ହେଡଲାଇନସ୍:

ମାଲିକଙ୍କ ଘର ସମ୍ମୁଖରେ , ଦୁର୍ବୁତ୍ତ ମାନେ ବସ ପୋଡିଦେଲ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

କବାଡି ରେ ପରିଣତ ହୋଇଗଲା ବସ

ବରଗଡ :- ବଡ଼ପଣ୍ଡା ବସ , ବରଗଡ଼ ଅଞ୍ଚଳ ପାଇଁ ଏକ ଜଣାଶୁଣା ନାମ । ରାଜ୍ୟ ତଥା ରାଜ୍ୟ ବାହାରକୁ ଦୀର୍ଘ ତିନି ଦାସନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ବସ ସେବା ଯୋଗାଇ ଦେଉଛନ୍ତି ଏହି ବସ ମାଲିକ ,ପାଇକମାଲ ନିବାସୀ ଶରତ ବଡପଣ୍ଡା । ଗତ ରାତିରେ ଶରତ ଙ୍କର ଘର ସମ୍ମୁଖରେ ପ୍ରତିଦିନ ଭଳି ଅନେକ ବସ ଥୁଅ ହୋଇଥିଲା । ସେଥି ମଧ୍ୟରୁ ଠିକ ତାଞ୍ଜର ଘର ସମ୍ମୁଖରେ ଛିଡା ହୋଇଥିବା ବସ ନମ୍ବର ଓର17J9244 ନମ୍ବର ବସ ସେ କେହି ଅସାମାଜିକ ବ୍ୟକ୍ତି ନିଆଁ ଲଗେଇ ଦେଇଥିବା ଜଣା ପଡ଼ିଛି । ପ୍ରାପ୍ତ ସୂଚନା ମୁତାବକ ରାତି ପ୍ରାୟ ତିନି ଘଣ୍ଟା ସମୟରେ ଏକ ଜୋରଦାର ଶବ୍ଦ ଶୁଣି ନିକଟ ବସ ରେ ସୋଇଥିବା ଜଣେ କର୍ମଚାରୀ ଉଠି ପଡି ବସ ଟି ଜଳୁଥିବା ଦେଖିବାକୁ ପାଇ ମାଲିକ ଶରତ ଙ୍କୁ ଫୋନ କରିଥିଲେ । ଫୋନ ପାଇ ମାଲିକ ଓ ତାଙ୍କର ପରିବାର ଲୋକେ ବାହାରକୁ ବାହାରି ଘର ସମ୍ମୁଖରେ ବସ ଟି ଜଳୁଥିବା ଦେଖିବାକୁ ପାଇ ତୁରନ୍ତ ନିଆଁ ଲିଭାଇବାର ପ୍ରୟାସ କରିବା ସହିତ ଅଗ୍ନିଶମ ବିଭାଗ କୁ ଫୋନ କରିଥିଲେ । ଏହାପରେ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ପହଂଛି ପ୍ରାୟ ଅଧଘଣ୍ଟା ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ । ଏହି ଘଟଣା କୁ ନେଇ ପାଇକମାଲ ଥାନାରେ ଏକ ମାମଲା ରୁଜୁ କରିଥିବା ଶରତ ବଡ଼ପଣ୍ଡା କହିଛନ୍ତି ।

0
0
0
s2sdefault