ହେଡଲାଇନସ୍:

ଏନ୍ଏଚ୍ ୫୭ ରେ ମର୍ମନ୍ତୁଦ ଦୁର୍ଘଟଣା :  ଶୈବ ପୀଠକୁ ଯାତ୍ରା ପୁର୍ବରୁ ଚାଳକ ପାଲଟିଲେ ଶବ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ୨ ଗୁରୁତର ଙ୍କ ସମେତ ୫ କାଉଡିଆ ଆହତ

ବୌଦ୍ଧ(ସିମୁନ୍ ନାଏକ ; ଶ୍ରାବଣ ମାସର ପବିତ୍ର ସୋମବାର ଦିନ ଶୈବପୀଠରେ ଜଳାଭିଷେକ କରିବା ପାଇଁ ଗାଡି ଯୋଗେ ନୟାଗଡ ଜିଲ୍ଲା ଇଟାମାଟି ଅଂଚଳରୁ ଏକ କାଉଡିଆ ଦଳଙ୍କୁ ନେଇ ପ୍ରଶିଦ୍ଧ ହରିଶଙ୍କର ମନ୍ଦିର ଅଭିମୁଖେ ଏକ କୃଇଜର ଗାଡି ଯୋଗେ ଯାଉଥିବା ବେଳେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ରାଣିଗଂଜ ନିକଟରେ ଚାଳକର ଆଖିପତା ଲାଗିଯିବାରୁ ଭାରସାମ୍ୟ ହରାଇ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ କଡରେ ଥିବା ଏକ ବରଗଛରେ ପିଟିହୋଇ ଯିବାରୁ ଘଟଣା ସ୍ଥଳରେ ଗାଡିଚାଳକର ମୃତୁ୍ୟ ଘଟିଥିବା ବେଳେ ଗାଡିରେ ଯାତ୍ରା କରୁଥିବା ସମୁଦାୟ ୧୩ ଜଣ କାଉଡିଆଙ୍କ ମଧ୍ୟରୁ ୫ ଜଣ ଗୁରୁତର ଆହତ ହୋଇଥିଲେ । ଏମୃତୁ୍ୟ ହୋଇଥିବା ଗାଡିଚାଳକ ବିପିନ ମହାପାତ୍ର (୪୦) ସେ ନୟାଗଡ ଜିଲ୍ଲା ମହିପୁର ଅଂଚଳର ହୋଇଥିବା ବେଳେ ଆହତ ମାନେ ହେଲେ ସରୋଜ ରଣସିଂ(୨୮), ମାନଓ କୁମାର ପ୍ରଧାନ (୩୦), ଚିନ୍ମୟ କୁମାର ପ୍ରଧାନ(୩୫), ଚଗଲା ଲେଙ୍କା(୨୫), ଟୁଟୁ ପ୍ରଧାନ(୩୦), ରୋଚିତ୍  ଲେଙ୍କୁ(୨୫), ଅଜୁ ବେହେରା(୨୫), ଜାକି ଲେଙ୍କା(୨୫), ପ୍ରମୋଦ କୁମାର ଗୁରୁ(୩୦), ସୁଜିତ ସ୍ୱାଇଁ(୩୦), ଜଗବନ୍ଧୁ ରଣସିଂ (୩୦) ବୋଲି ପୋଲିସ୍ ସୂତ୍ରରୁ ପ୍ରକାଶ । ଏଖବର ଜଣାପଡିବା ପରେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି । ଖବର ପାଇ ଚାରିଛକ ସ୍ଥିତ ହରଭଙ୍ଗା ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚି ଆହତଙ୍କୁ ଉଦ୍ଧାର କରି ପ୍ରଥମେ ପୁରୁଣାକଟକ ଓ ପରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ନେଇ ଭର୍ତି କରିଥିଲେ । ମାତ୍ର ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ବଡମେଡିକାଲକୁ ରେଫର କରାଯାଇଥିବା ଜଣାପଡିଛି  ।

 

0
0
0
s2sdefault