ହେଡଲାଇନସ୍:

ବାରିପଦା ଟାଉନ ଥାନା ଅଧିକାରୀ  : ଟିଭିରେ ମୁହଁ ଦେଖାଇଦେଲେ କାମ ଶେଷ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ଟାଉନ ଥାନା ଅଧିକାରୀ ଅଶୋକ କୁମାର ନାୟକ ଏକ ହତ୍ୟା ମାମଲାକୁ ନେଇ ଥାନେରେ ଏକ ଖବରଦାତା ସମ୍ମିଳନୀ ଡ଼କାଇଥିଲେ । ଏଥି ନିମନ୍ତେ ସମସ୍ତ ବୈଦ୍ୟୁତିକ  ଗଣମାଧ୍ୟମକୁ ଡ଼କାଯାଇଥିବା ବେଳେ ବାଛିବାଛି ନିଜ ପସନ୍ଦର  କିଛି  କେତେକ ଛପା ଗଣମାଧ୍ୟମର ପ୍ରତିିନିଧିଙ୍କୁ ଡ଼କାଇ ଥିଲେ । ଆଉ ଯେଉଁ କିଛି ସାମ୍ବାଦିକ ପୋଲିସ ବାବୁଙ୍କୁ ବିଭିନ୍ନପ୍ରସଙ୍ଗରେ ପ୍ରଶ୍ନ କରି ଅଡୁଆରେ ପକାନ୍ତି ସେଭଳି କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ଡାକି ନଥିଲେ |  ଡାକିବା କିଏ ଆଉ ସେମାନଙ୍କର ପ୍ରଶ୍ନର ଟେନସନ ନବ କିଏ ? ଆମେ ଯାହା କହିବୁ ତାହା ପେପରରେ ବାହାରି ଗଲେ ଆଉ ଟିଭିରେ ଟିକେ ମୁହଁ ବାହାରି ଗଲେ ଗଲା | ଆଉ ସବୁଠୁ ମଜାକଥା ହେଲା ..ଥାନାବାବୁଙ୍କ ଇଂରାଜୀ ପ୍ରେମ | ଥାନା ଅଧିକାରୀ ଯେଉଁ ପ୍ରେସ ରିଲିଜ ଜାରି କରିଥିଲେ ତାହା ଇଂରାଜୀ ଭାଷାରେ ଛପାଯାଇଥିଲା । ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷାରେ କାମ କାର୍ଯ୍ୟ ଏବଂ ଓଡ଼ିଆରେ ନାମ ଫଳକ ଲେଖିବା ବାଧ୍ୟତା ମୂଳକ ବୋଲି ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ବାରିପଦା ଟାଉନ ଥାନା ଅଧିକାରୀଙ୍କୁ ଟିଭି ପରଦାରେ ଚେହେରା ଦେଖାଇବାର ନିଶା ସହିତ ଇଂରାଜୀ ଭାଷା ପ୍ରେମ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶର ଅବମାନନା କାନୂନୀ କି ? 

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି,  ବାରିପଦା ଟାଉନ ଥାନା ଅଧିକାରୀ ଏକ ଖବରଦାତା ସମ୍ମିଳନୀ ଡ଼କାଇ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଏକ ହତ୍ୟା ମାମଲାରେ ଅଭିଯୁକ୍ତକୁ ପୁଲିସ ଧରିବାରେ ସଫଳ ହୋଇଛି ବୋଲି ସୂଚନା ପ୍ରଦାନ କରିବା ସଂଗେସଂଗେ ଏକ ପ୍ରେସ ରିଲିଜ ଜାରି କରିଥିଲେ । ଖବରଦାତା ସମ୍ମିଳନୀରେ ଥାନା ଅଧିକାରୀ ଦେଇଥିବା ସୂଚନା ଆଧାରରେ, ବାରିପଦା ପୌରପରିଷଦ ୱାଡର଼୍ ନଂ-୩ ୱାଲିଗଞ୍ଜର ସ୍ୱର୍ଗତଃ ପୂର୍ଣ୍ଣ ଚନ୍ଦ୍ର ସାହୁଙ୍କର ସ୍ଥାନୀୟ ପୂର୍ତ୍ତ ଓ ନଗର ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ନିକଟରେ ରାଧାରାଣି ନାମରେ ଏକ ଟେଲରିଂ ଦୋକାନ ରହିଥିଲା । ମାତ୍ର ପୂର୍ଣ୍ଣ ଚନ୍ଦ୍ରଙ୍କ ମୃତ୍ୟୁ  ପରେ  ଦୋକାନରେ ତାଲା ଝୁଲିଲା । ଉକ୍ତ ଦୋକାନକୁ ଧରମ ପୁଅ ବାଲେଶ୍ୱର ଇଣ୍ଡଷ୍ଟ୍ରିଆଲ ଥାନା ଅନ୍ତର୍ଗତ ସମ୍ବଲପୁର( ବାଲିଆ) ଗ୍ରାମର ତଥା ବାରିପଦା ପୌରପରିଷଦର ୱାର୍ଡ  ନଂ ୨୩, ତୁଳସୀଚଉରା ମୋତିଲାଲ ସାହୁଙ୍କ ଘରେ ରହୁଥିବା ଦିପୁ ଓରଫ ଅଜିତ କୁମାର ସାହୁ(୩୪) ଧରମ ମା’ ରାଧାରାଣୀ ବେହେରା(୭୨)ଙ୍କ ନିକଟରୁ ୧୭ ଲକ୍ଷ ଟଙ୍କାରେ କିଣି ନେବାକୁ ପ୍ରସ୍ତାବ ଦେଇଥିଲା ଓ ଧରମ ମା ମଧ୍ୟ ଏହି ପ୍ରସ୍ତାବରେ ପ୍ରଥମେ ରାଜି ହୋଇ ପରବର୍ତ୍ତି ସମୟରେ ନାଁ କରି ଦେଇଥିଲେ । ଏଥିରେ ଦିପୁ କ୍ରୋଧାନ୍ୱିତ ଓ ପ୍ରତିଶୋଧ ପରାୟଣ ହୋଇ ଧରମ ମାକୁ ରାସ୍ତାରୁ ହଟାଇ ଦେବାର ଯୋଜନା କରି ଶନିବାର ରାତିରେ ଧରମ ମାର ସାନ ପୁଅ ବାବୁ ଓରଫ ବିକ୍ରମ ବେହେରା (୪୨)ଙ୍କୁ ମଦ ପିଆଇବା ନିଶାଗ୍ରସ୍ତ କରାଇବା ପରେ ସାଥୀରେ ଧରି ରାଧାରାଣୀଙ୍କ ଘରକୁ ଆସି ସାନ ପୁଅ ବିକ୍ରମର ଅଗୋଚରରେ କାର୍ଯ୍ୟ ଶେଷ କରି ଖସିଯାଇଥିଲା । ରବିବାର ଅଭିଯୁକ୍ତ ଦିପୁ ସାହୁଙ୍କ ନାମରେ ଥାନାରେ ଆଇପିସି ଧାରା ଅଣ୍ଡର ସେକସନ ୩୦୨ରେ କେଶ ନଂ ୨୦୧/୨୦୧୮ ରୁଜୁ କରାଯାଇ ଥିବାର ସୂଚନା ଦେଇଥିଲେ ।

 

0
0
0
s2sdefault