ବିଶିଷ୍ଟ ଶିକ୍ଷକଙ୍କ ପରଲୋକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜୁନାଗଡ / ଆଦିତ୍ୟ ମହାନ୍ତି - କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ନାନ୍ଦୋଲ ଗ୍ରାମର ବିଶିଷ୍ଟ ସମାଜ ସେବୀ ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଆଦର୍ଶ ଶିକ୍ଷକ ନୀଳକଣ୍ଠ କର(୭୬)ଙ୍କ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ଏକାଧାରରେ ସେ ଜଣେ ଆଦର୍ଶ ଶିକ୍ଷକ ସହ ସମାଜସେବୀ, ସମାଜ ସଂସ୍କାରକ,ପରିବେଶ ବିତ ଥିଲେ । ସମାଜରେ ଜଣେ ମିଷ୍ଟ ଭାଷୀ, ପରୋପକାରୀ, ସମବାୟ ପ୍ରେମୀ ମଣିଷ ଥିଲେ । ତାଙ୍କ ବିୟୋଗରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ସଂସଦ ବସନ୍ତ ପଣ୍ଡା, ସୁଜିତ କୁମାର, ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ ,ସୁବାଷ ନାୟକ, କଳାହାଣ୍ଡି ସିଡୁଲ କାଷ୍ଟ ଫେଡରେସନ ସଭାପତି ଧନଞ୍ଜୟ ଦୀପ,ଆଇନ ଜୀବୀ ଛବିଲାଲ ନିଆଲ, ପ୍ରାଥମିକ ଶିକ୍ଷକ ସଂଘର ପୂର୍ବତନ ସଭାପତି ବରୁଣ ସୁନା, ଦିଗାମ୍ବର ଦୁରିଆ,ବୈଦନାଥ ବେହେରା, ଦିଗାମ୍ବର ଲୁହା, ଜୁନାଗଡ଼ ଏନ୍ ଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ, କଳାହାଣ୍ଡି ପେଷାଦାର ସାମ୍ବାଦିକ ସଂଘର ସଭାପତି ରଜନୀକାନ୍ତ ମିଶ୍ର, ଜୁନାଗଡ ସାମ୍ବାଦିକ ସଂଘ ର ସଭାପତି ହିମାଂଶୁ ଶେଖର ବରାଡ଼ ଓ ସମ୍ପାଦକ ନରେନ୍ଦ୍ର କ୍ଷିତି ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କ ଅନ୍ତେଷ୍ଟି କ୍ରିୟାରେ ବଡ଼ପୁଅ ଯତୀନ୍ଦ୍ର କର ମୁଖାଗ୍ନି ଦେଇଥିବାବେଳେ ପୁରୁଖା ମାଷ୍ଟ୍ରେ ଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି ।

0
0
0
s2sdefault