ହେଡଲାଇନସ୍:

ହଜାରିବାଗ ତୀର୍ଥ ଯାତ୍ରୀ ଵସ ଦୁର୍ଘଟଣା ରେ ମୁଖ୍ୟମନ୍ତ୍ରୀ ଙ୍କ ଶୋକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ମୃତକଙ୍କ ପରିବାର ପାଇଁ ଦୁଇ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା

  • ଆହତ ଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ନିର୍ଦେଶ

ଭୁବନେଶ୍ୱର: ମୟୁରଭଞ୍ଜ ରୁ ବାରଣାସୀ କୁ ଯାଇଥିବା ତୀର୍ଥ ଯାତ୍ରୀ ବସ ଫେରିବା ବାଟରେ ଝାରଖଣ୍ଡ ର ହଜାରିବାଗ ର ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଏବଂ କିଛି ଲୋକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି |

ମୃତକଙ୍କ ନିକଟ ସମ୍ପର୍କୀୟ ଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିବା ସହିତ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ନିର୍ଦେଶ ଦେଇଛନ୍ତି |

ସବୁ ଯାତ୍ରୀ ଯେପରି ଶୀଘ୍ର ନିଜ ନିଜ ଘରକୁ ଫେରିବେ ସେଥିପାଇଁ ଝାରଖଣ୍ଡ ସରକାର ସହ ସମନ୍ୱୟ ରଖି ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ, ମୟୁରଭଞ୍ଜ ଜିଲ୍ଲାପାଳ ଙ୍କୁ ନିର୍ଦେଶ ଦେଇଛନ୍ତି |

ଏହି ତୀର୍ଥ ଯାତ୍ରୀ ମାନଙ୍କ ମଧ୍ୟ୍ୟରେ ଅନୁଗୁଳ, ଢେଙ୍କାନାଳ ଓ ମୟୁରଭଞ୍ଜ ର ଲୋକ ମାନେ ଅଛନ୍ତି |

0
0
0
s2sdefault