ମାନସିକ ରହିଗଲା ଅଧା : ପାଣି ଢ଼ାଳିବା ଆଗରୁ .......

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ରାଉରକେଲା/ସୁଶାନ୍ତ ବେହେରା : ରାଉରକେଲା ର ପାନପୋଷ ବ୍ରାହ୍ମଣୀ ପୋଲ ଉପରେ  ଟ୍ରେନ୍ ଧକ୍କାରେ ୪ଜଣ କାଉଡିଆଙ୍କର ମୃତ୍ୟୁ ଘଟିଛି । ବୋଲବମ୍ ଯାତ୍ରା ସେମାନଙ୍କ ପାଇଁ ଶେଷ ଯାତ୍ରା ହୋଇଛି  । ମୃତକମାନେ ଛତିଶଗଡ ଭିଲାଇ ଅଂଚଳର ବୋଲି ଜଣାପଡିଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ରହିଛନ୍ତି ।

ଖବରରୁ ପ୍ରକାଶ ଯେ ଗତକାଲି ଛତିସଗଡ ଭିଲାଇରୁ ଗୋଟିଏ ପରିବାରର ୭ଜଣ ଘୋଗଡ ଶିବମନ୍ଦିରରେ ଜଳାଭିଷେକ ଲାଗି ଆସି ପ୍ରଥମେ ଝାରସୁଗୁଡାରେ ପହଂଚିବା ପରେ ଇଂଟରସିଟିରେ ରାଉରକେଲା ଆସିଥିଲେ । ସେମାନଙ୍କ ଯୋଜନା ଅନୁଯାୟୀ ବେଦବ୍ୟାସରୁ ପାଣିନେଇ ସେଠାରୁ ଘୋଗଡ ମନ୍ଦିର ଚାଲିଚାଲି  ଯାଇଥାନ୍ତେ । ହେଲେ ପାନପୋଷ ରେଳଲାଇନ ଦେଇ ବ୍ରାହ୍ମଣୀ ପୋଲ ଅତିକ୍ରମ କରି ବେଦବ୍ୟାସ ଅଭିମୁଖେ ଆଗପଛ ହୋଇ ୭ଜଣ ଜାଉଥିବା ବେଳେ, ସମୟ ପ୍ରାୟ ରାତି ୧୦.୩୦ ବେଳେ ଏମାନେ ଚାଲିଥିବା ଟ୍ରାକରେ ଏକ ଏକ୍ସପ୍ରେସ ଟ୍ରେନ ଆସିବାରୁ ୪ଜଣଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରୁ ଖଣ୍ଡ ବିଖଣ୍ଡିତ ହୋଇ ନଦୀ ତଳକୁ ଚାରିଜଣ ଖସିପଡିଥିଲେ । ଅନ୍ୟ ୩ଜଣ ପୋଲରୁ ତଳକୁ ଡେଇଁପଡି ଆହତ ହୋଛନ୍ତି । ମୃତକମାନେ  ହେଲେ ନିଲେସ ଦାସ,ଲକି ଦାସ,ଜମୁନା ଦାସ ଓ ରାମ ଦାସ । ୩ଜଣଙ୍କର ଶବ ମିଳିଥିବା ବେଳେ ଜମୁନା ଦାସ ଙ୍କ ଶବକୁ ଓଡ୍ରାଫ ଟିମ ଖୋଜାଖୋଜି କରିବା ପରେ  ଦିନ ପ୍ରାୟ ୨ଟା ବେଳେ  ଲାଠିକଟା ନିକଟରୁ ପାଇଥିଲା । ଏମାନଙ୍କ ଆଗରୁ ପୋଲରୁ ଡେଇଁପଡିଥିବା ଲୋକଙ୍କୁ ପାଖ ବସ୍ତି ଲୋକ ବଂଚାଇ ଡାକ୍ତରଖାନା ନେବାପରେ କଥା ପଦାକୁ ଆସିଥିଲା ଓ ସକାଳୁ ମୃତକ ମାନଙ୍କୁ ଖୋଜା ଯାଇଥିଲା । ଜିଆରପି ପୋଲିସ ଏନେଇ ମାମଲା ରୁଜୁ କରି ମୃତଦେହ ଗୁଡିକୁ ପୋଷ୍ଟମର୍ଟମ ଲାଗିପଠାଇଛି |

0
0
0
s2sdefault