ହେଡଲାଇନସ୍:

ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ରାୟଗଡ ଅବକାରୀ ଅଧିକ୍ଷକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡରୁ ସରୋଜ କୁମାର ସାହୁ: ୬ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ରାୟଗଡ ଅବକାରୀ ଅଧିକ୍ଷକ ନିନା ବେଉରା । ରାୟଗଡ଼ାରୁ ଭୁବନେଶ୍ୱର ଯିବା ସମୟରେ ଧରିଲା ଭିଜିଲାନ୍ସ । ଉକ୍ତ ୬ ଲକ୍ଷ ଟଙ୍କା ବିଷୟରେ ସେ ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ନିନାଙ୍କୁ ଗିରଫ କରିଛି ଭିଜଲାନ୍ସ । ଏହାପରେ ତାଙ୍କ ଘର, ଅଫିସ ଓ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢାଉ ଜାରି ରହିଥିବା ଜଣାପଡିଛି । ନିନାଙ୍କ ସ୍ବାମୀ ନିହାର ରଞ୍ଜନ ଦାସ ମାହାଙ୍ଗା ଥାନା ଅଧିକାରୀ ରହିଛନ୍ତି ଏବଂ ମାହାଙ୍ଗା ସ୍ଥିତି କ୍ବାର୍ଟରରେ ମଧ୍ୟ ରେଡ୍ ହୋଇଛି କିନ୍ତୁ ଏହି ଭିଜିଲାନ୍ସ ଚଢ଼ାଉରୁ ବର୍ତ୍ତିବାକୁ ନିଜେ ଆଇଆଇସି କ୍ବାର୍ଟରରେ ତାଲା ପକାଇ ଚାଲିଯାଇଥିବା ସୂଚନା ମିଳିଛି । ତେବେ ତାଙ୍କୁ ଶୀଘ୍ର ଭୁବନେଶ୍ବର ଭିଜିଲାନ୍ସ ଅଫିସରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

0
0
0
s2sdefault