ହେଡଲାଇନସ୍:

ମାଗିଥିଲା ସିନ୍ଦୁର, ହେଲେ ମିଳିଲା ଧୋକା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଦ୍ରକ :  ସେ ଯାହା ହେଉ, ନୀତି ହେଉ କି ଅନୀତି, ରାସ୍ତା ଭୁଲ କି ଠିକ, ପ୍ରେମ କରିଛି ଯେତେବେଳେ ତା ଅନ୍ଧ ଆଖିକୁ ତାର ସବୁ ଭୁଲ ଗୁଡିକ ଠିକ ଲାଗିବ | ଆଉ ଲାଗିଥିଲା ବି | ତେଣୁ ନିଜ ପ୍ରେମିକକୁ ସବୁଦିନ ପାଇଁ ନିଜର କରିବା ପାଇଁ ତାର ଜିଦ ଯେ ଦୁନିଆ ଠାରୁ ତାକୁ ପରା କରିଦେବା, ସିନ୍ଦୁର ତା ପାଇଁ ମୃତ୍ୟୁର ଦୂତ ପାଲଟିବ, ଏ କଥା ତା ସ୍ବପନେଇଲା ମନର ଚୌହଦୀ କୁ ଛୁଇଁ ନଥିଲା |  ଏପରି ଏକ ମରଣାନ୍ତକ ପ୍ରେମ କାହାଣୀର ଖୁଲାସା କରିଛି ପୋଲିସ | ଉପଖଣ୍ଡ ପୁଲିସ୍ ଅଧିକାରୀ ମନୋରଂଜନ ସାମଲ  ଭଣ୍ଡାରିପୋଖରୀ ଥାନା ଅଧିକାରୀ  ଅମିତ୍ ବିଶ୍ୱାଳ, ଘଟଣାର ପ୍ରାଥମିକ ତଦନ୍ତକାରୀ ଅଧିକାରିଣୀ ଗୌରମଣୀ ସିଂ ଙ୍କ ଉପସ୍ଥିତିରେ ଗଣମାଧ୍ୟମକୁ ହତ୍ୟା ରହସ୍ୟର ଉନ୍ମୋଚନ କରିଛନ୍ତି ଏସ୍ଡିପିଓ | 

