ହେଡଲାଇନସ୍:

ଚୋର ସନେ୍ଦହରେ ମାରଣାନ୍ତକ ଆକ୍ରମଣ ମାମଲାରେ ଅଭିଯୁକ୍ତଙ୍କୁ ଜେଲ ଓ ଜୋରିମାନା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ବାରିପଦା(ଦିଲ୍ଲୀପ ମହାନ୍ତି )- ଚୋର ସନେ୍ଦହରେ ଯୁବକକୁ ମାରଣାନ୍ତକ ଆକ୍ରମଣ ମାମଲାର ବିଚାର କରି ମୟୂରଭଞ୍ଜ ଜିଲ୍ଲା ଓ ଦୌରା ଜଜ୍ ସଞ୍ଜୟ ରଞ୍ଜନ ବହିଦାର ଅଭିଯୁକ୍ତ କୁଳିଅଣା ଥାନା ରଙ୍ଗିଆମ ଗ୍ରାମର ବଡ କୁନା ଦାସଙ୍କ ପୁଅ ବାବୁଲା ଦାସ(୪୫),  ବାବୁଲା ଦାସଙ୍କ ପୁଅ ରାଜୁ ଦାସ(୨୫), ମାନିକ ଦାସଙ୍କ ପୁଅ ଫାତିକ ଦାସ(୨୪) ଓ ଗଗନ ସାହୁଙ୍କ ପୁଅ ଟୁକୁ ଓରଫ ରାଜୀବ ସାହୁ(୨୬)ଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ସଂଗେସଂଗେ ଭାରତୀୟ ପିଙ୍ଗଳ କୋଡର଼୍ ଧାରା  ୩୪୧ ଅନୁସାରେ ୫ ଶହ ଟଙ୍କା ଅର୍ଥ ଦଣ୍ଡ ଓ ଏହା ଅନାଦେୟ ହେଲେ ୭ ଦିନ କାରାଦଣ୍ଡର ରାୟ ଶୁଣାଇଛନ୍ତି । ସେହିପରି ଆଇପିସି ଧାରା ୩୪୨ରେ ୬ ମାସ କାରାଦଣ୍ଡ, ୫ ଶହ ଟଙ୍କା ଜୋରିମାନା ଓ ଏହା ଅନାଦେୟ ହେଲେ ଅଧିକ ୧୫ ଦିନ କାରାଦଣ୍ଡ, ଆଇପିସି ଧାରା ୩୨୩ରେ ୬ ମାସ କାରାଦଣ୍ଡ, ୫ଶହ ଟଙ୍କା ଜୋରିମାନା, ଅନାଦେୟରେ ଅଧିକ ୧୫ ଦିନ କାରାଦଣ୍ଡ ଏବଂ ଆଇପିସି ଧାରା ୩୨୬ରେ ୪ ବର୍ଷ କାରାଦଣ୍ଡ, ୪ ହଜାର ଟଙ୍କା ଅର୍ଥଦଣ୍ଡ ଓ ଏହା ଅନାଦେୟ ହେଲେ ଅଧିକ ୬ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ କରାଇଛନ୍ତି ।  ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ୨୦୧୬ ଜାନୁଆରେ ୨୭ରେ କୁଳିଅଣା ଥାନା ଅନ୍ତର୍ଗତ ଆନିଆପାଳ ନିକଟ ଖଡ଼ିବଣି ଗ୍ରାମର ରେବତୀ ବେହେରାଙ୍କ ପୁଅ ଭାଲୁକି ମେଳା ବୁଲି ଭୋର ସମୟରେ ନିଜ ଘରକୁ ଚାଲିଚାଲି ଫେରୁଥିବା ରାସ୍ତାର ରଙ୍ଗିଆମ ଗ୍ରାମ ନିକଟରେ ଅଭିଯୁକ୍ତ ବାବୁଲା ଦାସ ଏକ ଅଜଣା ଲୋକକୁ ଏକାକୀ ଦେଖି ଚୋର ଚୋର ବୋଲି ପାଟି କରିବାରୁ ରାଜୁ, ପୁକା, ଟୁକୁ ଆଦି ହାତରେ ଲୁହା ରଡ଼ ଆଦି ଧରି ପହଁଞ୍ଚି କିଛି ନବୁଝି ନ ସୁଝି ରେବତୀ ବେହେରାଙ୍କ ପୁଅକୁ ଆକ୍ରମଣ କରିଥିଲେ । ଏଥିରେ ସେ ଗୁରୁତ୍ତର ଭାବେ ଆହତ ହୋଇଥିଲା । ଖବର ପାଇ କୁଳିଅଣା ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ଯୁବକକୁ ଉଦ୍ଧାର କରି କୁଳିଅଣା ଡ଼ାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଇଥିଲେ । ମାତ୍ର ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ଯୁବକକୁ ୩୦.୦୧.୨୦୧୬ରେ କଟକ ସ୍ଥାନାନ୍ତରିତ କରାଯାଇଥିଲା । ପରେ ୩୧/୦୧/୨୦୧୬ରେ ଯୁବକର ମା ରେବତୀ ବେହେରାଙ୍କ ଅଭିଯୋଗ କ୍ରମେ କୁଳିଅଣା ଥାନାରେ କେଶ ନଂ ୨୦/୨୦୧୬ରେ ଅଭିଯୁକ୍ତମାନଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ଆଜି ଉକ୍ତ ମାମଲାରେ ରହିଥିବା ମୋଟ ୧୭ ଜଣ ସାକ୍ଷୀମାନଙ୍କ ବୟାନ ଓ ସମସ୍ତ ପ୍ରମାଣପତ୍ରକୁ ଭିତ୍ତି କରି ଆଦାଲତ ପକ୍ଷରୁ ଚୁଡ଼ାନ୍ତ ରାୟ ପ୍ରକାଶ ପାଇଥିଲା । ମୋକର୍ଦ୍ଧମାକୁ ସରକାରଙ୍କ ପକ୍ଷରୁ ଏପିପି ଶରଦ ଚନ୍ଦ୍ର ସାମନ୍ତ ପରିଚାଳନା କରିଥିଲେ । 

 

0
0
0
s2sdefault