ହେଡଲାଇନସ୍:

ଢେଇଗାଁରେ ଘଟିଛି ଏକ ହୃଦୟ ବିଦାରକ ଘଟଣା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ତୁମ୍ବାଅଣ୍ଡେଇସାହି ଗ୍ରାମ ପଞ୍ଚାୟତ ସ୍ଥିତ ଚଢେଇଗାଁରେ ଘଟିଛି ଏକ ହୃଦୟ ବିଦାରକ ଘଟଣା l ସେହି ଗ୍ରାମରେ ବାସ କରନ୍ତି ପ୍ରଶାନ୍ତ କୁମାର ଆଚାର୍ଯ୍ୟ ନାମକ ଏକ ବ୍ୟକ୍ତି l ପରିବାର କହିଲେ ପ୍ରଶାନ୍ତଙ୍କ ମାଆ ଓ ତାଙ୍କ ସ୍ତ୍ରୀ ଓ ପୁଅ l ପେସାରେ ସେ ଜଣେ ପଶୁପାଳକ l ସପରିବାରେ ରାତିରେ ଶୋଇଥିବା ସମୟରେ ଚାଳ ଛପର ଗୁହାଳ ଘରେ ବିଦ୍ୟୁତ ତାର ଯୋଗୁଁ ନିଆଁ ଲାଗିଯାଇଥିଲା l ରାତି ପ୍ରାୟ ୨ ଟା ୩୫ ରେ ଘର ବାହାରକୁ ଆସି ନିଆଁ ଲାଗିଯାଇଥିବା ଦେଖି ପାଟି କରି ସାହି ପଡିସାଙ୍କୁ ଡାକି ନିଆଁ ଲିଭାଇବା ପାଇଁ ଉଦ୍ୟମ କରିଥିବା ବେଳେ ନିଆଁ ନ ଲିଭିବାରୁ ସେମାନେ ଦମକଳଗାଡିକୁ ଫୋନ କରି ଡାକିଥିଲେ l ଦମକଳ ଗାଡି ଆସି ନିଆଁ ଲିଭାଇଥିଲା l କିନ୍ତୁ ଗୁହାଳ ଓ ଗୁହାଳରେ ଥିବା ଗୋଟିଏ ଗାଈର ମୃତ୍ୟୁ ସହିତ ସମସ୍ତ ଦାନା ଚୋକଡ଼ ଓ ଗାଈର ଅନ୍ୟାନ୍ୟ ଖାଦ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା l ପ୍ରଶାନ୍ତ ଗାଈଟିକୁ ଲୋନ୍ ଦ୍ୱାରା କିଣିଥିବାରୁ ସମ୍ପୂର୍ଣ ରୂପେ ଭାଙ୍ଗି ପଡିଛନ୍ତି l ଆମ ପ୍ରତିନିଧି ଦ୍ୱାରା ସରକାରଙ୍କ ଠାରୁ କିଛି ସହାୟତା ଆଶା କରୁଛନ୍ତି l

0
0
0
s2sdefault