ଘଟଣାଟି ଏମିତି ,,,,ତଦନୁଯାୟୀ ଭଣ୍ଡାରିପୋଖରୀ ବ୍ଲକ ଦକ୍ଷିଣବାଡ଼ ପଂଚାୟତ ରେବୋ ଗ୍ରାମର ରବିନ୍ଦ୍ର ପଣ୍ଡା(୪୫) ଆଜିକୁ ୨୦/୨୫ ବର୍ଷ ତଳେ ଗାଁ ଗାଁ ବୁଲି ଭିଡ଼ିଓ ସୋ କରୁଥିଲେ । ଏହି ସମୟରୁ ପାଟୁଳି ପଂଚାୟତ ମୋବାରକପୁର ଗ୍ରାମର ଧରଣୀ ଜେନାଙ୍କ ଝିଅ ବନିତା ସହିତ ଆଖି ମିଶା ଓ ଅଳ୍ପ ହସ ଘଟଣାରୁ ରବିନ୍ଦ୍ରର ପ୍ରେମ ଆରମ୍ଭ ହୋଇଥିଲା । ସମୟକ୍ରମେ ପ୍ରେମର ଗଭିରତା ବଢ଼ିଥିଲେ ସୁଦ୍ଧା ଜାତିଗତ ସାମଞ୍ଜସ୍ୟ ଥିବାରୁ ବନିତାକୁ ପରିବାର ଲୋକେ ଅନ୍ୟତ୍ର ବିବାହ କରିଥିଲେ । ଏପଟେ ରବିନ୍ଦ୍ର ମଧ୍ୟ ଅନ୍ୟ ଜାଗାରେ ବିବାହ କରି ଘର ସଂସାର କରିଥିଲା । ପ୍ରଥମ ପ୍ରେମର ପ୍ରଥମ ଛୁଅାଁକୁ ଭୁଲି ନପାରି ବନିତା କୌଣସି କାରଣରୁ ଶାଶୁଘରୁ ବାପ ଘରକୁ ପଳାଇ ଆସିଥିଲା । ଦ୍ୱିତୀୟବାର ମଧ୍ୟ ଧରଣୀଧର ଝିଅକୁ ଅନ୍ୟତ୍ର ବିବାହ ଦେଇଥିବା ବେଳେ ସେଠାରୁ ମଧ୍ୟ ସେ ପଳାଇ ଆସିଥିଲା । ଇତି ମଧ୍ୟରେ ବନିତା ଭଣ୍ଡାରିପୋଖରୀ ମେଡ଼ିକାଲ ଛକ ଠାରେ ଆଜକୁ ୪/୫ ବର୍ଷ ହେବ ଏକ ଭଡ଼ା ଘରେ ରହୁଥିବା ବେଳେ ପ୍ରେମିକ ରବିନ୍ଦ୍ର ସହିତ ସମସ୍ତ ସଂପର୍କକୁ ଦୃଢ଼ କରିଥିଲା ।  ରବିନ୍ଦ୍ରର ଘରେ ସ୍ତ୍ରୀ ଓ ଦୁଇଗୋଟି ପୁଅ ଥିବାବେଳେ ତାର ଏପରି ଅନୈତିକ କାର୍ଯ୍ୟକୁ ସାହି ପଡ଼ିଶା ଛି ଛାକର କରିଥିଲେ । ପ୍ରେମିକା ରହୁଥିବା ଅଳ୍ପ ଦୁରରେ ପ୍ରେମିକ ଏକ ରେଡ଼ିଓ ଏବଂ ଟିଭି ମରାମତି ଦୋକାନ କରିଥିବାରୁ ଦୁହିଁଙ୍କ ମଧ୍ୟରେ ସଂପର୍କ ଅଧିକରୁ ଅଧିକ ଦୃଢ଼ିଭୁତ ହୋଇଥିଲା । ବନିତା ମଧ୍ୟ ବଜାରରେ ଦୁଇଗୋଟି ହୋଟେଲରେ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଥିଲା । ସଂପର୍କକୁ ନେଇ ୨୦୧୭ ମସିହାରେ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ଝାଂଟି ହୋଇଥିବାବେଳେ ଅଭିଯୋଗକୁ ଭିତିକରି ପୋଲିସ ରବିନ୍ଦ୍ରକୁ ଗିରଫ କରିଥିଲା । ଗିରଫ ପରେ ସେ କୋର୍ଟରେ ହାଜର ହୋଇ ବେଲରେ ଆସି ପୂର୍ବ ସଂପର୍କ ବଜାୟ ରଖିଥିଲା । ବନିତା ପ୍ରେମକୁ ଦିର୍ଘ ସ୍ଥାୟୀ କରିବା ପାଇଁ ରବିନ୍ଦ୍ରକୁ ସିନ୍ଦୁର ମାଗିଥିବା ବେଳେ ସେ ତାକୁ ଜୀବନରୁ ମାରିଦେଲା । ଗତ ୯ ତାରିଖ ଦିନ ରେବୋ ଗ୍ରାମର ଏକ ପୋଖରିରୁ ବନିତାର ମୃତଦେହ ମିଳିବା ପରେ ଏହା ଏକ ପ୍ରେମ ଜନିତ ହତ୍ୟାକାଣ୍ଡ ବୋଲି ପର୍ଯ୍ୟାୟକ୍ରମେ ପୋଲିସ ଜାଣିବାକୁ ପାଇଥିବାବେଳେ ମୁଖ୍ୟ ଅଭିଯୁକ୍ତ ରବିନ୍ଦ୍ରକୁ ଗିରଫ କରିଥିଲା । ପୋଲିସ ନିକଟରେ ସେ ପ୍ରେମ ସଂପର୍କର ଦୀର୍ଘ କାହାଣି ବଖାଣିଥିବା ବେଳେ ବେନିତାକୁ ହତ୍ୟାକରି ଗାଡ଼ିଆରେ ପକାଇଥିବା ସ୍ୱୀକାର କରିଥିଲା । ଏପଟେ ବନିତାର ବାପା ସୁରେନ୍ଦ୍ର ମଧ୍ୟ ରବିନ୍ଦ୍ର ତାଙ୍କ ଝିଅକୁ ମାରିଥିବା ପୋଲିସ ନିକଟରେ ଅଭିଯୋଗ କରିଥିଲେ ।

0
0
0
s2sdefault