ହେଡଲାଇନସ୍:

ବ୍ରାଉନ୍‌ସୁଗାର ବିକ୍ରି ଅଭିଯୋଗରେ ୨ ଜଣଙ୍କୁ ଧରିଲା ପୋଲିସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ନୟାଗଡ଼ରୁ ବିଶ୍ୱଜିତ ନାୟକ  : ନୟାଗଡ଼ ଟାଉନ୍‌ ଥାନା ଅଧୀନ ପୂରୁଣା ସହର ନିକଟସ୍ଥ ସାଗର ପୋଖରୀ ନିକଟରୁ ବ୍ରାଉନ୍‌ସୁଗାର ବିକ୍ରି ଅଭିଯୋଗରେ ୨ ଜଣଙ୍କୁ ପୋଲିସ ଅଟକ ରଖିଛି। ସେମାନେ ହେଲେ ଘଡୁଆଳ ଗ୍ରାମର ସାହିଲ କୁମାର ସାହୁ ଓ ରତନପୁର ଗ୍ରାମର ରଞ୍ଜିତ କୁମାର ସାହୁ। ସେମାନଙ୍କ ନିକଟରୁ ୪,୫୭୦ ଟଙ୍କା, ୧ ଗ୍ରାମ୍‌ ବ୍ରାଉନ୍‌ସୁଗାର ସହ ବ୍ରାଉନ୍‌ସୁଗାର ଜଳାଇବା ପାଇଁ ବ୍ୟବହୃତ ଜରି ଆଦି ଜବତ କରାଯାଇଛି। ପ୍ରକାଶ ଯେ, ଶନିବାର ସକାଳେ ଟାଉନ ପୋଲିସ କୌଣସି ସୂତ୍ରରୁ ଖବର ପାଇ ସାଗର ପୋଖରୀରେ ପହଞ୍ଚିଥିଲା। ପୋଲିସକୁ ଦେଖି ସାହିଲ ଓ ରଞ୍ଜିତ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। ତେବେ ପୋଲିସ ସେମାନଙ୍କୁ ଅଟକାଇଥିଲା। ଏ ନେଇ ତଦନ୍ତ ଜାରି ରହିଛି।ନୟାଗଡ଼ ପୋଲିସ ଏ ବ୍ରାଉନ୍ ସୁଗାର ଚେର କେତେ ଲମ୍ବା ତାର ତଦନ୍ତ ଅାରମ୍ଭ କରିଛି ।

0
0
0
s2sdefault