ହେଡଲାଇନସ୍:

୧୪ବର୍ଷ ପରେ ରାୟ, ୧୪ବର୍ଷ ସଶ୍ରମ କାରାଦଣ୍ଡ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଏସିଡ ମାଡ଼ ଘଟଣାରେ ଦଣ୍ଡିତ ହେଲେ ଅଭିଯୁକ୍ତ

ଜଗତସିଂହପୁର /ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା କନକ ପୁର ଗାଁ ର ବହୁ ଚର୍ଚିତ ପ୍ରମୋଦିନୀ ରାଉଳଙ୍କ ଉପରକୁ ଏସିଡ ପକା ଘଟଣାର ୧୩ବର୍ଷ ପରେ ରାୟ ପ୍ରକାଶ ପାଇଛି l ଜଗତସିଂହପୁର ଜିଲ୍ଲା ଓମେନ କୋର୍ଟ ରେ ଏହି କେସ ର ବିଚାର ଚାଲିଥିଲା l କୋର୍ଟ ଘଟଣାର ବିଚାର କରି ଅଭିଯୁକ୍ତ ସନ୍ତୋଷ ବେଦାନ୍ତ ଓ ତାର ସହଯୋଗୀ ଅନିଲ ଦଳସିଂହ ରାୟ ଙ୍କୁ ୧୪ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିବା ସହିତ ୧୫୦୦୦ ହଜାର ଟଙ୍କା ଜୋରିମାନା ଶୁଣାଇଛନ୍ତି l ତେବେ ଏହି ରାୟ ରେ ପ୍ରମୋଦିନୀ ଓ ତାଙ୍କ ପରିବାର ସମ୍ପୂର୍ଣ ସନ୍ତୁଷ୍ଟ ନ ଥିବା ସହିତ ଅଧିକ ଦଣ୍ଡ ଦାବି କରିଛନ୍ତି l ଏହାକୁ ନେଇ ପ୍ରମୋଦିନୀ ଉଚ୍ଚ ନ୍ୟାୟାଳୟ ଦ୍ୱାରସ୍ତ ହେବେ ବୋଲି କହିଛନ୍ତି l ୧୮.୦୪.୨୦୦୯ ମସିହାରେ ଘଟିଥିଲା ଏହି ଚାଞ୍ଚଲ୍ୟ କରର ଘଟଣା l ପ୍ରମୋଦିନୀ ଙ୍କୁ ଏକତରଫ ପ୍ରେମ କରି ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ଥାନା ଚୋଳ ଗାଁ ସନ୍ତୋଷ ବେଦାନ୍ତ ନାମକ ଜଣେ ଯୁବକ ଓ ତାର ସହଯୋଗୀ ନୟାଗଡ଼ ଜିଲ୍ଲା ରଣପୁର ଥାନା ଚମ୍ପାକଡ଼ ଗାଁ ର ରମେଶ ଦଳସିଂହ ରାୟ ପ୍ରମୋଦିନୀ ବାଟରେ ଘରକୁ ଫେରୁଥିବା ବେଳେ ଆଗରୁ ଛକି ରହିଥିବା ସନ୍ତୋଷ ତାଙ୍କ ଉପରକୁ ଏସିଡ ପକାଇ ଫେରାର ହୋଇ ଯାଇଥିଲା l ଅଭିଯୋଗ ପାଇବା ପରେ ତିର୍ତୋଲ ପୋଲିସ ଅଭିଯୁକ୍ତ ଙ୍କୁ ଗିରଫ କରି କୋଟ ଚାଲଣ କରିଥିଲା l ଦୀର୍ଘ ୧୪ବର୍ଷ ପରେ ଆଜି ମହିଳା କୋର୍ଟ ରେ ରାୟ ପ୍ରକାଶ ପାଇଛି l

0
0
0
s2sdefault