ହେଡଲାଇନସ୍:

କାମାନ୍ଧତା : ସମ୍ପର୍କୀୟ ଭାଉଜଙ୍କୁ  ଦୁଷ୍କର୍ମ ଉଦ୍ୟମ, ବିରୋଧ କରିବାରୁ ସ୍ୱାମୀଙ୍କୁ ହତ୍ୟା

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଫେରାର ଅଭିଯୁକ୍ତକୁ ଧରିବାକୁ ଏସ୍ପିଙ୍କ ହସ୍ତକ୍ଷେପ ଲୋଡିଲେ ପରିବାର ଓ ଲୋକେ 

ସୁନ୍ଦରଗଡ଼/ ହୋରଚାନ୍ଦ ଦେହୁରୀଆ  : କି ପ୍ରକାର କାମାନ୍ଧତା କେଜାଣି, ଜଣେ ୫୨ ବର୍ଷ ସମ୍ପର୍କୀୟ ଭାଉଜଙ୍କୁ କୁକର୍ମ କରିବା ପାଇଁ ଜଣେ ୪୫ ବର୍ଷ ବୟସ୍କ କାମାନ୍ଧ ବ୍ୟକ୍ତି ବିଫଳ  ହେବା ତଥା ଏହାର ପ୍ରତିବାଦ କରିବାରୁ ମହିଳାଙ୍କ ସ୍ୱାମୀଙ୍କୁ ଠେଙ୍ଗାରେ ବାଡେଇ ବାଡେଇ ମାରି ଦେଇଛି | ଡାକ୍ତରଖାନାରେ ଳରେ ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି | କ୍ୱିଞ୍ଜିରକେଲା  ଥାନାରେ ଏ ନେଇ ଏତଲା ରୁଜୁ ହୋଇଛି | | ସ୍ଥାନୀୟ ପୋଲିସ ତାହାର ଯତ୍ପରୋସନାସ୍ତି ଉଦ୍ୟମ କରୁଥିବା ବେଳେ ଅଭିଯୁକ୍ତ କାମାନ୍ଧ ବ୍ୟକ୍ତିକୁ ଗିରଫ କରିବା ପାଇଁ ସୁନ୍ଦରଗଡ଼ ଏସ୍ପିଙ୍କ ହସ୍ତକ୍ଷେପ ଲୋଡିଛନ୍ତି ସ୍ଥାନୀୟ ଲୋକ ଓ ପରିବାର | 

ସୂଚନା ଅନୁଯାୟି ତଥା ପୋଲିସ ରେ ହୋଇଥିବା ଏତଲା ଅନୁଯାୟୀ ,  କୁଲବା ଗାଁର ସହଦେବ ମହାନନ୍ଦିଆ(୬୦ବର୍ଷ) ସୀତା ବିଶ୍ୱାଳ(୫୨ ବର୍ଷ)ଙ୍କୁ ପ୍ରେମ ବିବାହ କରିଥିଲେ। ତେବେ ସେହି ଗ୍ରାମର ସହଦେବଙ୍କ ସମ୍ପର୍କୀୟ ଭାଇ ତ୍ରିବାସୀ ମହାନନ୍ଦିଆ (୪୫ ବର୍ଷ) ସୀତାଙ୍କ ପ୍ରତି ମନ୍ଦ ଉଦ୍ଦେଶ୍ୟ ରଖିଥିବା ବେଳେ ଏ ବାବଦରେ କେହି ସୁରାଗ ପାଇନଥିଲେ | ଷୋମବାର ସକାଳେ କାମାନ୍ଧ ତ୍ରିବାସୀ ସୀତାଙ୍କୁ ଏକୁଟିଆ ପାଇଁ ଟଣାଓଟରା କରିଥିଲା । ମାତ୍ର ସୀତା ତ୍ରିବାସୀଙ୍କୁ ବାରଣ କରିବା ସହ ବିରୋଧ କରିଥିଲେ |  କୌଶଳ କ୍ରମେ ଘଟଣାସ୍ଥଳରୁ  କୌଣସି ମତେ ମୁକୁଳି ଆସି ଏ କଥା ସ୍ୱାମୀ ସହଦେବଙ୍କୁ ଆଗରେ ସବୁକିଛି କହିଥିଲେ |  ସହଦେବ ଆସି ଘଟଣା ସମ୍ପର୍କରେ ତ୍ରିବାସୀଙ୍କୁ ପଚାରିବାରୁ ସେ ଉତ୍ୟକ୍ତ ହୋଇ  ଏକ ଠେଙ୍ଗା ନେଇ ସହଦେବ ଓ ତାଙ୍କ ପତ୍ନୀ ସୀତାଙ୍କୁ ପିଟିଥିଲେ। ଠେଙ୍ଗାମାଡ଼ରେ ସହଦେବ ଗୁରୁତର ହୋଇ ତଳେ ପଡ଼ିଯାଇଥିଲେ। ଖବର ପାଇ ଗ୍ରାମବାସୀ ସହଦେବଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ମାତ୍ର ସେତେବେଳକୁ ସହଦେବଙ୍କରପ୍ରାଣବାୟୁ ଉଡି ଯାଇଥିଲା । ଏହି ହତ୍ୟାକାଣ୍ଡ ଘଟାଇ ତ୍ରିବାସୀ କେଉଁଆଡ଼େ ଫେରାର ହୋଇ ଯାଇଥିବା ବେଳେ  ପୁଲିସ ଘଟଣାର ତଦନ୍ତ କରୁଛି | ହେଲେ ଅଭିଯୁକ୍ତର ଟେଲିଫୋନ ଟ୍ୟାପ ଆଉ ଟ୍ରାକ କରି ତାକୁ ତୁରନ୍ତ ଗିରଫ କରିବାକୁ ଦାବି ହୋଇଛି |  

0
0
0
s2sdefault