ହେଡଲାଇନସ୍:

ନିଖୋଜ ବ୍ୟକ୍ତି ର ସନ୍ଧାନ ରେ ଅଗ୍ନିଶମ ଓ ପୋଲିସ ବିଭାଗ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

୨୪ ଘଣ୍ଟା ପରେ ବି କୋଣସି ସନ୍ଧାନ ମିଳି ନାହିଁ

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ପାଇକମାଲ ଗ୍ରାମ କଣ୍ଟାପଡା ନିବାସୀ ମହମ୍ମଦ ମୁସ୍ତାକ ନାମକ ଜଣେ ବ୍ୟକ୍ତି ଗତ କାଲି ଦିପହର ଦୁଇ ଘଣ୍ଟା ସମୟରୁ ଘରୁ ନିକଟସ୍ଥ ଖଣ୍ଡିଝରଣ ଡେମ କୁ ମାଛ ଧରିବା ପାଇଁ ଯାଇଥିଲେ । ସନ୍ଧ୍ୟା ଆଠଟା ସୁଦ୍ଧା ଘରକୁ ନ ଫେରିବାରୁ ଘର ଲୋକେ ତାଙ୍କୁ ଖୋଜାଖୋଜି ଆରମ୍ଭ କରି ଦେଇଥିଲେ । ଘଟଣାର ଖବର ପାଇବା ପରେ ପୋଲିସ ଓ ଅଗ୍ନିଶମ ବିଭାଗ ତରଫରୁ ମଧ୍ୟ ଡେମ ଭିତରେ ଖୋଜାଖୋଜି କରିବା କାର୍ୟ୍ଯ ଜୋରସୋରରେ କରାଯାଇଛି । ତେବେ ବର୍ତମାନ ସୁଦ୍ଧା ମୁସ୍ତାକ ର କୋଣସି ଖବର ମିଳି ପାରିନାହିଁ । ଗତକାଲି ଡେମ ରୁ ମୁସ୍ତାକ ର ଫୋନ , ଚପଲ କିଛି କପଡ଼ା ଉଦ୍ଧାର ହୋଇଥିବା ବେଳେ କାଳେ ମୁସ୍ତାକ ପାଣିରେ ବୁଡି ଯାଇଥିବ ବୋଲି ସ୍ଥାନୀୟ ଲୋକ ଓ ଅଗ୍ନିଶମ ବିଭାଗ ର ଲୋକେ ଡେମ ଭିତରେ ଖୋଜାଖୋଜି କରିଥିଲେ । ନିଖୋଜ ମୁସ୍ତାକ ଜଣେ ଟାଇଲ ମିସ୍ତ୍ରୀ ଭାବରେ ଚେନ୍ନାଇ ରେ କାମ କରୁଥିଲା । ଗତ କିଛିଦିନ ପୂର୍ବରୁ ସେ ପାଇକମାଲ ଆସିଥିଲା । ତେବେ ବର୍ତ୍ତମାନ ପୋଲିସ ପ୍ରଥମେ ମୁସ୍ତାକ ର ସନ୍ଧାନ ପାଇବା ପାଇଁ ସବୁପ୍ରକାର ଚେଷ୍ଟା ଚଳାଇଥିବା ଥାନା ଅଧିକାରୀ ଶ୍ରୀ ବିଶ୍ଵଜିତ ମନବୋଧ ଜଣାଇଛନ୍ତି ।

0
0
0
s2sdefault