ହେଡଲାଇନସ୍:

ଆରପାରିରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର: ନିର୍ଭୀକ ରାଜନେତା, ବିଧାନସଭାରେ ବିରୋଧୀ ଦଳ ଉପନେତା ତଥା ବରିଷ୍ଠ ବିଧାୟକ ଶ୍ରୀ ବିଷ୍ଣୁ ସେଠୀଙ୍କ ଦେହାନ୍ତ ଘଟିଛି | କିଡନୀ ରୋଗରେ ପୀଡ଼ିତ ହେବା ପରେ ସେ  ଗତ ଏକ ମାସ ଧରି ଭୁବନେଶ୍ୱରର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ରେ ଚିକିତ୍ସିତ ହେଉଥିବାବେଳେ ଶ୍ରୀ ସେଠୀ ୬୧ ବର୍ଷ  ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି | ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି | ଚାନ୍ଦବାଲି ବିଧାନସଭା ଆସନରୁ ସେ ବିଜେପି ଟିକେଟ ରେ ୨୦୦୦ ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ସେ ବିଧାୟକ ଥିଲେ । ୨୦୦୬ ମସିହାରେ ଓଡ଼ିଶା କାଜୁ ନିଗମର ଅଧ୍ୟକ୍ଷ ଦାୟିତ୍ୱରେ ଥିଲେ । ଭଦ୍ରକ ଜିଲ୍ଲା ବିଜେପି ସଭାପତି ଏବଂ ବିଜେପି ଏସସି ମୋର୍ଚ୍ଚାର ଉପସଭାପତି ଦାୟିତ୍ୱ ମଧ୍ୟ ସମ୍ଭାଳିଥିଲେ । ୨୦୧୯ ନିର୍ବାଚନରେ ସେ ଧାମନଗର ବିଧାନସଭା ଆସନରୁ ଦ୍ୱିତୀୟ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିରୋଧୀ ଦଳର ଉପନେତା ଭାବେ ତାଙ୍କୁ ଗୁରୁ ଦାୟିତ୍ୱ ମିଳିଥିଲା ।

" ବିରୋଧି ଦଳର ଉପନେତା ବିଷ୍ଣୁ ଚରଣ ସେଠୀଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଗଭୀର ଦୁଃଖିତ ଓ ମର୍ମାହତ । ସେ ଜଣେ ବହୁତ ଭଲ ମଣିଷ ଥିଲେ । ଦଳମତ ନିର୍ବିଶେଷରେ ସମସ୍ତେ ତାଙ୍କୁ ଭଲ ପାଉଥିଲେ । ତାଙ୍କ ବିୟୋଗ ରାଜ୍ୟ ରାଜନୀତି ପାଇଁ  ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଉଛି" ବୋଲି ଜଙ୍ଗଲ, ପରିବେଶ ତଥା ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ତାଙ୍କ ଶୋକ ବାର୍ତ୍ତାରେ ଜଣାଇଛନ୍ତି ।

"ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଜନପ୍ରତିନିଧି ଭାବେ ଲୋକଙ୍କ ପାଇଁ ତାଙ୍କ କଲ୍ୟାଣକାରୀ କାର‌୍ୟ୍ୟ ସର୍ବଦା ସ୍ମରଣୀୟ ରହିବ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି" ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ , ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି ।   ମନ୍ତ୍ରୀ ଶ୍ରୀ ନାୟକ ବିଧାନ ସଭା ପରିସରରେ ତାଙ୍କର ଶେଷ ଦର୍ଶନ କରି ଅଶୃଳ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । 

ବିରୋଧୀ ଦଳ ଉପନେତା ତଥା ବିଜେପି ଧାମନଗର ବିଧାୟକ ଵିଷ୍ଣୁ ଚରଣ ସେଠୀଙ୍କ ବିୟୋଗରେ ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଗଭୀର ଶୋକ ପ୍ରକାଶ କରିଛନ୍ତି l ଏକ ଶୋକ ବାର୍ତ୍ତାରେ ମନ୍ତ୍ରୀ କହିଛନ୍ତି ଯେ, ମାନ୍ୟବର ବିଧାୟକ ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ବିୟୋଗ ଜାଣି ସେ ଅତ୍ୟନ୍ତ ମର୍ମାହତ l ନିଜ ଅଞ୍ଚଳ ତଥା ରାଜ୍ୟର ବିକାଶରେ ସର୍ବଦା ସକ୍ରିୟ ଯୋଗଦାନ କରିଥିବା ସ୍ବର୍ଗତ ବିଷ୍ଣୁ ବାବୁ ଜଣେ ଓଡ଼ିଆ ସାହିତ୍ୟିକ,ସଫଳ ତଥା ଲୋକପ୍ରିୟ ରାଜନୀତିଜ୍ଞ ଭାବରେ ସର୍ବଦା ମନେ ରହିବେ l ତାଙ୍କର ବିୟୋଗ ଓଡିଶା ରାଜନୈତିକ ଏବଂ ସାରସ୍ୱତ ଜଗତର ଅପୂରଣୀୟ କ୍ଷତି ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ପ୍ରକାଶ କରିବା ସହିତ ଦିବଂଗତ ଆତ୍ମାର ସଦଗତି କାମନା କରିଛନ୍ତି ଏବଂ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି l

