ହେଡଲାଇନସ୍:

ରାଇଘର ବ୍ଲକ ରେ ଫୁଟିଲା ଗୁଳି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଉମରକୋଟ /ଜିତେନ୍ଦ୍ର ମହାନ୍ତି: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ରେ ଫୁଟିଲା ଗୁଳି | ରାଇଘର ବ୍ଲକ ସୋନପୁର ଓ ରେଙ୍ଗାଭାଟି ରାସ୍ତା ରେ ଏକ ନୀଳଗିରି ଜଙ୍ଗଲ ନିକଟ ରାସ୍ତାରେ ଜଣେ ଯୁବକ ଙ୍କୁ ଗୁଳି ମାଡ଼ କରଯାଇଛି । ଯୁବକ ଯୁବକ ଜଣକ ହେଲେ ଛତିଶଗଡ ଗରିଆବନ୍ଧ ଜିଲ୍ଲା ଭୂତବେଡ଼ା ଗ୍ରାମର ହିନ୍ଦୁ ମାର୍କମ । ଯୁବକ ଜଣକ ବାଇକ ରେ ଯାଉଥିଲେ ଯାଉଥିବା କେହି ଦୂର୍ବୁତ ତାଙ୍କ ଉପରକୁ ଗୁଳି ମାଡ଼ କରିଥିଲେ । ତେବେ ଯୁବକ ଜଣକ କେଉଁ କାମ ରେ ଆସିଥିଲେ ତାହା ସ୍ବଷ୍ଟ ହୋଇନାହିଁ । ଯୁବକ ଙ୍କୁ ରକ୍ତ ଯୁଡୁବୁଡୁ ଅବସ୍ଥାରେ ରାଇଘର ପୋଲିସ ଉଦ୍ଧାର କରି ପ୍ରଥମେ ରାଇଘର ରାଇଘର୍ ସ୍ଵାସ୍ଥ୍ୟ କେନ୍ଦ୍ର କୁ ନିଆ ଯାଇଥିଲା । ଯୁବକ ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ର କୁ ସ୍ଥାନାନ୍ତର କରାଯାଇଛି । ଯୁବକ ଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ ରହିଛି। ଯୁବକ ଙ୍କୁ କିଏ ମାରିଲା ଆଉ କାହିଁକି ମାରିଲା ତାହା ଜଣା ପଡିନାହିଁ । ରାଇଘର ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି ।

0
0
0
s2sdefault