ଜଣେ ବିବାହିତା ମହିଳାଙ୍କୁ ଟାଙ୍ଗିଆ ରେ ହାଣିଦେଲା ଜଣେ ଯୁବକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର ଉପଖଣ୍ଡ ପଦ୍ମପୁର ଥାନା ଲୋହାରପାଲି ପଂଚାୟତ ଅଧିନସ୍ତ ଗମ୍ଭାରିଡ଼ିହି ଗାଁ ରେ ଜଣେ ମହିଳା ନଳକୂପ କୁ ପାଣି ନେଇ ଯାଇଥିବା ସମୟରେ ସେହି ଗାଁ ର ଜଣେ ଯୁବକ ବିବାହିତା ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି ! ଏ ପ୍ରଯ୍ୟନ୍ତ କେଉଁ କାରଣ ଯୋଗୁଁ ହତ୍ୟା କରାଯାଇଛି ତାହା ଜଣା ପଡ଼ିନାହିଁ ! ସୂଚନା ମୁତାବକ ଗମ୍ଭାରୀ ଡ଼ିହି ଗାଁ ର ମଞ୍ଜୁଲତା ପଟେଲ ପାଣି ନେବା ପାଇଁ ଘର ପାଖ ପାଣିକଳ କୁ ଯାଇଥିଲେ । ପାଣିକଳ ପାଖରେ ସେହି ଗାଁ ର ଦେବାଶିଷ ବିଶ୍ୱାଳ ଗୋଟିଏ ଟାଙ୍ଗିଆ ଧରି ଛିଡା ହୋଇଥିଲା ପାଣି ଟୋପେ ପାଇଁ ମଞ୍ଜୁଲତା ଓ ଦେବାଶିଷ ଙ୍କ ମଧ୍ୟରେ ବଚସା ହୋଇଥିଲା ! ଏତିକିରେ ଦେବାଶିଷ ରାଗିଯାଇ ମଞ୍ଜୁଲତା କୁ ଟାଙ୍ଗିଆ ରେ ଆକ୍ରମଣ କରି ଅତି ନିର୍ମମ ଭାବେ ହତ୍ୟା କରିଛି ! ଘଟଣାସ୍ଥଳ କୁ ପଦ୍ମପୁର ପୋଲିସ ପହଂଚି ଶବ ଜବତ କରି ଅଧିକ ତଦନ୍ତ ଚଳାଇଛି ! ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ପଦ୍ମପୁର ପୋଲିସ ସୂଚନା ଦେଇଛି !!

0
0
0
s2sdefault