ବିରୋଧୀ ଦଳ ଉପନେତା ତଥା ବିଜେପି ଧାମନଗର ବିଧାୟକ ଵିଷ୍ଣୁ ଚରଣ ସେଠୀଙ୍କ ବିୟୋଗରେ ରାଜ୍ୟ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ଵିନୀ କୁମାର ପାତ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି l ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗରେ ଓଡ଼ିଶା ଜଣେ ସକ୍ରିୟ ଏବଂ ଲୋକପ୍ରିୟ ରାଜନୈତିଜ୍ଞଙ୍କୁ ହରାଇଲା ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ପ୍ରକାଶ କରିବା ସହ ସ୍ବର୍ଗତ ଅମର ଆତ୍ମାର ସଦଗତି କାମନା କରିଛନ୍ତି ଏବଂ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି l

ଜଣେ ସ୍ପଷ୍ଟବାଦୀ, ନିର୍ଭୀକ ଜନନାୟକ ଭାବେ ପରିଚିତ ଚାନ୍ଦବାଲିର ପୂର୍ବତନ ବିଧାୟକ ତଥା ଧାମନଗର ର ବର୍ତ୍ତମାନର ବିଧାୟକ ବିଷ୍ଣୁ ଚରଣ ସେଠୀ ଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଗଭୀର ଦୁଃଖୀତ ଓ ମର୍ମାହତ । ବରିଷ୍ଠ ରାଜନେତା, ବିରୋଧୀ ଦଳର ଉପନେତା ତଥା ଓଡିଶା ପ୍ରଦେଶ ର ଜଣେ ଟାଣୁଆ ନେତା ଭାବରେ ସେ ପରିଚିତ ଥିଲେ । ତାଙ୍କ ବିୟୋଗ ଆମ ସମସ୍ତଙ୍କ ପାଇଁ ଏକ ଅପୂରଣୀୟ କ୍ଷତି । ଭଗବାନ ତାଙ୍କ ଅମର ଆତ୍ମା ଙ୍କୁ ଶାନ୍ତି ଦିଅନ୍ତୁ ଏବଂ ଏହି ଦୁଃଖଦାୟକ ସମୟ ରେ ତାଙ୍କ ପରିବାରବର୍ଗକୁ ଭଗବାନ ଧର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରିତୀରଞ୍ଜନ ଘଡାଇ ତାଙ୍କ ଶୋକ ବାର୍ତ୍ତାରେ ଜଣାଇଛନ୍ତି ।

ଶ୍ରୀ ସେଠୀଙ୍କ ବିୟୋଗରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ବୈଜୟନ୍ତ ପଣ୍ଡା ଗଭୀର ଶୋକ ବ୍ୟକ୍ତ କରିଛନ୍ତି | ଶ୍ରୀ ସେଠୀଙ୍କ ବିୟୋଗ ଓଡିଶା ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି | 

ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଦେଶ କଂଗ୍ରେସ କମିଟି  ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ। ଶ୍ରୀ ସେଠୀଙ୍କ ବିୟୋଗ ଓଡିଶା ରାଜନୀତି ପାଇଁ ଏକ ବିରାଟ କ୍ଷତି ବୋଲି କହିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି ପିସିସି ସଭାପତି ଶ୍ରୀ ପଟ୍ଟନାୟକ |

ବିଶିଷ୍ଟ କବି,ଲେଖକ,ସୁବକ୍ତା ଗ୍ରନ୍ଥାଗାର ସୂଚନା ବିଜ୍ଞାନ ତାଲିମପ୍ରାପ୍ତ ଧାମନଗରର ମାନ୍ୟବର ବିଧାୟକ ତଥା ବିରୋଧୀଦଳ ଉପନେତା ବିଷ୍ଣୁଚରଣ ସେଠୀଙ୍କ ଅକାଳ ବିୟୋଗରେ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ, ନିର୍ଦେଶକ ରଂଜନ କୁମାର ଦାସ ଓ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ତରଫରୁ ଗଭୀର ଶୋକ ପ୍ରକାଶ କରାଯାଇ ସ୍ୱର୍ଗତ ଅମର ଆତ୍ମାର ସଦଗତି କାମନା କରିଛନ୍ତି

 

0
0
0
s2sdefault