ହେଡଲାଇନସ୍:

ଚାଲିଗଲେ ବିଜୁ ବାବୁ ଙ୍କର ବରିଷ୍ଠ ସହଯୋଗୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଶେଷ ଦର୍ଶନ କଲେ ବିଧାୟକ ବ୍ରଜକିଶୋର ପ୍ରଧାନ ଓ ମହେନ୍ଦ୍ର ବଢ଼େଇ

ଜନ୍ମମାଟି ରେ ହେଲା ଅନ୍ତିମ ସଂସ୍କାର

ବରଗଡ :- ପଦ୍ମପୁର ଉପନିର୍ବାଚନ ପାଇଁ ବର୍ତ୍ତମାନ ମାହୋଲ ସରଗରମ ଥିବା ବେଳେ ଆଜି ସକାଳୁ ପାଇକମାଲ ବ୍ଲକ ଜାମସେଠ ଗ୍ରାମରୁ ଆସିଛି ଏକ ଦୁଃଖଦ ଖବର । ଜାମସେଠ ଗ୍ରାମର ବରିଷ୍ଠ ବିଜୁ ଜନତା ଦଳର ନେତା ଶ୍ରୀ ଗୋର୍ଷା ରଣା ଙ୍କର ପରଲୋକ ହୋଇଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ସ୍ବର୍ଗତ ଶ୍ରୀ ରଣା ବିଜୁ ବାବୁ ଙ୍କର ଆଦର୍ଶ ରେ ଅନୁପ୍ରାଣିତ ହୋଇ ବିଜୁ ବାବୁ ଙ୍କର ସହିତ ମିଶି ପଦ୍ମପୁର ଅଂଚଳରେ ସଂଗଠନ କୁ ମଜବୁତ କରିବା ପାଇଁ ଖୁବ ପରିଶ୍ରମ କରିଥିଲେ । ଏକ ସାଇକେଲ ରେ ଗାଁ କୁ ଗାଁ ବୁଲି ବିଜୁ ବାବୁ ଙ୍କର ପ୍ରଚାର କରିବା ସହିତ ସଂଗଠନ କୁ ଆଗକୁ ବଢ଼େଇବା କାମ କରୁଥିଲେ । 1929 ମସିହା ରେ ଜନ୍ମ ଗ୍ରହଣ କରିଥିବା ସ୍ୱର୍ଗତ ଶ୍ରୀ ରଣା ଗତ କିଛି ବର୍ଷ ହେବ ବାର୍ଦ୍ଧକ୍ୟ ଜନିତ କାରଣ ରୁ ଶଯ୍ୟାଶାୟୀ ଥିଲେ । ଗତ କିଛି ମାସ ତଳେ ବରଗଡ଼ ର ପୁର୍ବତନ ସାଂସଦ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଓ ସ୍ବର୍ଗତ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ବ୍ୟକ୍ତିଗତ ଭାବରେ ଶ୍ରୀ ରଣା ଙ୍କର ସହିତ ସାକ୍ଷାତ କରି ତାଙ୍କର ଭଲମନ୍ଦ ବୁଝିଥିଲେ । ଆଜି ତାଙ୍କର ମୃତ୍ୟୁ ର ଖବର ପାଇ ମାନ୍ୟବର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ , ବିଜୁ ଜନତା ଦଳର ମୁଖପାତ୍ର ଶ୍ରୀ ମହେନ୍ଦ୍ର କୁମାର ବଢ଼େଇ ଓ ଅନେକ ନେତୃ ସ୍ଥାନୀୟ ବ୍ୟକ୍ତି ତଥା ଆଖପାଖ ଅଞ୍ଚଳର ବହୁ ସାଧାରଣ ଜନତା ତାଙ୍କର ଘରକୁ ପହଂଛି ଶେଷ ଦର୍ଶନ କରିଥିଲେ । ଶ୍ରୀ ରଣା ଙ୍କର ବିୟୋଗ ରେ ପୂର୍ବତନ ସାଂସଦ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ , ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂ , ଯୁବନେତା ଶ୍ରୀ ଭୋଜରାଜ ସିଂ ବରିହା , ବିଜୁ ଜନତା ଦଳର ପାଇକମାଲ ବ୍ଲକ ସଭାପତି ଶ୍ରୀ ରାଜେନ୍ଦ୍ର ରାଉତ , ପେକ୍ସ ସଭାପତି ଶ୍ରୀ ବିଜୟ ଜୁମର ସ୍ୱାଇଁ , ଶ୍ରୀ ରାଜେନ୍ଦ୍ର ପ୍ରଧାନ , ସରପଞ୍ଚ ଶ୍ରୀ ଆର୍ତ୍ତତ୍ରାନ ସାହୁ , ପୂର୍ବତନ ଜିଲ୍ଲାପାରିଷଦ ସଭ୍ୟ ଶ୍ରୀ ଗିରିଷ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହିତ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ନିଜର ପୈତୃକ ଗ୍ରାମ ଜାମସେଠ ଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ତାଙ୍କର ଏକ ମାତ୍ର ପୁତ୍ର ଶ୍ରୀ ଦିଲୀପ ରଣା ମୁଖାଗ୍ନି ପ୍ରଦାନ କରିଥିଲେ ।

0
0
0
s2sdefault