ପରଲୋକରେ ପୂର୍ବତନ ସରପଞ୍ଚ ରାଜେଶ୍ୱରୀ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକପ୍ରଶାସକ)-ବରଗଡ଼ ଜିଲ୍ଲା ରାଜବୋଡାସମ୍ବର ବ୍ଳକ ର ପୂର୍ବତନ ଅଧ୍ୟକ୍ଷ ଶ୍ରୀମାନ ଗୋଲଡି ସିଂ ବରିହା ଙ୍କ ଧର୍ମପତ୍ନୀ ରାଜେଶ୍ୱରୀ ସିଂ ବରିହା ବୟସ ୪୨,ଆଜି ସକାଳେ ଅକାଳ ମୃତ୍ୟୁ ବରଣ ହୋଇଛି ।ଅତିତ ରେ ରାଜେଶ୍ୱରୀ ସିଂ ବରିହା ରାଜବୋଡାସମ୍ବର ବ୍ଳକରେ ଯାଉଥିବା ଜମରତଲା ଗ୍ରାମପଞ୍ଚାୟତ ର ସରପଞ୍ଚ ଭାବେ ସୁ-ଚାରୁଋପେ କାର୍ଯ୍ୟ ତୁଲାଇ ଜନମାନସ ରେ ବେଶ ପ୍ରିୟପାତ୍ର ହୋଇଥିଲେ ।ଏଥିସହିତ ସ୍ୱର୍ଗତା ବରିହା, ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ଶ୍ରୀମାନ ବିଜୟ ରଞ୍ଜନ ସିଂ ବରିହା ଙ୍କ ପୁତୁରାବଧୁ ହୋଇଥିବାବେଳେ,ବରଗଡ ଜିଲ୍ଲାପରିଷଦ ର ପୂର୍ବତନ ଅଧ୍ୟକ୍ଷ ଶ୍ରୀମାନ ମନୋରଞ୍ଜନ ସିଂ ବରିହା ଙ୍କ ପୁତ୍ରବଧୁ ।ସେ ଦିର୍ଘଦିନ ଧରି ଅସୁସ୍ଥ ଥିଲେ ।ଆଜି ତାଙ୍କ ଅକାଳ ମୃତ୍ୟୁରେ ପଦ୍ମପୁର ସହରରେ ଶୋକର ଛାୟା ଖେଳିଯାଇଛି ।ଖବର ପ୍ରସାରରଣ ପରେ ଜମରତଲା ଗ୍ରାମପଞ୍ଚାୟତ ର ଜନସାଧାରଣ ବେଶ ଦୁଃଖ ପ୍ରକାଶ କରିଛନ୍ତି ।ତାଙ୍କ ଅନ୍ତିମ ଦର୍ଶନ ପାଇଁ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଙ୍କ ସମେତ ଜମରତଲା ର କେତେକ ଗ୍ରାମବାସୀ ତାଙ୍କ ବାସଭବନ କୁ ଆସି ଶେଷ ଦର୍ଶନ କରିବା ସହ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।ସେ ଜଣେ ଧର୍ମପରାୟଣ,ମେଳାପୀ ମହିଳା,ଜନସେବିକା ଭାବେ ବେଶ ପରିଚିତ ଥିଲେ ।ତାଙ୍କର ଏକମାତ୍ର ପୁତ୍ର ଶ୍ଳୋକ ମୁଖାଗ୍ନୀ ଦେଇଥିଲେ ।

0
0
0
s2sdefault