ଏସପିଙ୍କ ପାଖରେ ଗୁହାରି 

ବାରିପଦା(ଦିଲ୍ଲୀପ ମହାନ୍ତି )- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମା’କୁ ସମ୍ମାନ ନାରା ପ୍ରହସନରେ ପରିଣତ ହୋଇଛି । ରାଜ୍ୟରେ ମହିଳାମାନଙ୍କ ଉପରେ ଅତ୍ୟାଚାର, ନିର୍ଯ୍ୟାତନା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଗତ ଅଗଷ୍ଟ ୨୧ରେ ମୟୂରଭଞ୍ଜ ଜିଲ୍ଲା ବିଜେଡିର ସାଧାରଣ ସମ୍ପାଦକ ତଥା କପ୍ତିପଦା ଅଞ୍ଚଳର ପ୍ରବୀର ଚନ୍ଦ୍ର ସାଏ ଓରଫ ଟିଟି(୫୫)ଙ୍କ ଦ୍ୱାରା ସେହି କପ୍ତିପଦା ଅଞ୍ଚଳର ଏକ ବିବାହିତା ମହିଳା ନିର୍ଯ୍ୟାତିତା ହେବାର ବିଷୟକୁ ନେଇ ମୟୂରଭଞ୍ଜ ଜିଲ୍ଲାରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି ।  କେବଳ ଏତିକି ନୁହେଁ ମହିଳା ଜଣକ କପ୍ତିପଦା ଥାନାରେ ଉକ୍ତ ଦିନ ବିଜେଡି  ନେତା ପ୍ରବୀର ଚନ୍ଦ୍ର ସାଏଙ୍କ ବିରୋଧରେ ଲିଖିତ ଅଭିଯୋଗ ଆଣିଥିଲେ ମଧ୍ୟ ଥାନା ଅଧିକାରୀ କୌଣସି କାରଣରୁ ଅଦ୍ୟାବଧି କାର୍ଯାନୁଷ୍ଠାନ ଗ୍ରହଣ କରିବାରେ ସଫଳ ହୋଇପାରି ନାହାନ୍ତି । ଫଳରେ ମହିଳାଙ୍କ ପରିବାରର ସଦସ୍ୟ ଓ ବନ୍ଧୁବାନ୍ଧବମାନଙ୍କୁ ଧରି ଗତ ୨୭ ସୋମବାର ସନ୍ଧ୍ୟା ସାଢେ଼ ପାଞ୍ଚଟା ସମୟରେ କପ୍ତିପଦା ଥାନାରେ ପହଁଞ୍ଚି ପୁଣି ଥରେ ଥାନା ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରି ଘରକୁ ଫେରୁଥିବା ସମୟରେ ବାଇାଶ ଛକ(ବାଲେଶ୍ୱର ଗୋଲେଇ) ନିକଟରେ ପ୍ରବୀର ଚନ୍ଦ୍ର ସାଏଙ୍କ ସହିତ କପ୍ତିପଦା ଅଞ୍ଚଳର ସୁବାଷ ଚନ୍ଦ୍ର ସାଏ, ସୌରଭ ସାଏ, ଶ୍ରୀଧାମ ଚନ୍ଦ୍ର ସାଏ, ସୌମେନ୍ଦ୍ର ପ୍ରତାପ ସାଏ, ଦେବାଶିଷ ସାଏ, ଶ୍ୱେତ ସୁନ୍ଦର ମଲ୍ଲିକ, ଜଗା ବେହେରା, ରଞ୍ଜନ ଦାସ ଓ ଦୁଣ୍ଡୁରିଆ ଅଞ୍ଚଳର ଆଶିଷ ଦାସ, ରଞ୍ଜନ ଦାଶ ପ୍ରମୁଖ ମାରଣାସ୍ତ୍ରରେ ସଜ୍ଜିତ ହୋଇ ଅଭିଯୋଗ କରିବାକୁ ଥାନାକୁ ଯାଇଥିବା ମହିଳା ଓ ତାଙ୍କ ପରିବାରର ସଦସ୍ୟମାନଙ୍କ ଗାଡ଼ିକୁ ଅଟକାଇ ସେମାନଙ୍କ ଉପରେ ଆକ୍ରମଣ କରିବା ସହିତ ଗାଡ଼ିଗୁଡ଼ିକୁ ଭଙ୍ଗାରୁଜା କରିଥିଲେ । କେବଳ ଏତିକି ନୁହେଁ, ସେମାନଙ୍କ ମୁହଁରେ ଲଙ୍କାଗୁଣ୍ଡ ବୋଳି ଦେଇଥିଲେ । ବିଜଦ ନେତା ଓ ତାଙ୍କ ସମର୍ଥକମାନଙ୍କର ଏହି ପ୍ରକାରର ଗୁଣ୍ଡାଗର୍ଦ୍ଧି ଖବର ଆଖି ପିଛୁଲାକେ ପ୍ରଚାରିତ ହୋଇଗଲା । ଦେଖଣାହାରୀମାନଙ୍କ ଭିଡ଼ ଦେଖି ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ପଳାୟନ କରିବା ପରେ ଏସଡ଼ିପିଓ ଓ ଆଇଆଇସି ପହଁଞ୍ଚି ଆହତମାନଙ୍କୁ ଡ଼ାକ୍ତରଖାନାକୁ ପଠାଇବା ସଂଗେସଂଗେ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ  ଗ୍ରହଣର ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଥାନା ଅଧିକାରୀ କୌଣସି ପଦକ୍ଷେପ ଗ୍ରହଣ ନ କରିବା , ମହିଳା ଓ ତାଙ୍କ ପରିବାରର ସଦସ୍ୟମାନଙ୍କ ଉପରେ ବିପଦ ରହିଥିବାରୁ ଆଜି ମଙ୍ଗଳବାର ବାରିପଦାଠାରେ ଆରକ୍ଷୀ ଅଧିକ୍ଷକ ଅବିନାଶ କୁମାରଙ୍କୁ ସାକ୍ଷାତ କରି ଏକ ଦାବି ପତ୍ର ପ୍ରଦାନ କରିଥିଲେ । ଏସପି ଅବିନାଶ କୁମାର ଘଟଣା ଉପରେ ବୁଝିବେ ବୋଲି  କହିଥିଲେ । ବର୍ତ୍ତମାନ ଏହି ଗୋଳିଆ ପାଣିରୁ ବିରୋଧୀ ଦଳ ଫାଇଦା ଉଠାଇବା ନିମନ୍ତେ ସଜବାଜ ଆରମ୍ଭ କରି ଦେଇଥିବାର ଜଣାପଡ଼ିଛି । ଫଳରେ ମୟୂରଭଞ୍ଜ ଜିଲ୍ଲାରେ ବିଜେଡ଼ି ଭାବମୂର୍ତ୍ତିରେ ଏହି ଘଟଣା ଆଞ୍ଚ ଆଣିବା ସହିତ ମୁଖ୍ୟମନ୍ତ୍ରୀ ନବୀନଙ୍କ ମା’କୁ ସମ୍ମାନ ନାରା ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ  କରାଇଛି | 

ଏଇଟା ସତ.. ମୁଖ୍ୟମନ୍ତ୍ରୀ ମହିଳାଙ୍କ ବିରୋଧରେ ନିର୍ଯାତନାକୁ ବରଦାସ୍ତ କରିବେ ନାହିଁ | ହେଲେ ମୁଖ୍ୟମନ୍ତ୍ରୀଙ୍କ ସରକାରରେ ତ ବରଦାସ୍ତ ହେଉଛି ନା | ମୁଖ୍ୟମନ୍ତ୍ରୀଙ୍କ ସ୍ଲୋଗାନ କୁ ତାଙ୍କ ଦଳର ଜନୈକ ନେତା ପ୍ରହସନ କରି ଦେଇଛନ୍ତି ନା ! ସତ୍ୟାସତ୍ୟ ଅନୁସନ୍ଧାନ କରି କାର୍ଯ୍ୟାନୁଷ୍ଠାନ ନେବାକୁ କିଏ ପୋଲିସକୁ ମନା କରିଛି ? କଣ ବିଜେଡି ନେତା ବୋଲି ? 

 

0
0
0
s2sdefault