ଜେନିଥ ଲାୟନ୍ସ ଗୁରୁକୂଳ ସ୍କୁଲ ବସ ଦୁର୍ଘଟଣା: ଅଳ୍ପକେ ବର୍ତିଲେ ଛାତ୍ରଛାତ୍ରୀ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

 

ପଦ୍ମପୁର: ସ୍କୁଲ ବସ ଦୁର୍ଘଟଣା ଅଳ୍ପକେ ବର୍ତିଲେ ଛାତ୍ରଛାତ୍ରୀ । ପଦ୍ମପୁର ସହରର ଘରୋଇ ସ୍କୁଲ ଜେନିଥ  ଲାୟନ୍ସ ଗୁରୁକୂଳ ର ଏକ ବସ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଯାଉଥିବା ସମୟରେ ଦୁର୍ଘଟଣା ଗ୍ରସ୍ତ। ଡ୍ରାଇଭର ର ବେପରୁଆ ଗାଡି ଚାଳନା ଯୋଗୁଁ ବିପଦ ମୁଖରେ ତିରିଶ ରୁ ଅଧିକ ଛାତ୍ରଛାତ୍ରୀ ଙ୍କ ଜୀଵନ । ସବୁଦିନ ଭଲି ଆଜି ସ୍କୁଲ ଛୁଟି ହେବା ପରେ ପିଲାମାନଙ୍କୁ ନେଇ ଜେନିଥ ଲାୟନ୍ସ ଗୁରୁକୂଳ ର ବସ ଫେରୁଥିଲା ସମୟରେ ଝାଙ୍କରପାଲି ନିକଟରେ ଦୁର୍ଘଟଣା ହେବା ଫଳରେ ୧୫ ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।ଛାତ୍ରଛାତ୍ରୀ ମାନଙ୍କ ଅଭିଯୋଗ ଅନୁସାରେ ଡ୍ରାଇଭର ଜଣକ ନିଶାଗ୍ରସ୍ତ ହୋଇ ଗାଡି ଚାଲାଇଥାନ୍ତି , ଏ ବିଷୟରେ ସ୍କୁଲରେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନଥିଲେ ।

0
0
0
s2sdefault