ହେଡଲାଇନସ୍:

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ , ତିନି ଗୁରୁତର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ହଲଦୀପାଲି ଛକରେ ବସ ସହିତ କାର ର ମୁହାଁମୁହିଁ ଧକ୍କା

 ବରଗଡ଼:- ବରଗଡ଼ ହଲଦୀପାଲି ଛକରେ ଆଜି ଭୋର ୪.୩୦ସମୟରେ ଏକ କାର ଓ ବସ ମଧ୍ୟରେ ମୁହାଁମୁହିଁ ଧକା ଲାଗିଥିଲା ଘଟଣା ସ୍ଥଳରେ ଜଣେ ମୃତ ହୋଇଥିବା ବେଳେ ତିନି ଜଣ ଆହତ ବ୍ୟକ୍ତିଙ୍କୁ ୧୦୮ ଅମ୍ବୁଲାନ୍ସ ସାହାଯ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ତାଙ୍କ ମଧ୍ୟରୁ ଦୁଇଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ବିଭାଗୀୟ ଡାକ୍ତର ତାଙ୍କୁ ଭୀମସାର ବୁର୍ଲା କୁ ସ୍ଥାନାନ୍ତର କରିଛନ୍ତି । ତେବେ ମୃତ ବ୍ୟକ୍ତି ଜଣକ ହେଲେ ବରଗଡ଼ ୱାର୍ଡ ନମ୍ବର ୧୩ ର ଭକ୍ତ ଗୁର୍ଲା (୨୮) ଆହତ ବ୍ୟକ୍ତି ମାନେ ହେଲେ ବରଗଡ଼ ୱାର୍ଡ ନମ୍ବର ୮ ର ଲଳିତ ସୁନା(୧୮) , ୱାର୍ଡ ନମ୍ବର ୭ ର ନୀତିନି ଦାସ(୩୧) ଓ ସୁଭମ ସାହୁ(୨୫) ତାଙ୍କ ମଧ୍ୟରୁ ନିତିନ ଓ ସୁଭମ ଙ୍କୁ ଭୀମସାର ବୁର୍ଲା କୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଲଳିତ ସୁନା ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ଦୁର୍ଘଟଣା ଗ୍ରସ୍ତ ବସ ଭୁବନେଶ୍ୱର ରୁ ନୂଆପଡା ଜିଲ୍ଲା ଖରିଆର ରୋଡ଼ ଯାଉଥିବା ସୂଚନା ରହିଛି ।

0
0
0
s2sdefault