ହେଡଲାଇନସ୍:

ଗୁଣୁପୁର ପୌରପରିଷଦ ରେ ଦୁର୍ନୀତି ଅଭିଯୋଗର ତଦନ୍ତ ଆରମ୍ଭ କଲା ଭିଜିଲାନ୍ସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ତଦନ୍ତ ପରେ ଦୁର୍ନୀତି ଅଭିଯୋଗର ଚିତ୍ର ସ୍ପଷ୍ଟ ହେବ : ଭିଜିଲାନ୍ସ ଡିଏସପି

ଗୁଣୁପୁର (ସନ୍ତୋଷ ଚୌଧୁରୀ) : ରାୟଗଡା ଜିଲ୍ଲା ଗୁଣୁପୁର ପୌରପରିଷଦ ରେ ଆସୁଥିବା ଯୋଜନା ଅର୍ଥ ଆତ୍ମସାତ ସହ ଉପର ଠାରୁ ତଳିଆ କର୍ମଚାରୀଙ୍କ ଦୁର୍ନୀତି କିଛି ନୂଆ କଥା ନୁହଁ | କିନ୍ତୁ 2018-19 ଅଡିଟ ରିପୋର୍ଟ ବେଳେ ଏହି ପୌରପରିଷଦ ର ଜଣେ ଟେକ୍ସ କଲେକ୍ଟର ତଥା କେସିଓର ଦାୟିତ୍ୱରେ ଥିବା ବି ମାଳିକେଶ୍ୱର ଭତ୍ତା ବାବଦକୁ ପ୍ରାୟ 30 ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଦର୍ଶାଯାଇଥିଲା | ଏହି ଘଟଣା ପରେ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଉମା ଦାସ କୌଣସି ତଥ୍ୟ ଦେବାକୁ ମନା କରିଥିଲେ ମଧ୍ୟ ଅଡିଟ ରିପୋର୍ଟର ଟଙ୍କା ଆତ୍ମସାତ ଘଟଣା ସତ୍ୟ ବୋଲି ଜଣାଇଥିଲେ | ଅନ୍ୟ ପଟେ ଆଜି ଅର୍ଥ ଆତ୍ମସାତ ବା ଦୁର୍ନୀତିର ତଦନ୍ତ ପାଇଁ ଭିଜିଲାନ୍ସ ଡି ଏସ ପି ସୁରେନ୍ଦ୍ର ରାୟଗୁରୁ ଗୁଣୁପୁର ପୌର ପରିଷଦ ରେ ପହଁଚିଥିବା ବେଳେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି | ତଦନ୍ତ ପରେ ସିବିଶେଷ ତଥ୍ୟ ଦେବେ ବୋଲି ଶ୍ରୀ ରାୟଗୁରୁ ଜଣାଇଛନ୍ତି |

0
0
0
s2sdefault