ହେଡଲାଇନସ୍:

ଦୁର୍ବୃତ୍ତଙ୍କ ଆକ୍ରମଣରେ ସାଲେପାଲି ଆଶା ଦିଦି ମୃତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କରି ପାରିଲେନି କନ୍ୟାଦାନ


ମେଲଛାମୁଣ୍ଡା,(ଶାସକ ପ୍ରଶାସକ)- ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ସାଲେପାଲି ଗ୍ରାମରେ ଗୁରୁଘଟି ଘଙ୍କିଯାଇଛି । ଘଟଣାଟି ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣା ସଂପର୍କରେ ମେଲଛାମୁଣ୍ଡା ପାଖରେ ଅଭିଯୋଗ ହେଲାପରେ ପୁଲିସ ଥାନାରେ ଏକ ମୃତ୍ୟୁ ମାମଲା ରୁଜୁ କରିବା ସହ ତଦନ୍ତ ଚାଲୁରଖିଛି । ରିପୋଟ ଲେଖାଯିବା ପର୍ଯ୍ୟନ୍ତ ଅଭିଯୁକ୍ତମାନେ ଗିରଫ ହୋଇ ନ ଥିବା ଜଣ।।ପଡିଛି ।
ପ୍ରାପ୍ତସୂଚନାନୂସାରେ ସାଲେପାଲି ଗ୍ରାମର ଆଶା ଦିଦି କିଶୋରି ରାଜହଂସଙ୍କ ଝିଅ ବାହାଘର ଚାଲିଥିଲା । ଗୁରୁବାର ରାତ୍ରରେ ଘେଁସ ନିଟତସ୍ତ ବଡମାଲ ଗ୍ରାମରୁ ବରଯାତ୍ରୀ ଆସିଥିଲେ । ପ୍ରସେସନକରି ବରଯାତ୍ରୀ କନ୍ୟା ଘରକୁ ଆସୁଥିବା ବେଳେ ସାଲେପାଲି ଗ୍ରାମର ଦୁଇ ଜଣ ଯୁବକ ବରଯାତ୍ରୀ ଦଳ ସହିତ ମିଶିକି ନାଚିବା ସହ ଠେଲାପେଲା କରିଥିଲେ | ଯଦ୍ୱାରା ବରଯାତ୍ରୀ ଦଳ ସେମାନଙ୍କୁ ବିରୋଧ କରିଥିଲେ । ଯୁବକ ଦୁଇ ଜଣ ବରଯାତ୍ରୀଙ୍କୁ ଆକ୍ରମଣ କରିବା ଘରକୁ ମାରଣାସ୍ତ୍ର ନେବାକୁ ଆସିଥିବା ଜାଣିପାରି କନ୍ୟା ପକ୍ଷ ସେମାନଙ୍କୁ ଗଙ୍ଗାଗୋଲାରୁ ନିବୃତ ରହିବା ପାଇଁ ଅନୁରୋଧ କରିଥିଲେ । ମାତ୍ର ଯୁବକ ଦୁଇ ଜଣ କନ୍ୟା ପକ୍ଷଙ୍କ ସହ କଥା କଟାକଟି ହେବା ସହ ବିବାହ କରୁଥିବା କନ୍ୟାର ମାଆ କିଶୋରୀ ରାଜହଂସଙ୍କ ମୁଣ୍ଡରେ ଶକ୍ତ ପ୍ରହାର କରିବାରୁ କିଶୋରୀ ଘଟଣା ସ୍ତଳରେ ଚେତାଶୂନ୍ୟ ହୋଇ ପଡିଯାଇଥିଲେ । ପରିବାର ବର୍ଗ ତାଙ୍କୁ ଡାକ୍ତରଖାନାକୁ ଚିକିତ୍ସା ନେବାରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ବାହାଘରରେ ଥିବା ଖୁସିର ମାହୋଲ ନିମିସକରେ ମିଳେଇ ଯାଇଛି । କନ୍ୟା ଦାନର ଇଛା ରଖିଥିବା ମାଅର ଆଶା ଅଧାବାଟରେ ରହିଯାଇଛି ।

0
0
0
s2sdefault