ହେଡଲାଇନସ୍:

ଗୋରୁ ବୋଝେଇ ଟ୍ରକକୁ ଜବତ କଲେ ଦେବସେନା ଓ ବଜରଙ୍ଗ ଦଳ କର୍ମକର୍ତ୍ତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୧୪ଚକିଆ ଟ୍ରକ ସହିତ ୫୦ରୁ ଉର୍ଦ୍ଧ୍ବ ଗୋରୁ ଜବତ

ମୟୁରଭଞ୍ଜରୁ ଦିପୁ ମହାପାତ୍ର : ବାଂଲାଦେଶ ଚାଲାଣ ହୋଉଥିବା ବେଳେ ମୟୂରଭଞ୍ଜର ସୀମାନ୍ତ ଅଞ୍ଚଳ ଝାରପୋଖରିଆ ଥାନା ନିକଟରେ ଗୋରୁ ଟ୍ରକକୁ ଦେବସେନା ଓ ବଜରଙ୍ଗ ଦଳ କର୍ମକର୍ତ୍ତା ଅଟକ ରଖିବା ପରେ ପୋଲିସ | ଏହା ସହିତ ଗାଡିକୁ ଜବତ କରିଛି ପୋଲିସ | ଜବତ ଗାଡି କୁ ବାଲେଶ୍ଵର ଗୋ ଶାଳା ପଠାଯିବ ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ।
ସୀମାନ୍ତବର୍ତୀ ମୟୂରଭଞ୍ଜ ଜିଲ୍ଲାର ଝାରପୋଖରିଆ ଥାନା ସମୁଖ ଦେଇ ଗୋ ମାଫିଆ ମାନେ ପଶ୍ଚିମବଙ୍ଗ ଗୋ ଚାଲାଣ କରି ଆସୁଥିବାବେଳେ ଦେବସେନାର ଓଡ଼ିଶା ଷ୍ଟେଟ ଭାଇସ ପ୍ରେସିଡେଣ୍ଟ ପ୍ରଦୀପ କୁମାର ଦାସ ଓ ବଜରଙ୍ଗ ଦଳର କିଛି କର୍ମକର୍ତ୍ତା ଭୋର ୪.୩୦ ସମୟରେ ବମ୍ବେ ଛକ ଗୋଳେଇ ନିକଟରେ ଗୋଟିଏ ବେଆଇନ ଗୋରୁ ବୋଝେଇ ୧୪ଚକିଆ ଟ୍ରକକୁ ଜବତ କରିବା ସହ ୫୦ ରୁ ଉର୍ଦ୍ଧ୍ବ ଗୋରୁଙ୍କୁ ଉଦ୍ଧାର କରି ସୁରକ୍ଷା ଦୃଷ୍ଟିରୁ ବାଲେଶ୍ବର ଗୋଶାଳାକୁ ପଠାଇ ଦିଆଯାଇଛି । ଚାଲାଣରେ ବ୍ୟବହୃତ OD 19 R 2388 ଟ୍ରକକୁ ମଧ୍ୟ ଜବତ କରିଛି । ଝାରପୋଖରିଆ ଥାନା କେଶ ନମ୍ବର ୯୨/୨୨ରେ ମାମଲା ରୁଜୁ କରିଥିବା ସୂଚନା ମିଳିଛି।
ତେବେ ଝାରପୋଖରିଆ ଥାନା ଅଞ୍ଚଳ ଦେଇ ବିଗତ ବର୍ଷ ବର୍ଷ ଧରି ପ୍ରତ୍ୟେକ ଦିନ ଚଲାପଥ, ପିକଅପ ଯୋଗେ ଓ ସପ୍ତାହର ନିର୍ଦ୍ଦିଷ୍ଟ ଦିନ ଗୁଡ଼ିକରେ ଟ୍ରକ ଓ କଣ୍ଟେନର ଯୋଗେ ପଡ଼ୋଶୀ ରାଜ୍ୟ ପଶ୍ଚିମ ବଙ୍ଗକୁ ଗୋଚାଲାଣ ହେଉଥିଲେ ବି ପୋଲିସ ପ୍ରଶାସନ ପକ୍ଷରୁ ଆଖି ଦୃଶିଆ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା । ତେବେ ଆଜି ଦେବସେନା,ବଜରଙ୍ଗ ଦଳ ମିଳିତ ପ୍ରୟାସରେ ଗରୁ ଟ୍ରକକୁ ଜବତ କରି ଝାରପୋଖରିଆ ପୋଲିସକୁ ହସ୍ତାନ୍ତର କରିଛନ୍ତି । କିଛି ଦିନ ପୂର୍ବରୁ ଜାମସୋଲା ନିକଟରୁ ପୋଲିସ ମଧ୍ୟ ଗୋରୁ ଗାଡି ଜବଡ଼ କରିଥିଲା । ତେବେ ଏହି ଭଳି ପ୍ରୟାସ ଆଗକୁ ଜାରି ରହିବ ବୋଲି ଦେବସେନା ର ଓଡ଼ିଶା ଭାଇସ ପ୍ରେସିଡେଣ୍ଟ ପ୍ରଦୀପ ଦାସ କହିଛନ୍ତି ।

0
0
0
s2sdefault