ହେଡଲାଇନସ୍:

ଅଣହିନ୍ଦୁଙ୍କ ସଂଖ୍ୟା ବଢ଼ୁଛି, ପ୍ରଶାସନ ନିଦାବିଷ୍ଣୁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯାଜପୁରରୋଡ୍ (ବ୍ୟୁରୋ ଚିଫ୍, ଜୟଶଙ୍କର ଦାଶ): ରାଜ୍ୟରେ ଅଣହିନ୍ଦୁଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିଚାଲିଥିବାରୁ ସେହି ଅନୁପାତରେ ଚୋରି, ରାହାଜାନୀ, ଡକାୟତି ମଧ୍ୟ ବଢ଼ିଚାଲିଛି । ମାତ୍ର ପ୍ରଶାସନ ନିଦାବିଷ୍ଣୁ ସାଜିଛି । ଅଣହିନ୍ଦୁମାନେ ସ୍ଥାନୀୟ ଜନପ୍ରତିନିଧିମାନଙ୍କୁ ହାତବାରିଶି କରି ଥାନାରେ କୌଣସି ପରିଚୟପତ୍ର ନଦେଇ ଅନାବାଦୀ, ଗୋଚର ଜମିରେ ଘର କରି ଗୋଷ୍ଠୀ ହୋଇ ରହୁଥିବା ଦେଖାଯାଉଛି । ଏହି ଅଣହିନ୍ଦୁମାନେ ଦେଶ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ଶୁଣିବାକୁ ମିଳୁଛି । ଏମିତି ଏକ ଘଟଣା ଘଟିଛି ସୁକିନ୍ଦା ଅଞ୍ଚଳରେ । ସୁକିନ୍ଦା ଷ୍ଟେଟବ୍ୟାଙ୍କ  ପଛପଟରେ ରହୁଥିବା କିଛି ଅଣହିନ୍ଦୁ ମୁର୍ଶିଦାବାଦରୁ ଆସି ସୁକିନ୍ଦାରେ ରାଜମିସ୍ତ୍ରୀ ଭାବେ କାମ କରୁଥିବାବେଳେ ହସିବୁଲ୍ ସେକ୍ ପିତା ସାମାଲସେକ୍, ସା.ନସିପୁର ଥାନା- ଲାଲଗୋଲା(ଲାଲବାଗ)ରୁ ଆସି ତା'ର ନିଜ ଫେସ୍ବୁକ୍ ଆଇଡିରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କର ୧୬.୦୮.୧୮ରେ ଦେହାନ୍ତ ହୋଇଥିବାରୁ ସାରାଦେଶ ଶୋକ ପାଳୁଥିବାବେଳେ ଏହି ବ୍ୟକ୍ତିଜଣକ ବାଜପେୟୀଙ୍କ ବିରୋଧରେ ଭୁଲ ମନ୍ତବ୍ୟ ଓ ଅସଭ୍ୟ ଭାଷା ପ୍ରୟୋଗ କରିଥିବା ମହମ୍ମଦ ଭିଡିଓକୁ ସେୟାର କରି ସୁକିନ୍ଦାରେ ରହୁଥିବା ହିନ୍ଦୁ ଓ ମୁସଲମାନଙ୍କ ଭିତରେ ଥିବା ଭାଇଚାରାକୁ ନଷ୍ଟ କରିଛି । ଫଳରେ ଆଗାମୀ ଦିନରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରି ସୁକିନ୍ଦା ବଜରଙ୍ଗ ଦଳ ପକ୍ଷରୁ ଏନେଇ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି । ଏହିଭଳି ଅଜଣା ତଥା ଅନ୍ୟ ଏକ ରାଜ୍ୟରୁ ଆସି ରହୁଥିବା ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବଜରଙ୍ଗୀ ଦଳର ସହସଂଯୋଜକ ଜିଜ୍ଞାସୁ ସାହୁ ଦାବି କରିଛନ୍ତି ।

0
0
0
s2sdefault