ହେଡଲାଇନସ୍:

ଜୁଆ ଆଡ଼ା ଉପରେ ଚଢଉ : ତାସ,ଟଙ୍କା, ମୋବାଇଲ୍ ଫୋନ୍ ଓ ବାଇକ୍ ଜବତ, ୫ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ରବିବାର ବିଳମ୍ବିତ ରାତିରେ ଓଡ଼ଗାଁ ଆଦର୍ଶଥାନା ପୁଲିସ ଏକ ଜୁଆଆଡା ଉପରେ ଚଢଉକରି ତାସ, ଟଙ୍କା,ମୋବାଇଲ୍ ଫୋନ୍ ଓ ବାଇକ୍ ଜବତ କରିବା ସହ ୫ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ଏହି ଘଟଣାରେ ୧୦ରୁ ଅଧିକ ଜୁଆଡ଼ି ଘଟଣା ସ୍ଥଳରୁ ଚମ୍ପଟମାରିଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ, ସୁନାମୁହିଁ ପଞ୍ଚାୟତ ଲଣ୍ତାବାଦୁ ଗ୍ରାମ ନିକଟସ୍ଥ ପଥନାଳ ପଡିଆରେ ଜୁଆ ଆଡ଼ା ଚାଲିଥିବା ପୁଲିସ ଜାଣିବାକୁ ପାଇଥିଲା। ଏଠାରେ ପ୍ରତିଦିନ ବିଭିନ୍ନ ଅଞ୍ଚଳରୁ ଜୁଆଡ଼ିମାନେ ଆସି ଜୁଆ ଖେଳିଥାନ୍ତି। ଦଶହରା ଠାରୁ ଦିପାବଳୀ ପର୍ଯ୍ୟନ୍ତ ଜୁଆଖେଳ ଚାଲୁଥିବାବେଳେ ଏଥିରେ ଲକ୍ଷଲକ୍ଷ ଟଙ୍କାର ଖେଳ ହୋଇଥାଏ । କେବଳ ନୟାଗଡ଼ ଜିଲ୍ଲା ନୁହଁ ନିକଟସ୍ଥ ଗଞ୍ଜାମ, ଖୋର୍ଦ୍ଧା,ଭୁବନେଶ୍ବର ଓ ପୁରୀ ଅଞ୍ଚଳରୁ ଜୁଆଡ଼ିମାନେ ଆସି ଖେଳରେ ସାମିଲ୍ ହୋଇଥାନ୍ତି। ରବିବାର ରାତିରେ ଲାଇଟ୍ ଲଗାଇ ଖେଳ ଚାଲିଥିବା ପୁଲିସ ଜାଣିବା ପରେ ଆଇଆଇସି ପୁର୍ଣ୍ଣଚନ୍ଦ୍ର ପଟ୍ଟାୟତଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ବତନ୍ତ୍ର ଟିମ୍ ଗଠନକରି ଜୁଆଡିମାନଙ୍କୁ ଧରିବାକୁ ଯୋଜନା କରାଯାଇଥିଲା।ଏହିଟିମ୍ ଅତି ଚତୁରତାର ସହିତ ଜୁଆଆଡ଼ା ପାଖରେ ପହଞ୍ଚିବା ବେଳକୁ ୧୦ରୁ ଅଧିକ ଜୁଆଡ଼ି ଖସି ଯାଇଥିଲେ ମଧ୍ୟ ୫ଜଣ ଜୁଆଡ଼ିଙ୍କୁ ପୁଲିସ କାବୁ କରିବାରେ ସକ୍ଷମ ହୋଇଥିଲା।ଘଟଣା ସ୍ଥଳରୁ ଏକମୁଠା ତାସ,୧୨ହଜାର ୫୭୦ଟଙ୍କା,ଦୁଇଟି ବାଇକ୍ ୟାମାହା ଗାଡ଼ି ନଂ ଓଆର୦୭ପି– ୫୨୦୨ ଏବଂ ଗ୍ଲାମୋର ଗାଡ଼ି ନଂ ଓଡି୨୫–୬୦୭୯ ଏବଂ ୫ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି। ଗିରଫବ୍ୟକ୍ତି ବସନ୍ତ ପ୍ରଧାନ-ସିଦ୍ଧମାଳ, ସୁଶାନ୍ତ ନାୟକ-ଗଞ୍ଜାମ, ପବିତ୍ର ନାୟକ-ଗଞ୍ଜାମ, ସୁଶାନ୍ତ ଖିଲାର-ଲଣ୍ଡାବାଦୁ ଏବଂ ନିତ୍ୟାନନ୍ଦ ବିଶୋଇ-ପାଇକବାଙ୍କତରାଙ୍କୁ ଗିରଫ କରି ପୁଲିସ ସୋମବାର କୋର୍ଟଚାଲାଣ କରିଛି। ଏହି ଚଢଉରେ ଏସଆଇ ଚକ୍ରଧର ସିଂ,ମନୋଜ କୁମାର ପାତ୍ର,ଏଏସଆଇ ସିମାଞ୍ଚଳ ମଲ୍ଲିକଙ୍କ ସମେତ ପୋଲିସ କର୍ମଚାରୀମାନେ ସାମିଲ୍ ହୋଇଥିଲେ।

0
0
0
s2sdefault