ହେଡଲାଇନସ୍:

ଭାତ ନରାନ୍ଧିବା ଥିଲା ମାଆର ଅପରାଧ, ବାଡ଼ିରେ ବାଡେଇ ମାରି ଦେଇଥିଲା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମାତୃହନ୍ତାକୁ ଆଜୀବନ ସଜା 

ପଦ୍ମପୁର(ନୀଳ ଦୀପ) -ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଅନ୍ତର୍ଗତ ମଲଦା ଗ୍ରାମରେ ଗତ ୨୦୧୬ ରେ ଏକ ପୁତ୍ର ଦ୍ୱାରା ମାଁ ର ହତ୍ୟା ଭଳି ଘଟି ଥିବା ଏକ ଜଘନ୍ୟ ଅପରାଧ ଘଟଣାର ମଙ୍ଗଳ ବାର ଦିନ ରାୟ ପ୍ରକାଶ ପାଇଛି  । ଏହି ମାମଲାର ଶୁଣାଣୀ କରି ପଦ୍ମପୁର ଅତିରିକ୍ତ ଜିଲ୍ଲା ଜଜ ଏସ. କୁମାର ଦେହୁରୀ ଅପରାଧି ପୁଅକୁ ଆଜୀବନ  କାରାଦଣ୍ଡ ସହ ଟ.୫୦୦୦ ଜରିମାନା ଦେବା ପାଇଁ ରାୟ ଶୁଣାଇଛନ୍ତି । ବିସ୍ତୃତ ବିବରଣୀ  ଅନୁଯାୟୀ , ଗତ ୨୦୧୬ ରେ ମଲଦା ଗ୍ରାମର ଜଗଦିଶ ବରିହା ତାଙ୍କ ନିଜ ଭାଇ ମୁନୁ ବରିହାଙ୍କ ବିରୁଦ୍ଧରେ ନିଜ ମାଁକୁ ହତ୍ୟା କରିଥିବା ପାଇକମାଲ ଥାନାରେ ଲିଖିତ  ଅଭିଯୋଗ କରିଥିଲେ  । ଅଭିଯୋଗ ପାଇବା ପରେ ତତ୍କାଳୀନ ଥାନା ଅଧିକାରୀ ପ୍ରକାଶ କର୍ଣ୍ଣ ଦଫା ୩୦୨  ଅନୁଯାୟୀ ଏକ ହତ୍ୟା ମାମଲା ରୁଜୁ କରିଥିଲେ  । ଜଗଦିଶ କରିଥିବା ଅଭିଯୋଗ ଅନୁସାରେ ଗତ ୨୭.୧୦.୧୬ ସଂଧ୍ୟା ୫ଟା ସମୟରେ ମନୁ ନିଜ ମାଁ ଦୁଲା ବରିହାକୁ ଭାତ କାହିଁକି ରାନ୍ଧି ନାହୁଁ କହି ଗୋଟିଏ ବାଡି ସାହାଯ୍ୟରେ ତାର ମୁହଁ ଏବଂ ମୁଣ୍ଡରେ ମାଡ ମାରିଥିଲା ଏବଂ ଏହା ଫଳରେ ଘଟଣାସ୍ଥଳରେ ହିଁ ଦୁଲ୍ଲାଙ୍କୁ  ମୃତ୍ୟୁ ହୋଇଥିଲା  । ଏହି ଘଟଣା ଗ୍ରାମର ବିଦ୍ୟାଧର ବରିହା ଦେଦକରବାକୁ ପାଇ ମନୁକୁ ମନା କରିବାରୁ ମନୁ ତାକୁ ମଧ୍ୟ ଗାଲିଗୁଲଜ କରିଥିଲା । ପରେ ବିଦ୍ୟାଧର ଖଲାବାହଲ ଗ୍ରାମରେ ରହୁଥିବା ମନୁର ଭାଇ ଜଗଦିଶକୁ ଘଟଣା ସମ୍ପର୍କରେ ଜଣାଇଥିଲା  ।  ଜଗଦିଶ ଘଟଣାସ୍ଥଳକୁ ଆସିବା ପରେ ମାଁ କୁ ମୃତ ଦେଖିବାକୁ ପାଇ ପାଇକମାଲ ଥାନାକୁ ଆସି ଅଭିଯୋଗ କରିଥିଲା  । ପାଇକମାଲ ପୋଲିସ ଏହି ଘଟଣାରେ ମନୁକୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଥିଲେ   । ମଙ୍ଗଳବାର  ଦିନ ପଦ୍ମପୁର ଅତିରିକ୍ତ ଦୌରା ଜଜ ଶରତ କୁମାର ଦେହୁୁରୀ ମୋଟ ୧୧ ଜଣ ସାକ୍ଷ୍ୟଙ୍କ ବୟାନକୁ ଆଧାର କରି ଆସାମୀ ମନୁକୁ ଆଜୀବନ ଜେଲଦଣ୍ଡ ସଜା ଶୁଣାଇଥିଲେ  । ସରକାରଙ୍କ ପକ୍ଷରୁ ସରକାରି ଓକିଲ ରଜନକାନ୍ତ ଦାସ ମାମଲାର ପରିଚାଳନା କରିଥିଲେ |

0
0
0
s2sdefault