ହେଡଲାଇନସ୍:

କୋଭିଡ ହସ୍ପିଟାଲ ବାହାରେ ରୋଗୀ ମରିବାକୁ ବର୍ଷେ ହେଲା : ମିଳିନି ସହାୟତା ଅର୍ଥ ରାଶି ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦୁଝର : ଗଲା ବର୍ଷ ଆଜି ଦିନରେ କେନ୍ଦୁଝର ରାଙ୍କିସ୍ଥ କୋଭିଡ ହସ୍ପିଟାଲ ବାହାରେ ଜଣେ ରୋଗୀ ମରି ପଡିଥିଲେ । ସେହି ହତଭାଗ୍ୟ ରୋଗୀ ହେଲେ କେନ୍ଦୁଝର ତେଲକୋଇ ବ୍ଲକ ଭୀମକାଣ୍ଡ ଅଂଚଳର ଗୋଧୂଳି ଗ୍ରାମର ହୃଷିକେଶ ସାହୁ । ତାଙ୍କୁ କେନ୍ଦୁଝର କୋଭିଡ ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ସେ ବାହାରକୁ ଚାଲିଯାଇ ମୃତ୍ୟୁବରଣ କରିଥିଲେ । ସେତେବେଳେ ଏ କଥା ରାଜ୍ୟସାରା ହଇଚଇ ସୃଷ୍ଟି କରି ଥିଲା। ଏପରି ଅଭାବନୀୟ ଘଟଣା ଘଟିବା ପରେ ହସ୍ପିଟାଲ ମ୍ୟାନେଜର ବହିଷ୍କୃତ ହୋଇ ଥିଲେ । ସୋସିଆଲ ମିଡିଆରେ ଘଟଣା ପ୍ରଘଟ ହେଲା ପରେ ପ୍ରଶାସନ ସେଦିନ ସନ୍ଧ୍ୟା ପରେ ଶବ ଉଦ୍ଧାର କରିଥିଲା । ତେବେ ରାତିରେ ମୃତକ ପରିବାରରୁ ଜଣେ ଜ୍ୱାଇଁ ଆସି ଶବ ଚିହ୍ନଟ କରି ଫେରି ଯାଇଥିଲେ। ହେଲେ ତା ଆରଦିନ ପରିବାରରୁ କେହି ଆସି ନଥିଲେ ମଧ୍ୟ ଶବ ସତ୍କାର ଜିଲ୍ଲା ପ୍ରଶାସନ କରିଥିଲେ । ବୁଝିବାରୁ ଜଣାଗଲା ଆଜି ଯାଏ ହୃଷୀବାବୁଙ୍କ ପରିବାର କିପରି ସେ ମୃତ୍ୟୁବରଣ କଲେ ଜାଣି ପାରିଲେନି | ଏଯାଏ ମଧ୍ୟ କୌଣସି ସରକାରୀ ଆର୍ଥିକ ସାହାଯ୍ୟ ପାଇ ନାହାଁନ୍ତି । ଜିଲ୍ଲାପାଳ କହିଥିଲେ ସିସିଟିଭିରୁ ଜଣାଗଲା କି ମୃତକ ହସ୍ପିଟାଲରେ ଭର୍ତ୍ତି ହେବା ପରେ ନିଜେ ବାହାରି ଯାଇ ପାଚେରୀ ଡେଇଁ ଚାଲି ଯାଇଥିଲେ । ତେବେ ୮୦/୯୦ କିଲୋର ଲୋକ ଗେଟ ବାଟେ ନଯାଇ ପାଚେରୀ ଡେଇଁବା ବିଶ୍ୱାସ ହେଉନି ।
ତେବେ ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀରେ ସିସିଟିଭି ଦ୍ୱାହି ଦେଇ ଏକଥା କହିଥିଲେ ପୁଣି ତାଙ୍କ ପରିବାର ସହମତିରେ ଦାହ କଲୁ, ଯାହା ପରିବାର ଅସ୍ବୀକାର କରିଥିଲେ । ତେଣୁ ଏହି ଘଟଣାର ରହସ୍ୟ ଆହୁରି ବଢ଼ି ଯାଇଥିଲା | ହେଲେ କରୋନା କଟକଣା ଲାଗି ସବୁ ନିରବ ରହିଲେ । ପୁଣି ଶବକୁ ICMR ଗାଇଡ଼ଲାଇନ ଅନୁଯାୟୀ ଭର୍ଚୁଆଲ ପୋଷ୍ଟମର୍ଟମ କଲେନି | AIIMS ରେ MRI ହୋଇ ପାରିଥାନ୍ତା । ସେ ହସ୍ପିଟାଲରେ ଏହି ଘଟଣା ପରେ କିଛି କର୍ମଚାରୀ ଶବଠୁ ଟଙ୍କା ମୋବାଇଲ ନେଇ ଜେଲ ଯାଇଥିଲେ । ପୁଣି ଶବ ଦେହରୁ ବସ୍ତ୍ର ବି ଖୋଲି ନେଉ ଥିଲେ ଅଭିଯୋଗ ହୋଇଥିଲା । ଏହିପରି ଅନେକ ଅଭିଯୋଗ କରୋନା ବାହାନାରେ ଚାପି ହୋଇ ରହି ଗଲା | ଆଜି ଏହି ବିଶେଷ ଦିନରେ ମନେପଡେ । ତେବେ ସବୁ କରୋନା ମୃତକ ପରିବାର ଉପଯୁକ୍ତ କ୍ଷତିପୂରଣ ପାଆନ୍ତୁ | ପ୍ରଶାସନ ବ୍ୟବସ୍ଥା କରୁ ସମସ୍ତେ ଚାହାଁନ୍ତି ।

0
0
0
s2sdefault