ହେଡଲାଇନସ୍:

ପ୍ରାର୍ଥନା ବେଳେ ଟଳିପଡ଼ିଲେ ଛାତ୍ରୀ, ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ଭଦ୍ରକ :( ସତ୍ୟବ୍ରତ ନାୟକ) ବିଦ୍ୟାଳୟରେ ପ୍ରାର୍ଥନା ସମୟରେ ଅସୁସ୍ଥ ହୋଇପଡିଲେ ଛାତ୍ରୀ । ତୁରନ୍ତ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କଲେ କର୍ତ୍ତୃପକ୍ଷ। ହେଲେ ସେଠାରେ ମୃତ୍ୟୁ ଘୋଷଣା କଲେ ଡାକ୍ତର । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ରାଧବଲଭପୁର ଅଞ୍ଚଳରୁ ଆସିଛି ଏମିତି ଏକ ଦୁଃଖଦ ଖବର ।ଖବର ଅନୁଯାୟୀ,  ଲଷ୍ମୀନାରାୟଣ ହାଇସ୍କୁଲ ବନସର ଠାରେ ନବମ ଶ୍ରେଣୀରେ ପଢ଼ୁଥିବା  ଛାତ୍ରୀ ପ୍ରାର୍ଥନା କରୁଥିବା ସମୟରେ ହଠାତ୍‌ ଅସୁସ୍ଥ ହୋଇଥିଲେ । ତାଙ୍କୁ ତୁରନ୍ତ ଧାମନଗର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ।  ସେଠାରେ ଚିକିତ୍ସା ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ଛାତ୍ରୀ ଜଣକ ହେଉଛନ୍ତି ମନୀଷା ବେହୁରିଆ ।

0
0
0
s2sdefault