ହେଡଲାଇନସ୍:

ଲୁହ ଆଉ କୋହରେ ଭିଜିଲା କୁଞ୍ଜବନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗାଁ ମାଟିରେ ରେ ସହିଦଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି l

ରଣପୁର/ପ୍ରସନ୍ନ କୁମାର ସାମନ୍ତରାୟ :ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକର କୁଞ୍ଜବନ ଗାଁରେ ପହଞ୍ଚିଲା ସହିଦ ଯବାନ ବୈକୁଣ୍ଠନାଥ ପ୍ରଧାନଙ୍କ ପାର୍ଥିବ ଶରୀର l ତ୍ରିପୁରା ସୀମାରେ BSF ଯବାନ ଭାବେ କାର୍ଯ୍ୟରତ ଥିବାବେଳେ ଗତ 23ତାରିଖଦିନ ତାଙ୍କର ମୃତ୍ୟୁ ହୋଇଥିଲା l ତାଙ୍କର ପାର୍ଥିବଶରୀର ରଣପୁର ଥାନା ପଂହଁଚି ଥିଲା ସେଠାରୁ ତାଙ୍କୁ ସନମ୍ମାନ ର ସହ ରଣପୁର ପୋଲିସ ତାଙ୍କ ଗାଁରେ ପହଞ୍ଚାଇ ଥିଲା,ପରେ ଗାଁରେ ଶୋକାକୁଳ ପରିବେଶ ଦେଖାଦେଇଥିଲା l ଗାଁର ଶତାଧିକ ଲୋକଙ୍କ ଉପସ୍ଥିତରେ ତାଙ୍କ ପାଥିବ ଶରୀରକୁ ଗ୍ରାମରେ ପରିକ୍ରମା କରାଯିଵା ସହ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଗାର୍ଡଅଫଅର୍ନର ଦିଆଯାଇଥିଲା l ପରେ ଗାଁ ମଶାଣିରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ କରାଯାଇ ଥିବା ଦେଖିବାକୁ ମିଳିଥିଲା l ସେ 1986 ମସିହାରେ ଭାରତୀୟ ସ୍ଥଳସେନାରେ ପ୍ରଥମେ ଯୋଗଦେଇ ଦୀର୍ଘ ବର୍ଷହେବ ଭାରତ ମା ର ସେବା କରିଆସୁଥିଲେ l

0
0
0
s2sdefault