ହେଡଲାଇନସ୍:

ଝାଂଜ ପାହାଡରୁ ଅଜଣା ଶବ ଉଦ୍ଧାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଭିକ୍ଟୋରିଆ ସାଗର ଉପରେ ଥିବା ଝାଂଜ ପାହାଡରୁ ଶୁକ୍ରବାର ଅପରାହ୍ନରେ ଏକ ଅଜଣା ଶବ ମେଲଛାମୁଣ୍ଡା ପୁଲିସ ଉଦ୍ଧାର କରିଛି । ଏ ନେଇ ଥାନା ୟୁଡି କେସ ନଂ ୦୨/୨୨ରେ ଏକ ମାମଲା ରୁଜୁ କରି ଶବଟିକୁ ବ୍ୟବଛେଦ ପାଇଁ ପଦ୍ମପୁର ଡାକ୍ତରଖାନାକୁ ପଠାଯାଇଛି । ଶବଟି ସପ୍ତାହ ପୂର୍ବରୁ ମରି ପଡିଥିବାର ଅନୁମାନ କରାଯାଉଛି । ଶବଟିକୁ ବ୍ୟବଛେଦ ପରେ ଦୁଇ ଦିନ ଶବ ସଂରକ୍ଷଣ ଗୃହରେ ରଖାଯିବ । ଯଦି ଶବଟିର କହେି ଦାବିଦାର ନ ମିଳନ୍ତି ତେବେ ଶବଟିର ସତ୍କାର କରିଦିଆଯିବ ବୋଲି ତଦନ୍ତକାରୀ ଅଫିସର ଏଏସଆଇ କେତନ ଧରୁଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପ୍ରାପ୍ତସୂଚନାନୂସାରେ ମେଲଛାମୁଣ୍ଡା ସେକସନ ବନ କର୍ମଚାରୀ କୁଚିପାଲି ଗ୍ରାମ ନିକଟସ୍ଥ ଭିକ୍ଟୋରିଆ ସାଗର ଉପରେ ଥିବା ଝାଂଜ ପାହାଡ ଅଂଚଳରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ଶବ ମରପଡି ପଚି ଯାଇଥିବାର ଦେଖିବାକୁ ପାଇଥିଲେ । ଶବ ପଡିଥିବା ବିଷୟ ମେଲଛାମୁଣ୍ଡା ପୁଲିସକୁ ଜଣାଇବାରୁ ପୁଲିସ ସଦଲ ବଳ ସହ ଘଟଣା ସ୍ଥଳରେ ପହଂଚି ଶବଟିକୁ ଉଦ୍ଧାର କରିବା ସହ ପରିଚୟ ଖୋଜିବା ପାଇଁ ଚେଷ୍ଟା କରିଥିଲେ । ଶବଟି ଜଣେ ବୟସ୍କ ପୁରୁଷ ଲୋକର ହୋଇଥିବା ଜଣାପଡିଛି ।

0
0
0
s2sdefault