ଦିନ ତମାମ ଆଲୋଚନା ପରେ ବି ବାହାରିଲା ନାହିଁ ଶବ ସଂସ୍କାର ପାଇଁ ସମାଧାନ ର ବାଟ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାତିରେ ମେଡିକାଲ ରେ ରହିବ ଶବ ।

ଉମରକୋଟ।(ଜିତେନ୍ଦ୍ର ମହାନ୍ତି) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଗୁଳିବଡନା ଗ୍ରାମ ରେ ଗତ କାଲି ଜଣେ ବୃଦ୍ଧ ଜିତ୍ରୁ ଭତ୍ରା ଙ୍କ ମୃତ୍ୟୁ ଘଟିଥିଲା । ତେବେ ବୃଦ୍ଧ ଜଣକ ମୂଳ ହିନ୍ଦୁ ଧର୍ମ ଛାଡ଼ି ଖ୍ରୀଷ୍ଟୀୟ ଧର୍ମ କୁ ଧର୍ମ ପରିବର୍ତ୍ତନ କରିଥିଲେ । ତେଣୁ ଗ୍ରାମ ରେ ହିନ୍ଦୁ ସମ୍ପ୍ରଦାୟ ର ଲୋକ ମାନେ ଉକ୍ତ ବୃଦ୍ଧ ଙ୍କ ଶବ କୁ ଗାଁ ମଶାଣି ରେ ସଂସ୍କାର କରାଇ ଦେଲେନାହିଁ । ଫଳରେ ସନ୍ଧ୍ୟା ସୁଦ୍ଧା ଶବ ସଂସ୍କାର ହୋଇ ପାରିଲା ନାହିଁ । ସେହି ଗ୍ରାମ ରେ କିଛି ସମୟ ପାଇଁ ଉତେଜନା ଦେଖା ଯାଇଥିଲା । ଉଭୟ ପକ୍ଷ ମଧ୍ୟ ରେ ମାରପିଟ୍ ବି ହୋଇଥିଲା । ଘଟଣା ସ୍ଥଳ ରେ ଉମରକୋଟ ପୋଲିସ ଓ ପ୍ରଶାସନିକ ଅଧିକାରୀ ଉଭୟ ପକ୍ଷ ଙ୍କ ଦିନ ତମାମ ଆଲୋଚନା କରିବା ପରେ ବି କୌଣସି ନିଷ୍କର୍ଷ ବାହାରି ପାରିଲା ନାହିଁ । ପରେ ପୋଲିସ ଗ୍ରାମବାସୀ ଙ୍କୁ ବୁଝା ସୁଝା କରିବା ପରେ ଗାଁ ମୁଣ୍ଡର କିଛି ଦୂର ରେ ଏକ ଖାଲି ଜାଗା ରେ ଆଣି ଶବ ଟିକୁ ପୋତିବାକୁ ରାଜି ହୋଇଥିଲେ । କିନ୍ତୁ ମୃତ ଦେହ କୁ ସେହି ଖାଲି ସ୍ଥାନ କୁ ନେବା ପରେ ସେଠାରେ ସଂସ୍କାର କରିବାକୁ ଆଉ ରାଜି ହେଲେ ନାହିଁ କିଛି ସମୟ ଖୋଲା ପଡିଆ ରେ ମୃତଦେହ ପଡ଼ି ରହିଲା । ସନ୍ଧ୍ୟା ସୁଦ୍ଧା କୌଣସି ସମାଧାନ ନହେବାରୁ ଶବ କୁ ଉମରକୋଟ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର କୁ ନିଆଗଲା । ଆଜି ରାତିରେ ଶବ ମେଡିକାଲ ରେ ରହିବ । କୌଣସି ଚୁଡାନ୍ତ ନିଷ୍ପତି ହେବା ପରେ ପରିବାର କୁ ସଂସ୍କାର ପାଇଁ ମୃତଦେହ ହସ୍ତାନ୍ତର କରାଯିବ । ଯଦି କୌଣସି ନିଷ୍ପତି ନହୁଏ ତାହେଲେ ପ୍ରଶାସନ ନିଜଆଡୁ ଶବ ସଂସ୍କାର କରିବ । ବର୍ତମାନ ଘଟଣା ର ସମାଧାନ ହୋଇଯିବା ପରେ କୌଣସି ସ୍ଥାୟୀ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଝରିଗାଁ ତହସିଲଦାର ଭୀମସେନ ମାଝୀ ।

0
0
0
s2sdefault